ସବୁଜ ଉଦ୍‌ଜାନ ଚୁକ୍ତି ସ୍ବାକ୍ଷରିତ

ବର୍ଲିନ, ୩।୫: ୟୁକ୍ରେନ୍‌ ସଙ୍କଟ ଭିତରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ୟୁରୋପ ଗସ୍ତରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ବର୍ଲିନରେ ପହଞ୍ଚିବା ପରେ ତାଙ୍କୁ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ସ୍ବାଗତ କରିଥିଲେ। ଫେଡେରାଲ ଚାନ୍‌ସଲେରୀ ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ କାରବାର, ଆଞ୍ଚଳିକ ଏବଂ ବୈଶ୍ୱିକ ବ୍ୟାପାର ତଥା ଘଟଣାବଳୀ ଉପରେ ଆଲୋଚନା ହୋଇଛି। ପ୍ରତିନିଧିସ୍ତରୀୟ ବୈଠକରେ ଭାରତ ଓ ଜର୍ମାନୀ ମଧ୍ୟରେ ସବୁଜ ଶକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ଉଭୟ ଦେଶ ମିଶି ଗ୍ରୀନ୍‌ ହାଇଡ୍ରୋଜେନ୍‌ ଟାକ୍ସ ଫୋର୍ସ ଗଠନ କରିବା ନିମନ୍ତେ ସହମତ ହୋଇଛନ୍ତି। ସ୍ବଚ୍ଛ ଏନର୍ଜୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ୨୦୩୦ ସୁଦ୍ଧା ୧୦.୫ ବିଲିୟନ ଡଲାର ପାଇବା ନିମନ୍ତେ ମଧ୍ୟ ଚୁକ୍ତି ସ୍ବାକ୍ଷର ହୋଇଛି।
ଗସ୍ତରେ ମୋଦି ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ନେଇ କ’ଣ ଆଭିମୁଖ୍ୟ ରଖିବେ ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ସେ ପ୍ରତିନିଧିସ୍ତରୀୟ ବୈଠକ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ମୋଦି କହିଥିଲେ, ଯୁଦ୍ଧ ଆରମ୍ଭରୁ ଭାରତ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଛି। ବିବାଦର ସମାଧାନ ପାଇଁ କୂଟaନୈତିକ ରାସ୍ତାରେ ଆଲୋଚନା ଉପରେ ନୂଆଦିଲ୍ଲୀ ଗୁରୁତ୍ୱାରୋପ କରିଆସିଛି। ଏହି ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ ବରଂ ସବୁପକ୍ଷ କ୍ଷତି ସହିବେ। ତେଣୁ ଭାରତ ସର୍ବଦା ଶାନ୍ତି ସପକ୍ଷରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। କୋଭିଡ୍‌ ମହାମାରୀ ପରେ ଅନ୍ୟ ବଡ଼ ଅର୍ଥନୀତିର ଦେଶ ତୁଳନାରେ ଭାରତ ସବୁଠୁ ଦ୍ରୁତଗତିରେ ବିକାଶ କରୁଛି। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତି କରିବା ନିମନ୍ତେ ନୂଆଦିଲ୍ଲୀ ପ୍ରତିବଦ୍ଧ ବୋଲି ମୋଦି କହିଛନ୍ତି। ୨୦୨୧ ଡିସେମ୍ବରରେ ସ୍କୋଲ୍‌ଜ ଶାସନକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ହେଉଛି ପ୍ରଥମ ବୈଠକ। ଏହା ପରେ ମୋଦି ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ। ବର୍ଲିନରେ ମୋଦି ଏବଂ ସ୍କୋଲ୍‌ଜ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ (ଆଇଜିସି) ବୈଠକରେ ଯୋଗ ଦେଇଥିଲେ। ଏଥିରେ ଉଭୟ ପକ୍ଷର ଏକାଧିକ ମନ୍ତ୍ରୀ ସାମିଲ ହୋଇଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଉପସ୍ଥିତ ଥିଲେ। ଜୟଶଙ୍କର ତାଙ୍କ ଜର୍ମାନୀ ପ୍ରତିପକ୍ଷ ଏନାଲିନା ବେୟାରବକ୍‌ଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ଭାରତ-ଜର୍ମାନୀ ଡାଇରେକ୍ଟ ଏନ୍‌କ୍ରିପ୍ଟେଡ କନେକ୍ସନ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରାଚିରୁ ଲାହୋର ଯାଉଥିବା ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ, ୩ ଶିଶୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

କରାଚି,୨୭।୪: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଏକ ଏକ୍ସପ୍ରେସ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ନିଅଁାରେ ପୋଡି...

ରୋନାଲ୍ଡୋଙ୍କ ପରେ ପୋଗ୍‌ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…

ପ୍ୟାରିସ୍‌,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍‌ ମଧ୍ୟରେ ୨୯,୩୦୦ କୋଟି...

ଦାୟିତ୍ୱ ନେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟ କଞ୍ଜରଭେଟିଭ୍‌ ପାର୍ଟିର ନବନିର୍ବାଚିତ ନେତା ଲିଜ୍‌ ଟ୍ରସ୍‌ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ତଥା ଫାଷ୍ଟ ଲେଡି ଅଫ୍‌ ଟ୍ରେଜେରି ନିଯୁକ୍ତ...

କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ

ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ...

ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ପାକିସ୍ତାନ ନିର୍ବାଚନ ହୋର୍ଡିଂରେ ସିଦ୍ଧୁ ମୁସେୱାଲାଙ୍କ ଫଟୋ

ଇସଲାମାବାଦ,୨ ।୭: ପାକିସ୍ତାନରେ ହେବାକୁ ଯାଉଥିବା ଉପ ନିର୍ବାଚନ ପାଇଁ ପଞ୍ଜାବ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ ପଞ୍ଜାବି ଗାୟକ ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ଫଟୋ ସମସ୍ତଙ୍କୁ...

ଚାଇନାରେ ୨୭ ବିଦେଶୀ କରୋନା ଆକ୍ରାନ୍ତ

ବେଜିଂ,୧୧ା୨(ଆଇଏଏନ୍‌ଏସ୍‌/ପି.ଟି.): ଚାଇନାରେ ୨୭ ବିଦେଶୀଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ...

ଆଇସିଜେ ରାୟକୁ ମାନିଲାନି ରୁଷିଆ

ହେଗ୍‌/ମସ୍କୋ,୧୭ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ...

୭.୩% ଭାରତୀୟ ରଖିଛନ୍ତି ଡିଜିଟାଲ ମୁଦ୍ରା

ଜାତିସଂଘ, ୧୨ା୮:ଭାରତରେ ୨୦୨୧ରେ ମୋଟ ଜନସଂଖ୍ୟାର ୭.୩% ସେମାନଙ୍କ ନିକଟରେ ଡିଜିଟାଲ ମୁଦ୍ରା ରଖିଥିବା ଜାତିସଂଘ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପମେଣ୍ଟ ସଂସ୍ଥା ୟୁଏନ୍‌ସିଟିଏଡି କହିଛି। ଏହି...

Advertisement
Archives

Model This Week