ଗ୍ରିନରଙ୍କୁ ରୁଷିଆରେ ୯ ବର୍ଷ ଜେଲ

ମସ୍କୋ, ୫ା୮: ଡ୍ରଗ୍ସ ଚାଲାଣ ଅଭିଯୋଗରେ ଆମେରିକାର ବାସ୍କେଟବଲ ଖେଳାଳି ବ୍ରିଟନି ଗ୍ରିନରଙ୍କୁ ରୁଷିଆର ଏକ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଏକ ନିୟୁତ ରୁବଲ(୧୬,୯୯୦ ଡଲାର) ଜରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଫଳରେ ରୁଷୀୟ ପୋଲିସ ଏହି ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ଜେଲରେ ଭର୍ତ୍ତି କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ରାୟକୁ ଅସ୍ବୀକାର କରିବା ସହ ତୁରନ୍ତ ତାଙ୍କୁ ମୁକୁଳାଇବାକୁ କହିଛନ୍ତି। ଗ୍ରିନର ଜେଲକୁ ଯିବାବେଳେ କହିଥିଲେ‘ମୁଁ ମୋ ପରିବାରକୁ ଭଲପାଏ’। ଏହା ପୂର୍ବରୁ ସେ କ୍ୟାଟ୍ରିଜ୍‌ ନେଇ ଯାଇଥିବା ସ୍ବୀକାର କରିଥିଲେ ହେଁ ପ୍ୟାକିଂବେଳେ ଭୁଲବଶତଃ ତାକୁ ନିଜ ବ୍ୟାଗ୍‌ରେ ଭର୍ତ୍ତି କରିଥିବା କହିଥିଲେ। ବିଚାରପତି ରାୟ ଶୁଣାଇବା ପୂର୍ବରୁ ଗ୍ରିନର କାନ୍ଦି କାନ୍ଦି ତାଙ୍କ ଜୀବନ ଶେଷ ନ କରିବାକୁ ନେହୁରା ହୋଇଥିଲେ।
ମହିଳା ବାସ୍କେଟବଲ ଆସୋସିଏଶନ(ଡବ୍ଲ୍ୟୁଏନ୍‌ବିଏ) ଷ୍ଟାର ତଥା ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀ ଗ୍ରିନର ଗତ ଫେବୃୟାରୀ ୧୭ରେ ଏକ ମ୍ୟାଚରେ ଭାଗ ନେବା ପାଇଁ ରୁଷିଆରେ ପହଞ୍ଚିଥିବାବେଳେ କ୍ୟାଟ୍ରିଜ୍‌ରେ ଗଞ୍ଜେଇ ଭର୍ତ୍ତି କରି ନେଇଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ ଆକ୍ରମଣ ନିର୍ଦ୍ଦେଶ ଦେବା ପରେ ଆମେରିକା ସହ ମସ୍କୋ ସମ୍ପର୍କ ଖରାପ ହୋଇଥିଲା। ୩୧ ବର୍ଷୀୟା ଗ୍ରିନରଙ୍କ ଗିରଫଦାରି ଏହି ସମ୍ପର୍କରେ ଆହୁରି ତିକ୍ତତା ଭରିଦେବା ସହ ଝଡ଼ ସୃଷ୍ଟି କରିଛି। ତେବେ ତାଙ୍କ ଦଣ୍ଡାଦେଶ ଆମେରିକା ଓ ରୁଷିଆ ମଧ୍ୟରେ ବନ୍ଦୀ ପ୍ରତ୍ୟର୍ପଣ ପାଇଁ ପଥ ଉନ୍ମୁକ୍ତ କରିପାରେ। ଗ୍ରିନରଙ୍କ ମୁକ୍ତି ବଦଳରେ ରୁଷିଆ ନିଜର ଜଣେ ଅସ୍ତ୍ରଚାଲାଣକାରୀଙ୍କୁ ଖଲାସ କରିବା ପାଇଁ ଓ୍ବାଶିଂଟନ ନିକଟରେ ଦାବି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଗୁଳିକାଣ୍ଡ

ନ୍ୟୁୟର୍କ,୩୧।୧: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଏଠାରେ ବିଭିନ୍ନ ସହରରୁ ଏଭଳି ଘଟଣା କ୍ରମାଗତ ଘଟୁଛି। ଏଥର ଫ୍ଲୋରିଡା ସହରରେ କିଛି ଦୁର୍ବୃତ୍ତ...

ପୋଲାଣ୍ଡରେ ୨.୫ ନିୟୁତ ଶରଣାର୍ଥୀ, ବୁଚା ପରେ ଏବେ ସୁମିରେ ସମାନ ସ୍ଥିତି…

କ୍ୱିଭ୍‌, ୫।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪୧ ଦିନ ଧରି ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍‌ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର...

ରୁଷିଆ ଗୁଳିରେ ୟୁକ୍ରେନର ୨ ମୃତ

କିଭ୍‌,୧୫ା୧୨: ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆର ଗୁଳି ବିନିମୟରେ ଦକ୍ଷିଣ ୟୁକ୍ରେନର ମୁକ୍ତ ହୋଇଥିବା ଖେର୍ସନ ସହରରେ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ...

ଚାଇନା-ସୋଲୋମନ ଦ୍ୱୀପପୁଞ୍ଜ ସୁରକ୍ଷା ଚୁକ୍ତି, ଆମେରିକା ସମେତ ୪ ଦେଶର ବଢ଼ିଲା ଚିନ୍ତା…

ବେଜିଂ, ୨୧।୪ : ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ଏବଂ ନ୍ୟୁଜିଲାଣ୍ଡ ଚାଇନା ଏବଂ ସୋଲୋମନ ଦ୍ୱୀପପୁଞ୍ଜ ମଧ୍ୟରେ ପ୍ରସ୍ତାବିତ ସୁରକ୍ଷା ଚୁକ୍ତିକୁ ନେଇ ଉଦ୍‌ବେଗ...

କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ...

କିମ୍‌ଙ୍କ ତାଲିବାନୀ ଦଣ୍ଡ: ଦକ୍ଷିଣ କୋରିଆ ଫିଲ୍ମ ଦେଖିଥିବା ୨ ବାଳକଙ୍କୁ ଗୁଳି କରି ହତ୍ୟା…

ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ନିଷ୍ଠୁରତା ଏବଂ କ୍ରୁରତା ସୀମା ଟପିଛି। ଏବେ କିମ୍‌ ଙ୍କ ତାଲିବାନୀ ଦଣ୍ଡ...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

ମାସକରେ ୧୨ ସୈନିକଙ୍କ ମୃତ୍ୟୁ: ଚିନ୍ତାରେ ଆମେରିକା, ହେଲିକପ୍ଟର ଦୁର୍ଘଟଣା ପରେ ଆଭିଏଶନ ୟୁନିଟ ସସପେଣ୍ଡ..

ଓ୍ବାଶିଂଟନ,୩୦।୪ : ଆମେରିକା ସେନା ଏହାର ସମସ୍ତ ବିମାନ ଚଳାଚଳ ୟୁନିଟକୁ ଗ୍ରାଉଣ୍ଡ କରିଛି। ଗୋଟିଏ ମାସରେ ୧୨ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ମାର୍ଚ୍ଚରେ...

Advertisement
Archives

Model This Week