ମହାଯୋଦ୍ଧା

କର୍ତ୍ତବ୍ୟ ପାଇଁ ସେ ସବୁବେଳେ ବାଜି ଲଗାଇ ଦେଇଥାଏ ନିଜ ଜୀବନକୁ। ପରିବାରରେ ଯେମିତି ଭିନ୍ନ ଭିନ୍ନ ରୂପରେ ସେ ତା’ର ଦାୟିତ୍ୱ ସମ୍ପାଦନ କରିଥାଏ ଠିକ୍‌ ସେମିତି କାର୍ଯ୍ୟକ୍ଷେତ୍ରରେ ବି ପ୍ରଦର୍ଶନ କରିଥାଏ ଅଦମ୍ୟ ସାହସିକତା। କେତେବେଳେ କୋମଳ ସେ କେବେ ପୁଣି କଠୋର ଆଉ କେବେ ତା’ ହାତ ପରଶରେ ବଞ୍ଚତ୍ବାର ସାହସ ପାଏ ଅନେକ ଜୀବନ। ଏମିତି ଅନେକ
ମହିଳା ଅଛନ୍ତି ଯେଉଁମାନଙ୍କୁ ଲକ୍‌ଡାଉନରେ ବି କର୍ମକ୍ଷେତ୍ରକୁ ଯିବାକୁ
ପଡୁଛି କେବଳ କର୍ତ୍ତବ୍ୟ ପାଇଁ…

ଅନେକ ରୂପରେ ଅବତୀର୍ଣ୍ଣ ହୁଏ ନାରୀଟିଏ। ଆଉ ସବୁ ରୂପରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଠିକ୍‌ ଭାବେ ପାଳନ କରିବା ପାଇଁ ସେ ଭରପୂର ପ୍ରୟାସ କରିଥାଏ। ପରିବାରରେ ଦୁହିତାର ସଂଜ୍ଞାକୁ ଯଥାର୍ଥ କରୁଥିବା ନାରୀମାନେ ଏବେ କାର୍ଯ୍ୟକ୍ଷେତ୍ରରେ ବି କିଛି କମ୍‌ ନୁହନ୍ତି। ଯେତେବେଳେ, ଯେକୌଣସି ପ୍ରକାରର ଚ୍ୟାଲେଞ୍ଜକୁ ସେମାନେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ତ ଏବେ ଲକଡାଉନ୍‌ ସମୟରେ ବି ଅନେକ ମହିଳା ନିଜ କର୍ମକ୍ଷେତ୍ରରେ ଯୋଗଦେଇ କର୍ତ୍ତବ୍ୟ ପାଳନ କରୁଛନ୍ତି। ଲକ୍‌ଡାଉନରେ କିଛି ମହିଳା ନିଜ କର୍ତ୍ତବ୍ୟରେ ଏପରି ବନ୍ଧା ଯେ ସେମାନେ ଚାହିଁଲେ ବି ୱାର୍କ ଫ୍ରମ ହୋମ୍‌ ମାଧ୍ୟମରେ କାମ କରିପାରିବେ ନାହିଁ। ଲୋକଙ୍କ ସୁରକ୍ଷା ପାଇଁ ସେମାନେ ସାଜିଛନ୍ତି କରୋନା ଯୋଦ୍ଧା।
ଡାକ୍ତର ବୋଲି ଅଲଗା ରହୁଛି: ଡାକ୍ତର ଫଗୁସ୍ମିତା ମହାନ୍ତି- ଏବେ କୋଭିଡ୍‌ ପାଇଁ ରୋଗୀଙ୍କ ସଂଖ୍ୟା ବହୁତ ବଢିଯାଇଛି, ସେଥିପାଇଁ ଆମକୁ ଅଧିକ ସମୟ ଦେବାକୁ ପଡୁଛି। ଏ ସମୟରେ କାମ ଆଗରେ ଆଉ କିଛି ଦେଖାଯାଏ ନାହିଁ ବୋଲି କହନ୍ତି ଭୁବନେଶ୍ୱରର ଅଲଟିମେଟ୍‌ ହସପିଟାଲର କୋଭିଡ ୱାର୍ଡରେ କାମ କରୁଥିବା ଡାକ୍ତର ଫଗୁସ୍ମିତା ମହାନ୍ତି।
ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ପାଇଁ କାମ କରିବାରେ ଗୋଟେ ଭିନ୍ନ ଆନନ୍ଦ ବି ରହିଛି। ବେଳେବେଳେ ରୋଗୀମାନଙ୍କୁ ଦେଖିଲେ ସେମାନଙ୍କ କଷ୍ଟ ଆଗରେ ତାଙ୍କ କଷ୍ଟ କିଛି ବି ନୁହଁ ବୋଲି ଭାବନ୍ତି ଫଗୁସ୍ମିତା। ସେଥିପାଇଁ ତ ସେ କହନ୍ତି ହସ୍‌ପିଟାଲରୁ ଭଲ ହୋଇ ଯିବା ପରେ ସେମାନେ ଯେତେବେଳେ ଖୁସି ହୋଇ କୃତଜ୍ଞତାର ଶବ୍ଦଟିଏ କହନ୍ତି ସେତିକିରେ ତାଙ୍କୁ ଯେମିତି ସବୁକିଛି ମିଳିଯାଏ।
ବ୍ୟକ୍ତିଗତ ସମସ୍ୟାକୁ କେବେ ବଡ଼ ବୋଲି ଭାବିନାହାନ୍ତି ସେ। ସବୁଦିନ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେ ନିଜ ଘରକୁ ବି ଆସି ପାରୁ ନାହାନ୍ତି। କଟକରେ ରହୁଥିବା ନିଜ ପରିବାର ଲୋକଙ୍କଠାରୁ ଅଲଗା ହୋଇ ସେ ଘରଭଡା ନେଇ ଅଲଗା ରହୁଛନ୍ତି। କାହିଁକି ନା ତାଙ୍କ ବାପାଙ୍କୁ ଡାଇବେଟିସ୍‌ ଅଛି ଏବଂ ମାଆଙ୍କ ସ୍ବାସ୍ଥ୍ୟ ବି ଖରାପ ହେବାର ସମ୍ଭାବନା ରହିଛି। ଏପଟେ ସହଜରେ ତାଙ୍କୁ ଭରଭଡା ବି ମିଳୁନି। କିଛିଦିନ ତଳେ ସେ ଭୁବନେଶ୍ୱରରେ ଯେଉଁଠାରେ ଭଡା ରହୁଥିଲେ ଏବେ ପୁଣି ଏକ ଘର ବଦଳାଇ ଏକା ରହୁଛନ୍ତି। ତାଙ୍କ ଯୋଗୁଁ କାଳେ ଅନ୍ୟମାନେ ସଂକ୍ରମିତ ହେବେ ସେଥିପାଇଁ ଘର ମାଲିକ ବି ତାଙ୍କୁ ଘର ଛାଡିବାକୁ ବାଧ୍ୟ କରିଥିଲେ। ଏବେ ସେ ଏକୁଟିଆ ଥିବା ଏକ ଘରେ ଭଡାରେ ରହି ଡ୍ୟୁଟି କରୁଛନ୍ତି। ଏସବୁ ସମସ୍ୟା ସତ୍ତ୍ୱେ ନିଜ କର୍ତ୍ତବ୍ୟକୁ ଠିକ୍‌ ଭାବରେ ପାଳନ କରିବା ପାଇଁ ସେ ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି କହନ୍ତି।
ପରିଶ୍ରମ ବ୍ୟର୍ଥ ନ ଯାଉ: ସୁଚିତ୍ରା ପରିଡ଼ା,ଏସ୍‌.ଆଇ. ଏୟାରପୋର୍ଟ ଥାନା, ଭୁବନେଶ୍ୱର-ଏବେ ସମୟ ଯାହା ଆମର ଡ୍ୟୁଟି ଅତ୍ୟନ୍ତ ଜରୁରୀ। କାରଣ ଲୋକଙ୍କୁ ସଚେତନ କରିବା ପାଇଁ ସବୁବେଳେ ଆମକୁ ସଜାଗ ରହିବା ପାଇଁ ପଡୁଛି ବୋଲି କହନ୍ତି ଏୟାରପୋର୍ଟ ଥାନା ଏସ.ଆଇ. ସୁଚିତ୍ରା ପରିଡ଼ା।
ଘରେ ଛୋଟ ଛୁଆ ଆଉ ପରିବାର ଲୋକଙ୍କ ଜୀବନକୁ ରିସ୍କରେ ନେଇ କୋଭିଡ ଡ୍ୟୁଟି କରୁଛନ୍ତି। ତାଙ୍କର ଯିବା ସମୟ ଠିକ୍‌ ଥାଏ ମାତ୍ର ଆସିବାର ସମୟ ନ ଥାଏ। କିନ୍ତୁ ସେ କହନ୍ତି ଯଦି ଲୋକେ ସଚେତନ ହୋଇ କୋଭିଡ ନିୟମ ସବୁ ମାନିବେ ତାଙ୍କ ପରିଶ୍ରମ ବ୍ୟର୍ଥ ଯିବନି। କୋଭିଡ ଡ୍ୟୁଟି ତାଙ୍କୁ ସେଭଳି କିଛି ଅଲଗା ମନେ ହେଉନି। ତା’ ଛଡ଼ା ତାଙ୍କୁ କମିସନର ଏବଂ ଡେପୁଟି କମିସନରଙ୍କଠାରୁ ମଧ୍ୟ ସବୁ ସହଯୋଗ ମିଳୁଛି। ସେ କିମ୍ବା ତାଙ୍କ ବିଭାଗର କୌଣସି କର୍ମଚାରୀ କେବେ ଛୁଟି ନେଇ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବାକୁ ଚାହିଁନାହାନ୍ତି। ଘର ପରିବାର ଏବଂ କର୍ମକ୍ଷେତ୍ର ମଧ୍ୟରେ ସେ ଢେର ଆଗରୁ ସମନ୍ବୟ ରକ୍ଷା କରିବା ଅଭ୍ୟାସ ରଖିଛନ୍ତି। ଏବେ ସାନିଟାଇଜେସନ୍‌ ଏବଂ ପରିଷ୍କାର ରହିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡୁଛି।
ରୋଗୀ ସେବା ହିଁ ଧର୍ମ: ଇତିଶ୍ରୀ ଛାଟୋଇ, ନର୍ସ, ଶ୍ରୀ ହସପିଟାଲ-ସେବା କରିବା ଆମର ଧର୍ମ। ନିଜ କଥା ଭୁଲି ଲୋକଙ୍କୁ କଷ୍ଟରୁ ମୁକ୍ତି ଦେବା ପାଇଁ ଆମେ ସବୁବେଳେ ପ୍ରୟାସ କରିଥାଉ ବୋଲି କହନ୍ତି ଶ୍ରୀ ହସ୍‌ପିଟାଲର ନର୍ସ ଇତିଶ୍ରୀ ଛାଟୋଇ।
ଆଗରୁ ତ ସେ ନର୍ସଭାବେ ଅନେକ ରୋଗୀଙ୍କ ସେବା କରିଛନ୍ତି। କିନ୍ତୁ ଏବେ କୋଭିଡ ପାଇଁ ତାଙ୍କୁ ସାରାଦିନ ୮ଘଣ୍ଟା ପର୍ଯ୍ୟନ୍ତ ପିପିଇ କିଟ୍‌ ପିନ୍ଧି ରହିବାକୁ ପଡୁଛି। ଏତେ ସମୟ ପର୍ଯ୍ୟନ୍ତ ଗରମ ଝାଳରେ ପିପିଇ କିଟ୍‌ ପିନ୍ଧି ରହିବାକୁ ବହୁତ ବିରକ୍ତ ଲାଗେ, କିନ୍ତୁ ରୋଗୀଙ୍କ କଷ୍ଟ ଦେଖିଲେ ତାଙ୍କ ନିଜ କଷ୍ଟ ସେମିତି ବଡ଼ ଲାଗେନି। ତା’ ଛଡା ସେ ପିପିଇ କିଟ୍‌ ଓହ୍ଲାଇ ଖାଇବାକୁ ପ୍ରାୟତଃ ଯାଆନ୍ତି ନାହିଁ, ଖାଲି ଯାହା ବେଳେବେଳେ ପାଣି ପିଇବା ପାଇଁ ରେଷ୍ଟ ରୁମକୁ ଆସନ୍ତି। ଏସବୁ ସତ୍ତ୍ୱେ ଏବେ କୋଭିଡ ପାଇଁ ଏତେ ସଂଖ୍ୟାରେ ରୋଗୀ ଡାକ୍ତରଖାନାକୁ ଆସୁଥିବାରୁ ତାଙ୍କ ଚିକିତ୍ସାରେ ସମୟ କେମିତି ସରିଯାଏ ସେ ଜାଣିପାରନ୍ତି ନାହିଁ। ତେବେ ଘରକୁ ଫେରିଲେ ସେ ପ୍ରଥମେ ଭଲଭାବେ ଉଷୁମ ପାଣିରେ ଗୌଧୋଇବା ସହିତ ସବୁ ପୋଷାକପତ୍ରକୁ ସଫାକରନ୍ତି ଏବଂ କିଛି ସମୟ ବାମ୍ଫ ନେବା ପରେ ଘର ଲୋକଙ୍କ ପାଖକୁ ଯାଆନ୍ତି। କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା କରି ନିଜ ସହିତ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଏବେ କାମ ଢେର୍‌ ବଢିଯାଇଛି ଈତିଶ୍ରୀଙ୍କର।
-ସସ୍ମିତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?