ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ

ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ ଶବ୍ଦ ଉଚ୍ଚାରଣ କରି ନ ପାରିବାରୁ ମୌଲବିଙ୍କୁ ସନ୍ଦେହ ଉପୁଜିଥିଲା। ଏହାପରେ ବରଙ୍କ ମିଛ ଧରାପଡ଼ିଥିଲା। ସୂଚନାଯୋଗ୍ୟ, ମହାରାଜଗଞ୍ଜ ଜିଲାର କୋଲହୁଇ ଥାନା ଅଞ୍ଚଳର ଜଣେ ମୁସଲିମ ଯୁବତୀଙ୍କୁ ସିର୍ଦ୍ଧାର୍ଥନଗରର ଜଣେ ଯୁବକଙ୍କ ପ୍ରେମ କରୁଥିଲେ। ସୋସିଆଲ ମିଡିଆରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ୨ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୨ବର୍ଷ ପରେ ଯୁବତୀଙ୍କ ପରିବାର ଲୋକେ ଏହି ପ୍ରେମ ବିବାହକୁ ସହମତି ଜଣାଇଥିଲେ। କିନ୍ତୁ ବର ହିନ୍ଦୁ ବୋଲି ପରିବାରଲୋକେ ଜାଣି ନ ଥିଲେ। ଲକ୍‌ଡାଉନ ଆଳରେ ମାତ୍ର ୫ଜଣ ବରଯାତ୍ରୀକୁ ନେଇ ବର ରବିବାର କନ୍ୟା ଘରେ ପହଞ୍ଚିଥିଲେ। ବିବାହର ସମସ୍ତ କାର୍ଯ୍ୟକ୍ରମ ମୁସ୍‌ଲିମ ରୀତିନୀତିରେ ହୋଇଥିଲା। ସବୁ ଠିକ୍‌ ଠାକ୍‌ ଚାଲିଥିଲା। ହେଲେ ବିବାହ ସମୟରେ ମୌଲବୀ କିଛି ଆରବୀ ଶବ୍ଦ ଉଚ୍ଚାରଣ କରିଥିଲେ। ଯାହାକୁ ବର ଠିକ୍‌ ଭାବେ ଉଚ୍ଚାରଣ ନ କରିପାରିି ଥଙ୍ଗେଇ ଥଙ୍ଗେଇ କହିଥିଲେ। ଫଳରେ ମୌଲବିଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ବରକୁ ପଚରା ଉଚରା କରିବା ସହ ତାଙ୍କ ନିକଟରୁ ଏକ ପାନ କାର୍ଡ ଜବତ ହୋଇଥିଲେ। ସେଥିରୁ ସେ ଅଣ ମୁସ୍‌ଲିମ ଅଥାତ୍‌ ହିନ୍ଦୁ ବୋଲି ଜଣାପଡ଼ିଥିଲା। ପରେ ଏହାକୁ ନେଇ ଘଟଣାସ୍ଥଳରେ ହଙ୍ଗାମା ହୋଇଥିଲା। କନ୍ୟାପକ୍ଷ ବରଙ୍କୁ ନିର୍ଧୁମ ଛେଚିଥିଲେ। ଏଥିସହ ପରିବାରଲୋକେ ବିବାହ କରାଇବାକୁ ମନା କରିବା ସହିତ ବରକୁ ପୋଲିସକୁ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri