୨୦୪୦ ସୁଦ୍ଧା ସବୁଜ ରାଜଧାନୀ

ଭୁବନେଶ୍ୱର,୭।୨(ବ୍ୟୁରୋ):ବର୍ତ୍ତମାନ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇଛି। ଏହାଦ୍ୱାରା ଖୁବ୍‌ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର ଭାରତ ବର୍ଷର ବମ୍ବେ, କୋଚି ତଥା ଓଡ଼ିଶାର ପାରାଦ୍ୱୀପ ଆଦି ୫ଫୁଟ ପାଣି ଭିତରେ ରହିବ ବୋଲି ବିଶ୍ୱ ପରିବେଶ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ଏପରିସ୍ଥଳେ ବ୍ୟାପକ ବୃକ୍ଷରୋପଣ ୨୦୪୦ ସୁଦ୍ଧା ଓଡ଼ିଶା ମାଟିରୁ ଆରମ୍ଭ କରି ସମଗ୍ର ବିଶ୍ୱରେ ଓଡ଼ିଶାକୁ ସବୁଜ ରାଜଧାନୀରେ ପରିଣତ କରିବା ପାଇଁ ସୋମବାର ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ୩୦ଟି ଜିଲାର ଗ୍ରୀନ୍‌ଆର୍ମି କମାଣ୍ଡାଣ୍ଟ, ୩୧୪ ବ୍ଲକର କମାଣ୍ଡାଣ୍ଟ, ସମସ୍ତ ଏନ୍‌ଏସି ଓ ପଞ୍ଚାୟତର ଶହ ଶହ ଗ୍ରୀନ୍‌ ଆର୍ମିମାନେ ଗୀତଗୋବିନ୍ଦ ସଦନରେ ଏକତ୍ରିତ ହୋଇ ଶପଥ ଗ୍ରହଣ କରିଛନ୍ତି। ଏହି ଅଭିଯାନ ଏବେଠାରୁ ଚାଲିବା ସହିତ ଓଡ଼ିଶାର ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ବୃକ୍ଷରୋପଣ ପାଇଁ ଏକ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ପାଇଁ ସେମାନେ ସଂକଳ୍ପ ନେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୟ ବେହୁରା, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ରାଜ୍ୟ ପାଇକ ଆଖଡ଼ା ସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଡ. ଦଲୀପ ଶ୍ରୀଚନ୍ଦର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋରନ୍ଦା, କପିଳାସ, ସପ୍ତଶଯ୍ୟାର ହେବ ବିକାଶ

ଢେଙ୍କାନାଳ ଅଫିସ, ୧୧।୨ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅବସରରେ ଯୋରନ୍ଦାସ୍ଥିତ ମହିମା ଗାଦି ଧୁନି ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ୩ୟ ମହିମା...

୩୦ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ମହାରାଷ୍ଟ୍ର ଏବଂ ଛତିଶଗଡ଼ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ ୩୦ ଯାଏ ଓଡ଼ିଶାର...

ଏପ୍ରିଲ ୧୮ରୁ ଖରାଛୁଟି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ...

ବାଲେଶ୍ୱରକୁ ପଛରେ ପକାଇଲା ଯାଜପୁର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ସକାଳେ ୬୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୪।୪- କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଙ୍ଗଳବାର ସହାୟତା ରାଶି...

ଆଦିତ୍ୟ ମୃତ୍ୟୁ ଘଟଣା: ବିଦ୍ୟାଶ୍ରୀ ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର, ୧୦।୮(ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଗୋଟିଏ ମାସ ବିତିଗଲାଣି। ଜିଆର୍‌ପି ପୋଲିସ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହେବା...

ଭଡ଼ାଟିଆଙ୍କୁ ୬୨ ହଜାର ଛାଡ଼ କଲେ ଘର ମାଲିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଉଜଣେ ଘର ମାଲିକ ବଦାନ୍ୟତା ଦେଖାଇଛନ୍ତି। ସେ ମାସକର ଘର ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଛାଡ କରିଛନ୍ତି।...

ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।...

Advertisement
Archives

Model This Week