ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର କରିବାକୁ ଯାଉଥିବା କୁହାଯାଉଛି । ତେବେ ଉକ୍ତ ଯୁଦ୍ଧ ବନ୍ଦ କରିବାକୁ ହେଲେ ଲେବାନନ୍‌ରୁ ଇସ୍ରାଏଲ୍‌ ସୈନ୍ୟ ପ୍ରତ୍ୟାହାର କରିନେବା ଆବଶ୍ୟକ ବୋଲି ସର୍ତ୍ତ ରଖାଯାଇଥିବା ମଙ୍ଗଳବାର ଇରାନର ଜଣେ ଶୀର୍ଷ କୂଟନୀତିଜ୍ଞ କହିଛନ୍ତି। କିନ୍ତୁ ଲେବାନନ୍‌ରେ ଇସ୍ରାଏଲ୍‌ ଏହାର ସୈନ୍ୟ ମହଜୁଦ ରଖିବ ବୋଲି ଜିଦ୍‌ରେ ଅଟଳ ରହିଛି। ଫଳରେ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନ ଥିବା ଚୁକ୍ତିନାମାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସର୍ତ୍ତକୁ ନେଇ ରହିଥିବା ମତଭେଦ କାରଣରୁ ଯୁଦ୍ଧ ଆହୁରି ଲମ୍ବିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି କହିଛନ୍ତି, ଦକ୍ଷିଣ ଲେବାନନ୍‌କୁ ଇସ୍ରାଏଲ ଲଗାତର ଏହାର ଅକ୍ତିଆରରେ ରଖିଲେ ଏହା ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଂଘନ ହେବ। ଲେବାନନ୍‌ରେ ଯୁଦ୍ଧ ବନ୍ଦ ଆମେରିକା ସହ ହୋଇଥିବା ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ ବୁଝାମଣାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆରାଘାଚି ତେହରାନ୍‌ଠାରେ ବିଦେଶୀ କୂଟନୀତିଜ୍ଞମାନଙ୍କୁ ଏକ ବିବୃତି ଦେଇ କହିଛନ୍ତି, ଯାହା ସେଠାର ସରକାରୀ ଟେଲିଭିଜନରେ ପ୍ରସାରିତ ହୋଇଛି। ଯୁଦ୍ଧ ବେଳେ ଇସ୍ରାଏଲ୍‌ ସେନା ଅକ୍ତିଆର କରିଥିବା ଅଞ୍ଚଳରୁ ନ ହଟିଲେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ ବୋଲି ଉକ୍ତ ବିବୃତିରେ ସ୍ପଷ୍ଟ କରିଦିଆଯାଇଛି। ଏଥିସହିତ ଇସ୍ରାଏଲ୍‌ ଯଦି ପୁନର୍ବାର ଲେବାନନ୍‌ ଉପରେ ଆକ୍ରମଣ କରେ, ତେବେ ଏହାକୁ ବୁଝାମଣାପତ୍ରର ଉଲ୍ଲଂଘନ ବିବେଚନା କରାଯିବ ବୋଲି ଆରାଘଚି କହିଛନ୍ତି।
ଅନ୍ୟପକ୍ଷରେ ଲେବାନନ୍‌ ଚୂଡ଼ାନ୍ତ ଚୁକ୍ତିନାମାର ଅଂଶବିଶେଷ ରହିଛି କି ନାହିଁ, ସେ ନେଇ ଆମେରିକା କିଛି କହିନାହିଁ। ତେବେ ଯୁଦ୍ଧ ବନ୍ଦ ଚୁକ୍ତିନାମା ସମ୍ପର୍କରେ ଇସ୍ରାଏଲ ଅଧିକାରୀଙ୍କ ବିବୃତି ଓ ଆରାଘଚିଙ୍କ ବିବୃତି ପରସ୍ପର ବିରୋଧରେ ଯାଉଛି। ଇସ୍ରାଏଲ୍‌ ଚୁକ୍ତିନାମାର ଅଂଶବିଶେଷ ନୁହେଁ ବୋଲି ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ କହିଥିଲେ। ଇସ୍ରାଏଲ୍‌ର ନିଜର ପ୍ରାଥମିକତା ରହିଥିଲା ଏବଂ ଏହା ଆବଶ୍ୟକ ଥିବା ପର୍ଯ୍ୟନ୍ତ ଲେବାନନ୍‌ର ବଫର ଜୋନ୍‌ରେ ରହିବ ବୋଲି ନେତାନ୍ୟାହୁ କହିଥିଲେ। ଏହି ଅସ୍ପଷ୍ଟତା ଗତ ଏପ୍ରିଲରେ ହୋଇଥିବା ସାମୟିକ ଅସ୍ତ୍ରବିରତି ଏବଂ ଅତୀତର ବୁଝାମଣା ସମୟରେ ଦେଖାଯାଇଥିଲା। ସେହି ଚୁକ୍ତି ବ୍ୟାପକ ଶାନ୍ତି କିମ୍ବା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ପୁନଃ ଖୋଲିବା ପାଇଁ ବାଟ ବାହାର କରିପାରି ନ ଥିଲା। ଅସମାହିତ ପ୍ରସଙ୍ଗ ଚୁକ୍ତିନାମାର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଟ୍ରମ୍ପ୍‌ ମଙ୍ଗଳବାର ନେତାନ୍ୟାହୁଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ଲେବାନନ୍‌କୁ ନେଇ ଇସ୍ରାଏଲୀ ନେତା ଅଧିକ ଦାୟିତ୍ୱବାନ୍‌ ହେବା ଆବଶ୍ୟକ ବୋଲି ଟ୍ରମ୍ପ୍‌ କହିଛନ୍ତି। ଇସ୍ରାଏଲ୍‌ର ପଦକ୍ଷେପ ଆମେରିକା ଏବଂ ଇରାନ ମଧ୍ୟରେ ସଦ୍ୟ ଘୋଷିତ ଚୁକ୍ତିନାମାକୁ ଅଡ଼ୁଆରେ ପକାଇପାରେ ବୋଲି ଟ୍ରମ୍ପ୍‌ ସତର୍କ କରାଇ ଦେଇଛନ୍ତି। ଫ୍ରାନ୍ସରେ ଜି-୭ ସମିଟ୍‌ ଅବସରରେ ଟ୍ରମ୍ପ୍‌ କହିଛନ୍ତି, ଚୁକ୍ତିନାମା ଚୂଡ଼ାନ୍ତ ହେବା ପୂର୍ବରୁ ବେରୁଟ୍‌ରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ବିରକ୍ତି ପ୍ରକାଶ କରିଥିଲେ। ସେ ତାଙ୍କ ଅସନ୍ତୋଷ ସିଧାସଳଖ ଇସ୍ରାଏଲୀ ଅଧିକାରୀମାନଙ୍କୁ ଜଣାଇଥିଲେ। ଇରାନ ସହ ବୁଝାମଣାପତ୍ର ସ୍ବାକ୍ଷର ହେବାର ୨ ଘଣ୍ଟା ପୂର୍ବରୁ ଇସ୍ରାଏଲ୍‌ ବେରୁଟ୍‌ ଉପରେ ଆକ୍ରମଣ କରୁ, ଏହା ସେ ଚାହୁଁ ନଥିଲେ ବୋଲି କାତାର ଅମିର ଶେଖ୍‌ ତମିମ୍‌ ବିନ୍‌ ହମାଦ ଅଲ୍‌-ଥାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ବେଳେ ଟ୍ରମ୍ପ୍‌ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?