Posted inଖେଳ

ଇଂଲଣ୍ଡର ବୃହତ ବିଜୟ

ଦୋହା,୨୨ା୧୧ : କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ ମ୍ୟାଚ ଆରମ୍ଭ ହୋଇଥିଲା। ଇଂଲଣ୍ଡ ୪-୨-୩-୧ ଓ ଇରାନ ୫-୪-୧ କମ୍ବିନେଶନରେ ପଡିଆକୁ ଓହ୍ଲାଇଥିଲେ। ମ୍ୟାଚ ଆରମ୍ଭରୁ ବିଶ୍ୱ ମାନ୍ୟତାରେ ୫ମ ସ୍ଥାନରେ ଥିବା ଇଂଲଣ୍ଡ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ପ୍ରଥମାର୍ଦ୍ଧର ୩୬ ମିନିଟ ଯାଏ ଉଭୟ ଦଳ ଗୋଲ ସ୍କୋର କରିବାରେ ଅସମର୍ଥ ହୋଇଥିଲେ। ମ୍ୟାଚର ୩୬ ତମ ମିନିଟରେ ଇଂଲଣ୍ଡ ପକ୍ଷରୁ ଜୁଡ ବେଲିଂହାମ ପ୍ରଥମ ଗୋଲ ସ୍କୋର କରିଥିଲେ। ଲୁକ୍‌ ଶଙ୍କ ପାଶକୁ ହେଡର କରିଥିଲେ ବେଲିଂହାମ୍‌। ୪୩ ତମ ମିନିଟରେ ଓ୍ବିଙ୍ଗର ସାକା ନିଜର ପ୍ରଥମ ଗୋଲ ସ୍କୋର କରିବା ସହିତ ଇଂଲଣ୍ଡକୁ ୨-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ହେବା ବେଳକୁ ଫରଓ୍ବାର୍ଡ ରହିମ ଷ୍ଟର୍ଲିଂ ଆଉ ଏକ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଂଲଣ୍ଡ ୩-୦ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧ ପରେ ଉଭୟ ଦଳ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଥିଲା। ମାତ୍ର ଇଂଲଣ୍ଡ ଦଳ ମ୍ୟାଚର ୭୯ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲେ। ୬୨ ମିନିଟରେ ସାକା ବ୍ୟକ୍ତିଗତ ଦ୍ୱିତୀୟ ଓ ଇଂଲଣ୍ଡ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ଏହାର ୩ ମିନିଟ ପରେ ଇରାନ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ମେହଦୀ ଟାରେମୀ ପ୍ରଥମ ଗୋଲ ପରିଶୋଧ କରିଥିଲେ। ୭୧ ତମ ମିନିଟରେ ମାର୍କସ ରାସଫୋର୍ଡ ଓ ୮୯ ତମ ମିନିଟରେ ଜ୍ୟାକ୍‌ ଗ୍ରୀଲିସ୍‌ ଗୋଟିଏ ଲେଖାଏ ଗୋଲ ସ୍କୋର କରିବାରୁ ଇଂଲଣ୍ଡ ୬-୧ରେ ଆଗୁଆ ରହିଥିଲା। ମାତ୍ର ମ୍ୟାଚ ଇଞ୍ଜୁରୀ ଟାଇମରେ ରହିଥିବା ବେଳେ ଇରାନ ପକ୍ଷରୁ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମେହଦୀ ଟାରେମୀ। ବକ୍ସ ମଧ୍ୟରେ ସାର୍ଟ ଟଣାଯାଇଥିବା ବେଳେ ଇରାନକୁ ଏକ ପେନାଲ୍ଟି ମିଳିଥିଲା। ଟାରେମୀ ଏହାକୁ ଗୋଲରେ ପରିଣତ କରିଥିଲେ ହେଁ ଇଂଲଣ୍ଡ ବୃହତ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?