ବିକାଶ ଦେଖିବାକୁ ଚଷମାଟେ

ଡ. ସାରଦା ପ୍ରସାଦ କର

କାଶ ପଥେ ଓଡ଼ିଶା, ଗାଁଠାରୁ ସହର ଚକାଚକ ରାସ୍ତାଘାଟ, ଚଳଚଞ୍ଚଳ ହାଟ ବଜାର, ଡାକଘର, ଡାକ୍ତରଖାନା, ଶିକ୍ଷାୟତନ, ବ୍ୟବସାୟ ପ୍ରତିଷ୍ଠାନ, ଗାଁରେ ବି କୋଠାଘର, କୋଠଘର, ଛୋଟ ବଡ଼ ଆୟ, ଚାଷବାସ, କୌଳିକବୃତ୍ତିର ପ୍ରତିଷ୍ଠାନ। ପିଛିଲା ପନ୍ଦର ବର୍ଷରୁ ଆଜି ପର୍ଯ୍ୟନ୍ତ ଆମେ ଯଦି ଉନ୍ନତିର ସୋପାନ ଦେଖିବା ତେବେ ନିଶ୍ଚିତ ହେବା ଯେ ଆମେ ଅନେକ ପାହାଚ ଚଢ଼ିଛୁ। ଶତକଡ଼ା ଷାଠିଏ ଭାଗଙ୍କ ହାତରେ ଦଶ କୋଡ଼ିଏ ହଜାର ଟଙ୍କିଆ ମୋବାଇଲଟାଏ, ସେଥିରେ ମାସିକିଆ ଖର୍ଚ୍ଚ ଧରାବନ୍ଧା। ବେରୋଜଗାର କି ରୋଜଗାରରୁ ଏ ସବୁ ହେଲା ଆମେ ଅନୁଧ୍ୟାନ କରିବା ପଛରେ ହେଲେ ଆୟର ଉତ୍ସ ନିହାତି କେଉଁଠୁ ତ ଆସୁଛି ଏ କଥା ଆମେ ଜୋରଦେଇ କହିପାରିବା। ପୁଣି ଛକରେ ବସି ଚା, ପାନ, ସିଗାରେଟ ଖାଇ ମନ ଉତ୍‌ଫୁଲ୍ଲିତରେ ଘରକୁ ଫେରୁଥିବା ଯୁବକକୁ ଦେଖି କେହି ଭାବିବନି ଏ ରାଜ୍ୟ ବେକାରିସମୃଦ୍ଧ ହେଲାଣି ବୋଲି। ଯେମିତି ସାରା ବର୍ଷରେ ମାତ୍ର ଆଠ ପନ୍ଦର ଦିନ କେନାଲଗୁଡ଼ାକ ଟୁଳୁମୁଳୁ ହେଉଥିବା ଦେଖିଲେ କେହି ଭାବିବନି ଯେ ଏ ରାଜ୍ୟରେ ଜଳ କ୍ଲୀଷ୍ଟତା ଅଛି ବୋଲି। ଗଣତନ୍ତ୍ରରେ ବିକାଶ ଏକ ସ୍ପଷ୍ଟ ଦୃଶ୍ୟମାନ ତାରା ପରି। କିନ୍ତୁ ଖଗୋଳବିତ୍‌ ନ ହେଲେ ଆପଣ ଆକାଶର ତାରାଗୁଡ଼ିକର ଆକାର ଦେଖି କହିପାରିବେନି ଯେ କେଉଁଟି ପୃଥିବୀର ନିକଟରେ କେଉଁଟି ଦୂରରେ।
ଦୁଇ ହଜାର ମସିହା ବେଳକୁ ଓଡ଼ିଶା ରାଜ୍ୟ ଋଣଭାର ଅଠର ହଜାର କୋଟିରୁ ଚଳିତବର୍ଷ ବିଜେଡି ସରକାରଙ୍କ ବିଦାୟ ବେଳକୁ ଛୟାନବେ ହଜାର ତିନିଶହ ଦଶ କୋଟିର ଶିଖର ଛୁଇଁବାରେ ବିକାଶର ସ୍ବାଦ ଟିକେ ଖାରିଆ ଥିଲା। ଅବଶ୍ୟ ଶେଷ ତିନି ବର୍ଷରେ ୩୩ ହଜାର କୋଟି ପାଖାପାଖି ପୂର୍ବ ସରକାର ଶୁଝିଥିବାରୁ ନିଅଣ୍ଟିଆ ସ୍ଥିତିରୁ ଟିକେ ଆଶ୍ୱାସନା ମିଳିଥିଲା। ନୂଆ ସରକାର ଆସୁ ଆସୁ ନୂଆ ଋଣକରି ନିଅଣ୍ଟିଆ ବଜେଟ ଭେଟିଦେଲେ।”ଋଣଂ କୃତ୍ୱା ଘୃତଂ ପିବେତ“ ପୂର୍ବରୁ ଥିଲା ଆଜି ବି ଚାଲିବ। ଗରିବୀ ରେଖାତଳେ ୧୫.୬୮ ପ୍ରତିଶତ ସହ ୭ଟି ଗରିବ ରାଜ୍ୟ ମଧ୍ୟରେ ଓଡ଼ିଶା, ‘ନୀତି ଆୟୋଗ’ କହିବାରେ ଆମେ ଗରିବୀକୁ ସ୍ବୀକାର କରିବା ଜରୁରୀ। ତେବେ କେତେଦିନ ଆମେ ରତ୍ନଗର୍ଭା ଓଡ଼ିଶାରୁ ଖଣିଜ ଦେବା ସହ ନିଜ ପାଇଁ ଋଣ ଯନ୍ତାଟି ମୁଣ୍ଡେଇ ବୁଲିବା ଆଉ ଓଡ଼ିଶାବାସୀଙ୍କ ସଂଘର୍ଷ ଦେଖୁଥିବା? ପୂର୍ବ ସରକାରରେ ଓଡ଼ିଶାର ପ୍ରଗତି ରଥ ଦେଖିବାଲାଗି ଜାତିସଂଘ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ଡାକି ଭବ୍ୟ ସମ୍ବର୍ଦ୍ଧନା ଦେଇ ଛାଡ଼ି ଦିଆଯାଉଥିଲା। ରାଜ୍ୟର ବେକାରି, ଗରିବୀ, ଅଣଜଳସେଚିତ ଜମି, ବିନା ଶିକ୍ଷକରେ ବିଦ୍ୟାଳୟ, ବିନା ଡାକ୍ତରରେ ଡାକ୍ତରଖାନା, ଖଟିଆ ବୁହା ରୋଗୀ, ଦପ୍ତରରେ ଭରପୂର ପିସିଖିଆ ଆଦିକୁ କେହି ବିଦେଶୀ ଆସି ଦେଖିପାରିବନି। ନୂଆ ସରକାରଙ୍କୁ ଏ ବାବଦରେ ବିଭ୍ରାନ୍ତି ନ ହୋଇ ତଥ୍ୟଭିତ୍ତିକ କାର୍ଯ୍ୟ କରିବାକୁ ପଡ଼ିବ। ଲୋକର ଜୀବନ ସୁରକ୍ଷା ବାଞ୍ଛନୀୟ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ତୃତୀୟ ଖରାପ ପ୍ରଦର୍ଶନକାରୀ ରାଷ୍ଟ୍ର, ରାଜ୍ୟଙ୍କ ଭିତରେ ଓଡ଼ିଶାର ସ୍ଥାନ ୧୫ ନମ୍ବର। ପୂର୍ବ ଅର୍ଥମନ୍ତ୍ରୀ ଆରୁଖଙ୍କ ଗଲା ଫେବୃଆରୀ ବଜେଟ ଭାଷଣ ଅନୁସାରେ ମାସକୁ ୨୬୦ କୋଟି ହସ୍ପିଟାଲଗୁଡ଼ିକ ଦେୟ ଦେଇ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗେଇ ଦେଇଛନ୍ତି କାଳେ ସରକାର। ଆଦିବାସୀ ସମୁଦାୟରେ ୪୫ ପ୍ରତିଶତ ଶିଶୁଙ୍କ ଓଜନ ସ୍ବାଭାବିକ ଓଜନଠାରୁ କମ୍‌। ଯେଉଁ ଜନସେବାକୁ ଗରିବଙ୍କ ହିତସାଧନରେ କହି ଡିଣ୍ଡିମ ପିଟା ଯାଉଛି ତାହାର ଗୁଣାତ୍ମକ ମାନ ଅତ୍ୟନ୍ତ ଦୁର୍ବଳ। ଏହି ଦୁର୍ବଳ ସେବା ବ୍ୟବସ୍ଥାରେ ମୁଖ୍ୟ କାରଣଟି ହେଲା – ଗ୍ରାମୀଣ ଓଡ଼ିଶାରେ ଡାକ୍ତରଙ୍କ ଘୋର ଅଭାବ। ପ୍ରାଚୀନ ସେବାଗୃହ ଏସ.ସି.ବି. ବିଶ୍ୱସ୍ତରୀୟ ବୋଲି ଢୋଲ ବାଜୁଛି ୨୦୧୮ରୁ, କର୍କଟ ରୋଗୀ ବାହାରେ ଶୋଉଛି ଏବେ ନଜରକୁ ଆସିଛି। ପିଲା ଜନ୍ମ ପରେ ଆଖି ବୁଜୁଥିବା ମା’ଙ୍କ ସଂଖ୍ୟା ଓଡ଼ିଶାରେ ୧ ଲକ୍ଷରେ ୧୧୯, ଜାତୀୟସ୍ତରରେ ୯୭। ନବଜାତକ(ଚାରି ସପ୍ତାହ) ଶିଶୁ ମୃତ୍ୟୁରେ ଓଡ଼ିଶା ଲକ୍ଷେରେ ୧୪୫୮ (ଦେଶରେ ୨୪ତମ)। ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳରେ ୩୦୦୦ ଜନସଂଖ୍ୟାରେ ଗୋଟିଏ ଉପ-ସ୍ବାସ୍ଥ୍ୟକେନ୍ଦ୍ର, ଅଧିକାଂଶରେ ଡାକ୍ତରଙ୍କ ଅନୁପସ୍ଥାନ କାରଣଟି ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ଉପହାସ କରୁଛି। ନୂଆ ସରକାର ସହରମୁହାଁଙ୍କୁ ବ୍ୟବସ୍ଥିତ ସ୍ବାସ୍ଥ୍ୟସେବା ଓ ଗ୍ରାମାଞ୍ଚଳ ପ୍ରାଥମିକ ହସ୍ପିଟାଲରେ ଡାକ୍ତର ନିଯୁକ୍ତି ଦେଖିବା ପାଇଁ ଲୋଡ଼ା ମାତ୍ର ମାନବିକତାର ଚଷମାଟିଏ।
୬୮୦୧ଟି ଗ୍ରାମପଞ୍ଚାୟତକୁ ନେଇ ଓଡ଼ିଶାର ପୂର୍ବ ଶାସକଗଣ କ୍ଷମତା ଉପଲବ୍ଧି କରିସାରିଥିବା ବେଳେ ବର୍ଷ ୨୦୨୩ସୁଦ୍ଧା ୬୪୧୨ଟି ଗ୍ରାମକୁ ରାସ୍ତା ସଂଯୋଗ ହେବାକୁ ବାକି ଥିଲା। ତହିଁରୁ କେବଳ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ୮୪୮ଟି ଗ୍ରାମ। ସାପ କାମୁଡ଼ିଲେ ଗୁଣିଆ, ଡାଆଣି ଲାଗିଲେ ଗୁଣିଆ, କେବେ କାହିଁ ପ୍ରସୂତିଟି ଡାକ୍ତରଖାନା ଯାଏ ଖଟିଆ ବୁହାହେଲା ତ ଅଧା ବାଟରେ ଡେଲିଭରି, ନ ହେଲେ ଆରପାରି। କନ୍ଦା ତାଡି, କରଡ଼ି ସଂଗ୍ରହ କରି ପରିବାରର ଭୋକ ମେଣ୍ଟାଉଥିବା ମହିଳା ସଶକ୍ତ ହୋଇଯାଇଛି ବୋଲି ସରକାର ସହରଟା ସାରା ଆଖି ଚହଟିଲା ବିଜ୍ଞାପନ ଲଗାଇ ବିକାଶ ବାଦଶାହ ବନିଗଲେ । ମାଲିକ ଖୁସି ହେଲାଭଳି ଖାତାପତ୍ର ହିସାବରେ ପ୍ରଶାସକଙ୍କ ସମୟ ଗଲା। ଚଳିତବର୍ଷ ପ୍ରକାଶିତ ଆନ୍ତର୍ଜାତିକ ଶ୍ରମ ସଂଗଠନର ନିଯୁକ୍ତି ଆଉ ଗୁଣବତ୍ତା ମାନକରେ ଓଡ଼ିଶାକୁ ମିଳିଛି ଏକୋଇଶ ସ୍ଥାନ। ସରକାର ମାନି ନ ପାରିବା କାରଣ ହେଲା, ଛକରେ ବସା, କୋଡ଼ିଏ ଟଙ୍କିଆ ସିଗାରେଟ ଟାଣୁଥିବା ବେକାର ଦିଶୁଥିବା ସବୁପିଲା ବେକାର ନୁହନ୍ତି। ରାଜ୍ୟରେ ଉତ୍ପାଦନଭିତ୍ତିକ ଶିଳ୍ପର ୩୦ ପ୍ରତିଶତ ରାଜସ୍ବ, ସେବା ଶିଳ୍ପରୁ ୪୦ ପ୍ରତିଶତ ରାଜସ୍ବ ପାଇ ସରକାର କୁଣ୍ଢେମୋଟ।
ଇଚ୍ଛାଶକ୍ତିଟିଏ ଥିଲେ ବେକାରି ହଟେଇ ହୁଅନ୍ତା। ପର୍ଯ୍ୟଟନ କ୍ଷେତ୍ରରୁ ସର୍ବାଧିକ ବୈଦେଶିକ ମୁଦ୍ରା ଆସିପାରନ୍ତା। ଗୋଆ ପର୍ଯ୍ୟଟନର ରାଜ୍ୟ ଜିଡିପିରେ ଦାନ ୧୬ ପ୍ରତିଶତ, ୨୦୩୦ ସୁଦ୍ଧା କେରଳ ୨୦ ପ୍ରତିଶତ ଛୁଇଁବା ଲକ୍ଷ୍ୟରେ, ଆମେ ସେହି ୧୨ ପ୍ରତିଶତରେ। ମାତ୍ର ଗୋଟିଏ ବର୍ଷରେ ଭିତ୍ତିଭୂମି ସୃଷ୍ଟିକରି ଦଶହଜାର ପ୍ରତ୍ୟକ୍ଷ କି ପରୋକ୍ଷ ନିଯୁକ୍ତି ପାଇଁ ଅଣ୍ଟାଭିଡ଼ିଲେ ସରକାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତେ। ମିଲେଟ ମିଶନ ଜରିଆରେ ସରକାର ଚାଷୀ ହାତ ଟାଣ କରିବା ସହିତ ମହିଳା ସ୍ବୟଂସହାୟିକା ଜରିଆରେ ସଶକ୍ତୀକରଣର ଯେଉଁ ମାନସିକ କଲେ ତାହା ଅଧାରେ। ଓଡ଼ିଶାରେ ଚାଷ ହେଉଥିବା ୮୭,୪୬,୦୦୦ ହେକ୍ଟର ଅଞ୍ଚଳରୁ ମାତ୍ର ୧୮,୭୯,୦୦୦ ହେକ୍ଟର ପରିମିତ ଅଞ୍ଚଳ ଜଳପ୍ଲାବିତ। ‘ପେଟ ପୋଡ଼ିଗଲେ ବଳେ ଚାଷୀ ବିଲକୁ ଯିବ’ ଏକ ଅପରିପକ୍ୱ ମାନସିକତା। ଆଖୁ, କପା, ଝୋଟ ଚାଷକୁ ଶିଳ୍ପ ସହ ଯୋଡ଼ି ବିକଶିତ ଓଡ଼ିଶାର ଚିତ୍ର ନ ଦେଖି ପାରୁଛେ ଯଦି ଆମେ ଚଷମାଟିଏ ପିନ୍ଧିବା।
ଡାକବଙ୍ଗଳା ଛକ, ପୁରୁଣା ଭୁବନେଶ୍ୱର
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?