ସଲମାନଙ୍କୁ ବଡ଼ ପୁରସ୍କାର

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଗତ ୩୪ ବର୍ଷ ହେବ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ୟୈସି’ ୧୯୮୮ରେ ମୁକ୍ତିଲାଭ କରିଥିଲା। ସଲମାନଙ୍କ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜବରଦସ୍ତ କ୍ରେଜ ଅଛି। ନିକଟରେ ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ହୋଇଥିବା ଜୟ ପୁରସ୍କାର ସମାରୋହରେ ସଲମାନଙ୍କୁ ସମ୍ମାନିତ କରାଯାଇଛି, ସେ ଏହାର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତାଙ୍କୁ ସାଉଦି ଆରବରେ ‘ପର୍ସନାଲିଟି ଅଫ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଫଟୋ ସହିତ ସଲ୍ଲୁ କ୍ୟାପସନ ରଖିଛନ୍ତି – ମୋର ଭାଇ ବୁ ନାସିରଙ୍କୁ ଭେଟି ଖୁସି ଲାଗିଲା। ଏହି ଫଟୋରେ ସଲମାନ ଖାନ ଏକ କଳା ସୁଟରେ ନଜର ଆସିଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସେ ହଲିଉଡ ଅଭିନେତା ଜନ ଟ୍ରାଭୋଲଟାଙ୍କୁ ଭେଟିଥିଲେ।
ବିଗତ କିଛି ମାସ ଧରି, ବିଗ ବସ କାରଣରୁ ସଲ୍ଲୁ ଅଧିକ ବ୍ୟସ୍ତ ଥିଲେ। କିନ୍ତୁ ଏବେ ବିଗ ବସ ସରିବା ପରେ ସଲମାନ ଖାନ ତାଙ୍କ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିବେ। ବିଶେଷକରି ସଲମାନ ‘ଟାଇଗର ୩’ର ଅବଶିଷ୍ଟ ଅଶଂ ଶୁଟିଂ ଶେଷ କରିବେ। ଦର୍ଶକମାନେ ମଧ୍ୟ ଏହି ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ସେ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ ଶେୟାର କରୁଥିବା ନଜର ଆସିବେ। ଏହା ବ୍ୟତୀତ ‘କିକ ୨’, ‘କଭି ଇଦ କଭି ଦିୱାଲୀ’ ଏବଂ ‘ବଜରଙ୍ଗୀ ଭଜନ’ ର ସିକ୍ୱେଲରେ ସଲ୍ଲୁ ଅଭିନୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଟଙ୍କା ନେଇ ବିଗ୍‌ବସ୍‌ ଛାଡ଼ିଦେଲେ ଏହି ପ୍ରତିଯୋଗୀ !

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଗ୍‌ ବସ୍‌-୧୪। ଚଳିତ ସପ୍ତାହ ଶେଷ ସପ୍ତାହ ହୋଇଥିବା ବେଳେ ପ୍ରତିଯୋଗୀମାନେ ଫାଇନାଲରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି।...

ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ: କଙ୍ଗନା

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ ସର୍ବଦା ବ୍ୟକ୍ତିଗତ ତଥା ସାମାଜିକ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏବେ ସେ...

ଲକ୍‌ଡାଉନ୍‌ ପାଇଁ ଅଟକିଥିଲା ତେଲୁଗୁ ହିରୋ ନିତିନଙ୍କ ବିବାହ: ହୋଇପାରେ ଜୁଲାଇ ଶେଷ ସୁଦ୍ଧା

ଟଲିଉଡ ତାରକା ନିତିନ୍‌ ଏବଂ ଶାଲିନିଙ୍କ ବିବାହ ଖବର କିଛି ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଫେବୃୟାରୀରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏପ୍ରିଲରେ ବିବାହ...

ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।...

ବିଳାସପୂର୍ଣ୍ଣ କାର୍‌ ଛାଡି ଅଟୋରେ ଭାଣିଜୀର ମେହେନ୍ଦୀ ସେରିମନୀକୁ ଗଲେ ରବିନା

ମୁମ୍ବାଇ: ଫିଲ୍ମ ‘କେଜିଏପ୍‌ ଚାପ୍ଟର-୨’ରୁ ବଡ଼ ପରଦାକୁ ଫେରୁଥିବା ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ସେ...

ମାମୁ ହର୍ଷବର୍ଦ୍ଧନଙ୍କ ସହ ପୁଅର ପ୍ରଥମ ଫଟୋ ଶେୟାର କରି ସୋନମ କହିଲେ , ଆପ ବେଷ୍ଟ ହୈ

ମୁମ୍ବାଇ: ନିକଟରେ ମାଆ ହୋଇଥିବା ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କ ମଦରହୁଡ ଫେଜ ଏନଜୟ କରୁଛନ୍ତି । ଅଭିନେତ୍ରୀ ଚଳିତ ବର୍ଷ ଅଗଷ୍ଟରେ...

ପ୍ରେମ ପାଇଁ ଦେଶ ଛାଡ଼ିବେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଦଲଜୀତ କୌର। ବିବାହ ପରେ ସେ ନିଜର ପାର୍ଟନର ନିକ୍‌ ପଟେଲଙ୍କ ସହ...

ବଲିଉଡ୍‌କୁ ଆଉ ଏକ ଝଟ୍‌କା: ପ୍ରାଣ ହରାଇଲେ ଫିଲ୍ମ ନିର୍ମାତା ହରିଶ ଶାହ

ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ଯେପରି ଅଶୁଭ ବର୍ଷ। ଜଣେ ପରେ ଜଣେ ବଲିଉଡ୍‌ କଳାକାର, ନିର୍ମାତା, ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟୁଛି। ବୁଧବାର ବଲିଉଡ୍‌କୁ ଆଉ...

Advertisement
Archives

Model This Week