Posted inଖେଳ

ଇଂଲଣ୍ଡର ବୃହତ ବିଜୟ

ଦୋହା,୨୨ା୧୧ : କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ ମ୍ୟାଚ ଆରମ୍ଭ ହୋଇଥିଲା। ଇଂଲଣ୍ଡ ୪-୨-୩-୧ ଓ ଇରାନ ୫-୪-୧ କମ୍ବିନେଶନରେ ପଡିଆକୁ ଓହ୍ଲାଇଥିଲେ। ମ୍ୟାଚ ଆରମ୍ଭରୁ ବିଶ୍ୱ ମାନ୍ୟତାରେ ୫ମ ସ୍ଥାନରେ ଥିବା ଇଂଲଣ୍ଡ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ପ୍ରଥମାର୍ଦ୍ଧର ୩୬ ମିନିଟ ଯାଏ ଉଭୟ ଦଳ ଗୋଲ ସ୍କୋର କରିବାରେ ଅସମର୍ଥ ହୋଇଥିଲେ। ମ୍ୟାଚର ୩୬ ତମ ମିନିଟରେ ଇଂଲଣ୍ଡ ପକ୍ଷରୁ ଜୁଡ ବେଲିଂହାମ ପ୍ରଥମ ଗୋଲ ସ୍କୋର କରିଥିଲେ। ଲୁକ୍‌ ଶଙ୍କ ପାଶକୁ ହେଡର କରିଥିଲେ ବେଲିଂହାମ୍‌। ୪୩ ତମ ମିନିଟରେ ଓ୍ବିଙ୍ଗର ସାକା ନିଜର ପ୍ରଥମ ଗୋଲ ସ୍କୋର କରିବା ସହିତ ଇଂଲଣ୍ଡକୁ ୨-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ହେବା ବେଳକୁ ଫରଓ୍ବାର୍ଡ ରହିମ ଷ୍ଟର୍ଲିଂ ଆଉ ଏକ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଂଲଣ୍ଡ ୩-୦ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧ ପରେ ଉଭୟ ଦଳ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଥିଲା। ମାତ୍ର ଇଂଲଣ୍ଡ ଦଳ ମ୍ୟାଚର ୭୯ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲେ। ୬୨ ମିନିଟରେ ସାକା ବ୍ୟକ୍ତିଗତ ଦ୍ୱିତୀୟ ଓ ଇଂଲଣ୍ଡ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ଏହାର ୩ ମିନିଟ ପରେ ଇରାନ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ମେହଦୀ ଟାରେମୀ ପ୍ରଥମ ଗୋଲ ପରିଶୋଧ କରିଥିଲେ। ୭୧ ତମ ମିନିଟରେ ମାର୍କସ ରାସଫୋର୍ଡ ଓ ୮୯ ତମ ମିନିଟରେ ଜ୍ୟାକ୍‌ ଗ୍ରୀଲିସ୍‌ ଗୋଟିଏ ଲେଖାଏ ଗୋଲ ସ୍କୋର କରିବାରୁ ଇଂଲଣ୍ଡ ୬-୧ରେ ଆଗୁଆ ରହିଥିଲା। ମାତ୍ର ମ୍ୟାଚ ଇଞ୍ଜୁରୀ ଟାଇମରେ ରହିଥିବା ବେଳେ ଇରାନ ପକ୍ଷରୁ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମେହଦୀ ଟାରେମୀ। ବକ୍ସ ମଧ୍ୟରେ ସାର୍ଟ ଟଣାଯାଇଥିବା ବେଳେ ଇରାନକୁ ଏକ ପେନାଲ୍ଟି ମିଳିଥିଲା। ଟାରେମୀ ଏହାକୁ ଗୋଲରେ ପରିଣତ କରିଥିଲେ ହେଁ ଇଂଲଣ୍ଡ ବୃହତ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri