Posted inଜାତୀୟ

ଯାଞ୍ଚ ନାଁରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିଲେ ପରୀକ୍ଷକ

ଥିରୁଭାନନ୍ତପୁରମ୍‌,୧୮ା୭: ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି) ନିମନ୍ତେ କେରଳର ଏକ ପରୀକ୍ଷା କେନ୍ଦ୍ରରୁ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। କୋଲାମ ଜିଲାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ରବିବାର ଏନ୍‌ଇଇଟି ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ଅନ୍ତଃବସ୍ତ୍ର ଖୋଲିଲେ ହିଁ ପରୀକ୍ଷା ଦେଇପାରିବ ବୋଲି ଆଶାୟୀଙ୍କୁୁ ନିର୍ଦ୍ଦେଶ ଦିଆଯିବାପରେ ସେମାନେ ବାଧ୍ୟ ହୋଇ ଏପରି କରିଥିଲେ। ଏନେଇ ଛାତ୍ରୀ ଓ ସେମାନଙ୍କ ପରିବାର ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲି ପରୀକ୍ଷା ଦେବାକୁ ପଡ଼ିଥିବାରୁ ସେମାନଙ୍କୁ ଅପମାନବୋଧ ମନେ ହୋଇଛି। ଏହାର ପ୍ରଭାବ ତାଙ୍କ ପରୀକ୍ଷା ଉପରେ ମଧ୍ୟ ପଡ଼ିଛି ବୋଲି ଅଭିଯୋଗ ହୋଇଛି। ତେବେ ଏନ୍‌ଇଇଟି ପକ୍ଷରୁ ଜାରି ନୋଟିସ୍‌ରେ ଏପରି କଥା ଦର୍ଶାଯାଇ ନ ଥିବା ବେଳେ ଏଥିପାଇଁ ଉକ୍ତ ପରୀକ୍ଷା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ। ଘଟଣାରେ ପ୍ରତିକ୍ରିୟା ରଖି କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର୍‌. ବିନ୍ଦୁ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପରୀକ୍ଷା ଆୟୋଜନ କରାଯାଇ ନ ଥିଲା। ଆୟୋଜକଙ୍କ ଅବହେଳା ଯୋଗୁ ଏଭଳି ଘଟିଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କେରଳ ମାନବାଧିକାର କମିଶନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କୋଲାମ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ କୋଶିଆରୀ

ମୁମ୍ବାଇ,୧।୮: ନିଜ ବୟାନକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ କ୍ଷମା ମାଗିଛନ୍ତି। ଗୁଜୁରାଟ ଏବଂ ରାଜସ୍ଥାନ ସହିତ ମୁମ୍ବାଇକୁ ତୁଳନା କରି ମହାରାଷ୍ଟ୍ର...

ମୁମ୍ବାଇରେ ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜ୍ୟ ଭିଓ୍ବାଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୪ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ିପଡ଼ିଛି। ଏହି ଦୁଃଖଦ ଘଟଣାରେ ୨ ଜଣଙ୍କର...

‘ଭାରତ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ହେବ’

ନୂଆଦିଲ୍ଲୀ,୩୦ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ବଡ଼ଦୋରାଠାରେ ସି-୨୯୫ ପରିବହନ ବିମାନ ଉତ୍ପାଦନ ସୁବିଧାର ମୂଳଦୁଆ ପକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ଭାରତୀୟ...

ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫%...

ସ୍ବାସ୍ଥ୍ୟସେବା ଲାଗି ୬୯ ହଜାର କୋଟି

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ସ୍ବାସ୍ଥ୍ୟସେବାର ବିକାଶ ଲାଗି ମୋଟ ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ...

ୟୁପି ସରକାରଙ୍କୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୧୦: ଲଖିମୁପର ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି। ଶୁଣାଣି ସମୟରେ ପୋଲିସର କାର୍ଯ୍ୟରେ ଅଳସୁଆ ଥିବାରୁ ରାଜ୍ୟ ସରକାରଙ୍କୁ...

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା...

କେସିଆର୍‌ କ୍ୟାବିନେଟରେ ପୁଅ, ପୁତୁରା

ହାଇଦ୍ରାବାଦ,୯ା୯(ଆଇଏଏନ୍‌ଏସ୍‌): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ରବିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂଆ ମନ୍ତ୍ରୀ ହୋଇଥିବା ୬ ଜଣଙ୍କ ମଧ୍ୟରେ କେସିଆର୍‌ଙ୍କ...

Advertisement
Archives

Model This Week