ଗ୍ରୀନ୍‌ ଓସ୍କାର ବିଜେତା

ଦୁନିଆରେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଦେଖାଦେଉଛି। ରାଷ୍ଟ୍ର, ସମାଜ ଏବଂ ଗୋଷ୍ଠୀ ମଧ୍ୟରେ ଉପୁଜୁଥିବା ବିବାଦରେ ସାଧାରଣତଃ ତୃତୀୟ ପକ୍ଷର ହସ୍ତକ୍ଷେପ ରହିଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଅନ୍ୟ ଏକ ଦ୍ୱନ୍ଦ୍ୱକୁ ଅଣଦେଖା କରାଯାଉଛି, ଯାହା ମଣିଷ ଓ ପରିବେଶ ମଧ୍ୟରେ ବଢ଼ିଚାଲିଛି। ଏଥିରେ ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ, ଏଥିସକାଶେ କେବଳ ମଣିଷକୁ ହିଁ ଦାୟିତ୍ୱ ନେବାକୁ ପଡ଼ିବ। ଏଭଳି ବାସ୍ତବଧର୍ମୀ ବିଷୟକୁ ହୃଦୟଙ୍ଗମ କରିବା ପରେ ଏହା କହିଛନ୍ତି ବ୍ରିଟେନ୍‌ଭିତ୍ତିକ ଦାତବ୍ୟ ସଂସ୍ଥା ‘ଦି ହ୍ବାଇଟ୍‌ଲି ଫଣ୍ଡ୍‌ ଫର୍‌ ନେଚର (ଡବ୍ଲ୍ୟୁଏଫ୍‌ଏନ୍‌) ସମ୍ମାନ ପାଇଥିବା ଏକମାତ୍ର ଭରତୀୟ ପରିବେଶବିତ୍‌ ଓ୍ବାଇ ନୁକ୍‌ଲୁ ଫୋମ୍‌। ପ୍ରକୃତି, ପରିବେଶ ଓ ଜଳବାୟୁ କ୍ଷେତ୍ରରେ ଦେଖାଦେଉଥିବା ବ୍ୟାପକ ପରିବର୍ତ୍ତନ ପାଇଁ ମଣିଷ ଦାୟୀ ବୋଲି ଏକବିଂଶ ଶତାବ୍ଦୀରେ ସମସ୍ତେ ଅନୁଭବ କରୁଥିଲେ ମଧ୍ୟ ସଜାଗ ହେଉ ନ ଥିବାରୁ ଫୋମ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ସେଥିପାଇଁ ନିଜ ଉଦ୍ୟମରେ ଯେତେ ଯାହା କରିହେବ ସେହି ଉଦ୍ଦେଶ୍ୟ ରଖି ସେ ନିଜ ରାଜ୍ୟ ନାଗାଲାଣ୍ଡରେ ନେଇଥିବା ପଦକ୍ଷେପ ଆଜି ତାଙ୍କୁ ଚର୍ଚ୍ଚିତ କରିଛି। ବିଶ୍ୱରେ ୭ ଜଣ ପରିବେଶ ରକ୍ଷାକାରୀଙ୍କ ମଧ୍ୟରେ ସେ ସ୍ଥାନ ପାଇଥିବାରୁ ଭାରତ ଗର୍ବିତ। ଏଥିଲାଗି ତାଙ୍କୁ ଦେଶବ୍ୟାପୀ ଶୁଭେଚ୍ଛା ମିଳିବାରେ ଲାଗିଛି। ମାତ୍ର ୪୦ ବର୍ଷ ବୟସରେ ଯେଉଁ ସଫଳତା ପାଇଛନ୍ତି, ତାହା ତାଙ୍କୁ ଆହୁରି ଆଗକୁ ଯାଇ କାର୍ଯ୍ୟ କରିବାର ପ୍ରେରଣା ଦେଇଛି ବୋଲି ୧୨ ମେ’ ୨୦୨୧ରେ ଡବ୍ଲ୍ୟୁଏଫ୍‌ଏନ୍‌ ସମ୍ମାନ ପାଇବା ପରେ ସେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗ୍ରୀନ୍‌ ଓସ୍କାର ଭାବେ ଜଣାଶୁଣା ଏହି ପୁରସ୍କାର ବିଶେଷକରି ଏସିଆ, ଆଫ୍ରିକା ଓ ଲାଟିନ୍‌ ଆମେରିକାରେ ବନ୍ୟପ୍ରାଣୀ ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କୁ ଏହି କାର୍ଯ୍ୟରେ ଭାଗୀଦାର କରିପାରୁଥିବା ପରିବେଶବିତ୍‌ଙ୍କୁ ପ୍ରଦାନ କରାଯାଉଛି।
ଭାରତର ନାଗାଲାଣ୍ଡରେ ସର୍ବାଧିକ ବେକାରି ରହିଛନ୍ତି। ଆନ୍ତଃଜାତିଗତ ବିବାଦ, ବିଚ୍ଛିନ୍ନତାବାଦୀଙ୍କ ଉପଦ୍ରବ ଓ ସରକାରୀ ସ୍ତରରେ ଚାକିରିର ଅଭାବ ଯୋଗୁ ଯୁବପିଢ଼ି ଦିଗହରା । ଏଭଳି ଏକ ସ୍ଥିତିରେ ନୁକ୍‌ଲୁ ଫୋମ୍‌ ପରିବେଶ ସୁରକ୍ଷା କରିବାକୁ ନିଜର ଦାୟିତ୍ୱ ଭାବି ୨୦୦୭ରୁ ଲାଗି ପଡ଼ିଥିଲେ। ନାଗାଲାଣ୍ଡର ସଂସ୍କୃତି ଓ ଜୈବବିବିଧତାକୁ ସୁରକ୍ଷିତ ରଖିବା ସକାଶେ କିଛି ବନ୍ଧୁଙ୍କୁ ମେଳ କରି ସେ ଆରମ୍ଭ କରିଥିଲେ ଗୋଷ୍ଠୀ ଜଙ୍ଗଲ ରକ୍ଷା କାର୍ଯ୍ୟକ୍ରମ। ତାହା ଏବେ ୪ଟି ଜିଲାର ୧୬ଟି ଗାଁରେ କାର୍ଯ୍ୟ କରୁଛି। ପ୍ରତିବର୍ଷ ଅମୁର ଫାଲ୍‌କନ୍‌ ବା ବାଜପକ୍ଷୀ ପ୍ରଜାତିର ଏହି ଛୋଟିଆ ଶିକାରୀ ପକ୍ଷୀ ସାଇବେରିଆ ଆଦି ଦୂରଦୂରାନ୍ତରୁ ଏହି ଅଞ୍ଚଳକୁ ଆସିଥାଆନ୍ତି। ଶସ୍ୟକ୍ଷେତ୍ରକୁ ନଷ୍ଟ କରିଦେଉଥିବା ଉଇଗୁଡ଼ିକୁ ଏମାନେ ଖାଇଦେଇଥାଆନ୍ତି। ହେଲେ ସ୍ଥାନୀୟ ଅଧିବାସୀ ଏହି ପକ୍ଷୀଗୁଡ଼ିକୁ ଅସଂଖ୍ୟ ମାତ୍ରାରେ ଶିକାର କରି ବିକ୍ରି କରିଦେଉଥିବା ଫୋମ୍‌ ଲକ୍ଷ୍ୟ କରିଥିଲେ। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ବର୍ଷକୁ କେବଳ ଗୋଟିଏ ଗାଁରେ ପ୍ରାୟ ୧୪,୦୦୦ ଅମୁର ଫାଲ୍‌କନ୍‌କୁ ମାରିଦିଆଯାଉଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ଫୋମ୍‌ ଓ ତାଙ୍କ ବନ୍ଧୁମାନେ ଶିକାରକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ। ତେବେ ସ୍ଥାନୀୟ ଲୋକଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟକର ଥିଲା। ଏହି ପକ୍ଷୀର ଉପକାରିତା ବିଷୟରେ ଗାଁ ଗାଁ ବୁଝାଇବାକୁ ଲାଗିଲେ। ଫଳରେ ଏହି ମହତ୍ତ୍ୱାକାଂକ୍ଷୀ ଉଦ୍ଦେଶ୍ୟକୁ ବୁଝି ସେଗୁଡ଼ିକର ସୁରକ୍ଷାରେ ଲାଗିପଡ଼ିଲେ। ଫଳରେ ୨୦୧୦ରେ ଏହି ସଂଖ୍ୟା ସେଠାରେ ୫୦,୦୦୦ ଥିବା ବେଳେ ୨୦୧୯ ବେଳକୁ ତାହା ୧୦ ଲକ୍ଷ ଛୁଇଁ ଯାଇଥିଲା। ଏହି ସଫଳତା ନୁକ୍‌ଲୁ ଫୋମ୍‌ ଓ ସାଥୀମାନଙ୍କୁ ଉତ୍ସାହିତ କରିଥିଲା। ପରେ ସେମାନେ ପକ୍ଷୀ ଶିକାର ବନ୍ଦ କରିବା, ଡିନାମାଇଟ୍‌ ବିସ୍ଫୋରଣ ଉପରେ ରୋକ୍‌ ଲଗାଇବା, ଜଙ୍ଗଲ ପୋଡ଼ି ଚାଷ କରୁଥିବା ବ୍ୟକ୍ତିଙ୍କ ପାଇଁ ପରିବେଶ ଉପଯୋଗୀ ବିକଳ୍ପ ବାହାର କରି ଅଧିକ ଜଙ୍ଗଲ ସୃଷ୍ଟି ନିମନ୍ତେ ପ୍ରୋତ୍ସାହନ ଯୋଗାଇବାରେ ଲାଗିଲେ। ଜମିକୁ ନିରନ୍ତର ବ୍ୟବହାର କରି ସେଥିରୁ କିଭଳି ଅଧିକ ଲାଭ ଉଠାଇବା ହେବ ସେହି ଦିଗରେ ସ୍ଥାନୀୟ ଅଧିବାସୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଫଳରେ ଲୋକେ ଘୁଷୁରି ପାଳନଠାରୁ ଆରମ୍ଭ କରି ଅଦା ଚାଷ ସହ ଫଳବଗିଚା ସୃଷ୍ଟି କରି ଚାଲିଲେ। ଏବେ ସେଠାରେ ଲୋକେ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଲେଣି।
ନାଗାଲାଣ୍ଡର ଲଙ୍ଗ୍‌ଲେଙ୍ଗ୍‌ ଜିଲାର ୟାଞ୍ଜିମ୍‌ଚେନ୍‌ ହେଉଛି ନୁକ୍‌ଲୁ ଫୋମ୍‌ଙ୍କ ପୈତୃକ ଗ୍ରାମ । ଦିନେ ସେ ସେହିଠାରେ ପ୍ରକୃତି ପ୍ରତି ହେଉଥିବା ଅତ୍ୟାଚାରକୁ ଦେଖିବା ପରେ ପରିବେଶ ସଂରକ୍ଷଣ ଉପରେ ମନୋନିବେଶ କରିଥିଲେ। ଅଜି ସେହିଠାରୁ ଆରମ୍ଭ ହୋଇଥିବା ଅଭିଯାନ ଅନ୍ୟ ଚାରି ଜିଲାକୁ ବିସ୍ତାର ଲାଭ କରିପାରିଛି। କେବଳ ପରିବେଶ ଭିତରେ ସୀମିତ ନ ରହି ସମ୍ପୃକ୍ତ ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି ସହ ସ୍ବଳ୍ପସଞ୍ଚୟ ମାଧ୍ୟମରେ ଲୋକକଲ୍ୟାଣ ଦିଗରେ ପାଦ ବଢ଼ାଇ ଅନେକଙ୍କ ପାଇଁ ଫୋମ୍‌ ଆଶାର କିରଣ ପାଲଟିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri