ଆଖିବୁଜିଲେ ଜାତୀୟ ପୁରସ୍କାର ବିଜେତା ଏହି ଅଭିନେତା

ଜାତୀୟ ପୁରସ୍କାର ବିଜେତା କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ସୋମବାର ପରଲୋକ ଘଟିଛି। ଶନିବାର ରାତିରେ ବେଙ୍ଗାଲୁରୁ ନିକଟରେ ବିଜୟଙ୍କର ଗାଡି ଦୁର୍ଘଟଣା ଘଟିଥିଲା। ଏଥିରେତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ, ୨୮ ବର୍ଷିୟ ସଞ୍ଚାରୀ କୋମାକୁ ପଳାଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ମଧ୍ୟ ଅପରେଶନ କରାଯାଇଥିଲା। କିନ୍ତୁ ସେ ଜୀବନର ଯୁଦ୍ଧରେ ହାରିଯାଇଥିଲେ। ଅଭିନେତା ସୁଦୀପ ଟୁଇଟ୍‌ କରି ପ୍ରଶଂସକଙ୍କୁ ଏହି ଦୁଃଖଦ ଖବର ଦେଇଛନ୍ତି। ଅସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ସଞ୍ଚାରୀ ବିଜୟ ଶେଷ ନିଶ୍ୱାସ ତ୍ୟାଗ କରିବା ଅତ୍ୟନ୍ତ ନିରାଶାଜନକ। ସେ ଏହି ଲକଡାଉନରେ ତାଙ୍କ ଦୁଇଥର ଭେଟିଥିଲେ। ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ସେ ଉତ୍ସାହିତ ଥିଲେ। ମୁଁ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ସଞ୍ଚାରୀ ବିଜୟଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ବିଜୟଙ୍କ ମସ୍ତିଷ୍କ ମୃତ, ଏହା ପରେ ତାଙ୍କ ପରିବାର ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ତାଙ୍କ ଭାଇ ସିଦ୍ଧେଶ ଦେଇଛନ୍ତି। ତାଙ୍କ ଦେହାନ୍ତରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ୨୦୧୫ ଚଳଚ୍ଚିତ୍ର ‘ନାନୁ ଆଭାନାଲା ଆଭାଲୁ’ରେ କାମ କରିବା ପରେ ସଞ୍ଚାରୀ ବିଜୟ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖଙ୍କୁ ଘୃଣା କରୁଥିଲେ ସ୍ତ୍ରୀ ଗୌରୀଙ୍କ ମା’; ମୁଣ୍ଡରେ ବନ୍ଧୁକ ଲଗାଇ ଭାଇ କହିଥିଲେ…

ବମ୍ବେ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନଙ୍କ ଯୋଡ଼ିକୁ ହିନ୍ଦି ସିନେମାର ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଏକ ପାର୍ଟିରେ...

ଅଭିନେତ୍ରୀ ହୋଇ ନ ଥିଲେ..

ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍‌ ବା ସେଥିରୁ ବାଦ୍‌ ପଡ଼ନ୍ତେ କିପରି ?...

ଅପ୍ରେଲରେ ବିବାହ କରିବେ ରିଚା ଚଢ଼ା-ଅଲ୍ଲୀ ଫାଜଲ୍‌: ୩ ସ୍ଥାନରେ ଦେବେ ରିସେପ୍‌ସନ୍‌ ପାର୍ଟି

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା କପୁରଙ୍କ ଭାଇ ଅରମାନ ଜୈନ୍‌ ବିବାହ କରିଥିଲେ। ଏବେ ଆଉ ଏକ...

ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ବ୍ୟସ୍ତ ଷ୍ଟାର୍‌ ଭାବେ ସୁପର୍‌ଷ୍ଟାର୍‌ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍‌ ହେଉଥିବାବେଳେ ଏଥିପାଇଁ ସେ...

ଏକଦା ବିଗ୍‌ବିଙ୍କ ଶୁଟ୍‌କୁ ଦେଖି ରାଜକୁମାର କହିଥିଲେ, ମୋ ଘରର ପରଦା ପାଇଁ …

ଭେଟେରାନ ଅଭିନେତା ରାଜକୁମାର ତାଙ୍କର ଅଭିନୟ ଓ ସଂଳାପ ପାଇଁ ବେଶ ଲୋକପ୍ରିୟ। ତାଙ୍କର ଏକ କଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ।...

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିଭିନ୍ନ ସମୟରେ ଏମିତି କିଛି କଥା କହି ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ଥାଆନ୍ତି। କେବଳ ବଲିଉଡ୍‌...

ଡିସେମ୍ବରରେ ଆସିବ ପୁଷ୍ପାର ପାର୍ଟ-୨

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଫିଲ୍ମକୁ ଦେଖିବା ପାଇଁ ସିନେମା...

ଆରବ ଦେଶରେ ଅକ୍ଷୟଙ୍କ ‘ବେଲ ବଟମ’ ବ୍ୟାନ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ ରିଲିଜ୍ ହେବା ପରେ ସବୁଠାରୁ ଏହାର ପ୍ରଶଂସା ଶୁଣିବାକୁ ମିଳୁଛି ।...

Advertisement
Archives

Model This Week