ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟ ଓ ଲୁଣ୍ଠନ କରିବା ନାମରେ ଉପନିବେଶ ଚିନ୍ତାଧାରା ଜନ୍ମନେଲା, ଯାହାକି ଅନେକ ଶହ ବର୍ଷ ପର୍ଯ୍ୟନ୍ତ ରହିଆସିଲା। ଇତିହାସ ଦେଖିଲେ ଆଲେକ୍‌ଜାଣ୍ଡାର, ବେନିଟୋ ମୁସୋଲିନ, ହିଟ୍‌ଲରଙ୍କଠାରୁ ଆରମ୍ଭ କରି ଏବର ସମୟରେ କିିମ୍‌ ଜଙ୍ଗ୍‌ ଉନ୍‌, ପୁଟିନ୍‌, ଜିନ୍‌ପିଙ୍ଗ୍‌, ଟ୍ରମ୍ପ୍‌ଙ୍କ ଭଳି ଅନେକ ନେତା ଜନ୍ମ ନେଇଛନ୍ତି ଏବଂ କ୍ଷମତାରେ ମତ୍ତ ରହିଆସିଛନ୍ତି। କିଛି ସମୟ ଅର୍ଥାତ୍‌ ସେମାନଙ୍କ ଜୀବନକାଳରେ ଏହି ବ୍ୟକ୍ତିମାନେ ଅତି ଶକ୍ତିଶାଳୀ ଲାଗନ୍ତି, କିନ୍ତୁ ଢଗ ଅଛି-‘ସମୟ ବଡ଼ ବଳବାନ୍‌’। ଯେଉଁଥିରୁ ବୁଝିବାକୁ ହେବ ଯେ ମଣିଷର ଜୀବନ କ୍ଷଣକ ପାଇଁ ହୋଇଥିବା ବେଳେ ସେହି ମଣିଷର ଲୋଭ ଅସରନ୍ତି ହୋଇଯାଏ। ମନେହୁଏ ଏହିଭଳି ନେତାମାନେ ଭାବନ୍ତି ସେମାନଙ୍କର ଛବି ସବୁଆଡ଼େ ଲଗାଇଲେ ସେମାନେ ସର୍ବଦା ଜୀବିତ ରହିବେ। ଚାଇନା ରାଷ୍ଟ୍ରପତି ଶି. ଜିନ୍‌ପିଙ୍ଗ୍‌ଙ୍କ ଆଜୀବନ ଶାସକ ରହିବାର ଚିନ୍ତା ଓ ସମ୍ପ୍ରସାରଣ ମାନସିକତା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ତାଙ୍କୁ ନକାରାତ୍ମକ ଭାବେ ଚର୍ଚ୍ଚିତ ରଖିଛି। ଅନୁରୂପ ଭାବେ ରୁଷିଆର ଭ୍ଲାଡିମିର ପୁଟିନ୍‌ ଏବଂ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଯେଉଁଭଳି ଭାବେ ମୃତ୍ୟୁ ଯାଏ ଶାସକ ଆସନରେ ବସିବାର ମୋହରେ ପାଗଳପ୍ରାୟ ହୋଇପଡ଼ିଛନ୍ତି ତାହା ବର୍ତ୍ତମାନର ପିଢ଼ିଙ୍କୁ ହିଟ୍‌ଲର ଓ ମୁସୋଲିନଙ୍କ ଭଳି ଶାସକଙ୍କ ଅବତାରକୁ ମନେପକାଇ ଦେଉଛି।
ଏବେ ଅନ୍ତର୍ଜାତୀୟ ସ୍ତରରେ ଆମେରିକାର ଏଲନ୍‌ ମସ୍କ ପୃଥିବୀର ସର୍ବପ୍ରଥମ ଟ୍ରିଲିୟନେୟାର ଭାବେ ଘୋଷିତ ହୋଇଛନ୍ତି। ଯେଉଁଦିନ ତାଙ୍କ ସ୍ପେସ୍‌ଏକ୍ସ କମ୍ପାନୀର ବଜାରରେ ଅଂଶଧନ ପ୍ରବେଶ ହେଲା, ସେଥିରୁ ତାଙ୍କ ସମଗ୍ର ସମ୍ପତ୍ତିର ଅଭୂତପୂର୍ବ ବୃଦ୍ଧି ଘଟିଲା। ଏହି ପରିପ୍ରେକ୍ଷୀରେ ଦେଖିଲେ ଭାରତ ବର୍ଷର ଜିଡିପି ଏବେ ୪ ଟ୍ରିଲିୟନ୍‌ ଡଲାର ବୋଲି କୁହାଯାଉଛି। ଏଲନ୍‌ ମସ୍କଙ୍କ ସମ୍ପତ୍ତି ଭାରତର ୪ ଭାଗରୁ ଭାଗେ। କେବଳ ଏଲନ୍‌ ମସ୍କ ନୁହନ୍ତି, ମେଟାର ମାର୍କ ଜୁକରବର୍ଗ, ଓପନ୍‌ ଏଆଇର ସାମ୍‌ ଅଲ୍‌ଟମ୍ୟାନ୍‌, ଭାରତର ଗୌତମ ଆଦାନୀଙ୍କ ଭଳି କମ୍ପାନୀ ଇତିହାସର ରାଜା ମହାରାଜାଙ୍କ ପରି ଆଧୁନିକ ବ୍ୟବସାୟ ପାଇଁ ଡାଟା ସେଣ୍ଟର ନାମରେ ଜମି ଦଖଲ କରିବାରେ ବ୍ୟସ୍ତ। ପରିବର୍ତ୍ତନ ଘଟୁଛି, କିନ୍ତୁ ତାହା କେବଳ ନାମ ଓ ସାଙ୍ଗିଆରେ। ଲୋଭ ରାଜାଙ୍କଠୁ ଡେଇଁ ନୂତନ ରାଜନେତା ଓ ଶିଳ୍ପପତିଙ୍କୁ ଘାରୁଛି।
ଲୋଭ ଓ କ୍ଷମତାର ବିସ୍ତାର ଭାରତୀୟ ଆଇନ ବ୍ୟବସ୍ଥା ଯାଏ ଲମ୍ବିଛି। ନ୍ୟାୟସଙ୍ଗତ ନିଷ୍ପତ୍ତି ଦେଇ ବିଚାରପତିମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଆନ୍ତି। କିନ୍ତୁ ଲୋଭରେ ପଡ଼ି ଅନେକେ କ୍ଷମତାର ଅପବ୍ୟହାର କରୁଥିବା ଦେଖିବାକୁ ମିଳୁଛି। ବଡ଼ବଡ଼ିଆଙ୍କ ମାମଲା ପାଇଁ ରାତିଅଧ ଯାଏ ଅଦାଲତ ବସାଇ ଦେଇଥାଆନ୍ତି। ଖରାଛୁଟିରେ ମଧ୍ୟ ବିଚାରପତିମାନେ ନିଜ ତରଫରୁ ପ୍ରଭାବଶାଳୀ ଶିଳ୍ପପତିମାନଙ୍କ ଶୁଣାଣି କରିଦିଅନ୍ତି। ନିରା ରାଡିଆ ମାମଲାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁଭଳି ଭାବେ ରତନ ଟାଟାଙ୍କ ସପ୍ତାହକ ମଧ୍ୟରେ ଶୁଣାଣିକରି ନିର୍ଦ୍ଦେଶ ଜାରି କରିଥିଲେ ତାହା ଅନେକଙ୍କ ମନେଥିବ। ତେଣେ ନ୍ୟାୟ ପାଇବା ପାଇଁ ସାଧାରଣ ଲୋକର ଗୋଟିଏ ବି ଜୀବନ ଯଥେଷ୍ଟ ହୋଇ ନ ଥାଏ। ଏଠି ଆଇନ ବ୍ୟବସ୍ଥାରେ କୌଣସି କାର୍ଯ୍ୟ ବେଆଇନ ବୋଲି କହିବା କଷ୍ଟକର। ବିଶେଷକରି ଯେତେବେଳେ ଦେଶବ୍ୟାପୀ ପ୍ରବଳ ତାପମାତ୍ରା ବୃଦ୍ଧି ଯୋଗୁ ଦିଲ୍ଲୀଠାରୁ ଇନ୍ଦୋର ପର୍ଯ୍ୟନ୍ତ ପାନୀୟଜଳର ଅଭାବ ଦେଖାଯାଉଛି ସେତେବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଅଧିକାଂଶ ବିଚାରପତି ଏବଂ ବଡ଼ବଡ଼ିଆ ଓକିଲ କରଦାତାଙ୍କ ଖର୍ଚ୍ଚରେ ଲଣ୍ଡନ ଯାଇ ସେଠାରେ ନିଜ ନିଜ ମଧ୍ୟରେ ବ୍ୟାଡ୍‌ମିଣ୍ଟନ ଖେଳୁଛନ୍ତି।
ଉପରଲିଖିତ ବ୍ୟକ୍ତିଙ୍କ ଭଳି ଧର୍ମଗୁରୁ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ କ୍ଷମତା, ଧନ ଓ ମାନ ଲୋଭ ମଧ୍ୟ ଅସରନ୍ତି। ସବୁ ଧର୍ମଗୁରୁ ଲୋଭ ଛାଡ଼ିବା ପାଇଁ ବାଣୀ ଶୁଣାଉଥିବା ବେଳେ ନିଜେ ବିରାଟକାୟ ଆଶ୍ରମ ଏବଂ ଭକ୍ତଙ୍କର ଗୋଠ ଯୋଗାଡ଼ କରିବାରେ ଲାଗିଥାନ୍ତି। ମୃତ୍ୟୁ ପରେ ସେମାନଙ୍କର ଚେଲାମାନେ ସମ୍ପତ୍ତିର ମାଲିକ ହୁଅନ୍ତି ଏବଂ ସେହି ଚେଲାଙ୍କ ଲୋଭ ଆହୁରି ଅଧିକ ସମ୍ପତ୍ତି ପାଇଁ ଜାଗ୍ରତ ହୋଇଥାଏ। ତେବେ ଲୋଭକୁ ସ୍ବୀକାର କରି ତାହାର ସୀମା ଚିହ୍ନିବା ହେଉଛି ବାସ୍ତବ ଆଧ୍ୟାତ୍ମିକତା। ସେହି ଆଧ୍ୟାତ୍ମିକତା କୌଣସି ଧର୍ମରେ ଶିଖାଯାଏ ନାହିଁ। ଯିଏ ଲୋଭକୁ ଆୟତ୍ତ କରିପାରିବ ତାହାର ଜୀବନ ଶାନ୍ତିରେ ବିତିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ସି ଜିନପିଙ୍ଗଙ୍କ ଅସୁସ୍ଥତାକୁ ନେଇ ବଢୁଛି କଳ୍ପନାଜଳ୍ପନା, ୨୪ ଘଣ୍ଟା ପରେ ଭାରତ ଛାଡ଼ିବାର କାରଣକୁ ନେଇ ହେଉଛି ଚର୍ଚ୍ଚା

ବେଜିଂ,୧୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ପୁଣିଥରେ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?