ମହାବିପତ୍ତି

ଜୈବବିବଧତା ପରିପୂର୍ଣ୍ଣ ହିମାଳୟ ପାଦଦେଶର ରାଜ୍ୟ ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଅନେକ ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ହିମଖଣ୍ଡଜନିତ ବନ୍ୟା ସହ ଭୂସ୍ଖଳନ ଓ ବାଦଲଫଟା ବର୍ଷାରେ ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାବାଦ୍‌ ଉତ୍ତରାଖଣ୍ଡର ଜୋଷୀମଠ ପରେ ନିକଟରେ ମସୌରିର ଲାଣ୍ଡୌର ଏବଂ କର୍ନପ୍ରୟାଗରେ ମାଟି ଦବି ଘର ଫାଟିବା ବିପର୍ଯ୍ୟୟର ପୂର୍ବସୂଚନା ବୋଲି ବୁଝିବାକୁ ହେବ। ଏହାବ୍ୟତୀତ ଫେବୃୟାରୀ ୨୬ରେ ଜୋଷୀମଠରେ ଭୂତଳ ପାଇପ୍‌ ଲାଇନ୍‌ ଫାଟିବା ଘଟଣା ସାମ୍‌ନାକୁ ଆସିଛି। ଏସବୁ ବିପର୍ଯ୍ୟୟ ସଙ୍କେତ ପର୍ଯ୍ୟଟନ ସମୃଦ୍ଧ ଶିମ୍‌ଲା ଓ ଦାର୍ଜିଲିଂରେ ମଧ୍ୟ ଲକ୍ଷ୍ୟ କରାଗଲାଣି। ତେବେ କର୍ନପ୍ରୟାଗର ବିପର୍ଯ୍ୟୟର ଗୁରୁତ୍ୱକୁ ଉପଲବ୍ଧି କରି ଫେବୃୟାରୀ ୨୭ରେ ବିଭିନ୍ନ ବୈଷୟିକ ଅନୁଷ୍ଠାନର ୮ ଜଣ ସଦସ୍ୟ ବିଶିଷ୍ଟ କମିଟି ତଦନ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ହିମାଳୟ ଅଞ୍ଚଳରେ ଏଭଳି ବିପର୍ଯ୍ୟୟ ଘଟିବା ପଛରେ କେବଳ ପ୍ରକୃତି ଦାୟୀ ନୁହେଁ, ବରଂ ଏହାର ମୁଖ୍ୟ କାରଣ ମନୁଷ୍ୟକୃତ କାର୍ଯ୍ୟକଳାପ ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସେଠାରେ ଅନିୟନ୍ତ୍ରିତ ନିର୍ମାଣ, ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ଧ୍ୱଂସ, ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ପ୍ରାକୃତିକ ଜଳ ପ୍ରବାହରେ ବାଧା ସୃଷ୍ଟି କରାଯିବା ଯୋଗୁ ବିପର୍ଯ୍ୟୟ ବଢ଼ିିଚାଲିିଛି। ବିକାଶ ଲାଗି ଜଙ୍ଗଲ ଧ୍ୱଂସ କରାଯାଇ ହିମାଳୟର ପରିସଂସ୍ଥାନକୁ ଭାଙ୍ଗି ଦିଆଯାଉଛି। ଉତ୍ତରାଖଣ୍ଡରେ ଟନେଲ ଏବଂ ୭୦ଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଗଛ କାଟିବା ଓ ପାହାଡ଼ ଫଟାଇବା ଫଳରେ ପରିସଂସ୍ଥାନ ଏବେ ଅତ୍ୟଧିକ ପ୍ରଭାବିତ। ବୁଝିବାକୁ ହେବ, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ କିମ୍ବା ହିମାଳୟର ଅନ୍ୟ ଅଞ୍ଚଳରେ ଦେଖାଯାଉଥିବା ପରିବେଶଗତ ବିପର୍ଯ୍ୟୟ ରାତାରାତି ସୃଷ୍ଟି ହୋଇନି। ବହୁ ଦଶନ୍ଧି ଧରି ବିଭିନ୍ନ ସଂସ୍ଥା ଦ୍ୱାରା ଦିଆଯାଇଥିବା ବିପଦ ସଙ୍କେତକୁ ଲଗାତର ଅଣଦେଖା କରାଯାଇଆସୁଛି। ଉଦାହରଣ ସ୍ବରୂପ, ୧୯୭୬ରେ ଗଡ଼ଓ୍ବାଲ କମିଶନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୋଷୀମଠ ବିପଦରେ ଥିବା ଦର୍ଶାଇ ନିିର୍ମାଣ କାର୍ଯ୍ୟରୁ ବିରତ ହେବାକୁ ସତର୍କ କରିଥିଲା। ଏହାସହ ନ୍ୟାଶନାଲ ରିମୋଟ୍‌ ସେନସିଂ ଏଜେନ୍ସି(ଏନ୍‌ଆର୍‌ଏସ୍‌ଏ) ସମେତ ୧୨ଟି ବୈଜ୍ଞାନିକ ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣା ସ୍ପଷ୍ଟ କରିଛି ଯେ, ଜୋଷୀମଠର ୯୯% ଅଞ୍ଚଳ ଭୂସ୍ଖଳନପ୍ରବଣ। ବିଶେଷଜ୍ଞଙ୍କ ଚେତାବନୀ ସତ୍ତ୍ୱେ ସେଠାରେ ଚାରିଧାମ ପ୍ରୋଜେକ୍ଟ ଓ ଜାତୀୟ ରାଜପଥ ଚଉଡ଼ା କାର୍ଯ୍ୟ ଚାଲୁଛି। ଚାରିଧାମ ରେଲଓ୍ବେ ପ୍ରୋଜେକ୍ଟରେ ୧୨୫ କି.ମି. ଲାଇନ୍‌ ବିଛାଯିବା କାର୍ଯ୍ୟକ୍ରମ ଜାରି ରହିଛି; ଯାହା ମଧ୍ୟରୁ ୧୦୫ କି.ମି. କେବଳ ଟନେଲ୍‌ । ଏହିସବୁ କାର୍ଯ୍ୟ ଦ୍ୱାରା ଜୋଷୀମଠ ସହ କର୍ନପ୍ରୟାଗ, ଚାମୋଲି, ସମୁରି ଓ ତେହରିଗଡ଼ଓ୍ବାଲ୍‌ର ବହୁ ଅଞ୍ଚଳ ପ୍ରଭାବିତ ହେଉଛି।
ଏବେ ହିମାଚଳ ପ୍ରଦେଶର ଛାମ୍ବା ଜିଲା ଝାରୌତା ଗାଁରେ ଘରଗୁଡ଼ିକରେ ଫାଟ ଦେଖାଯାଇଛି। ଝାରୌତା ଗାଁ ବାଜୋଲି-ହୋଲି ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ୍‌ର ନିମ୍ନଭାଗରେ ଅଛି। ଏହାବାଦ୍‌ ହିମାଳୟ ଅଞ୍ଚଳରେ ୧୬୪ଟି ଛୋଟବଡ଼ ଡ୍ୟାମ୍‌ ଅଛି ଓ ଆଉ ୯୧୬ଟି କରାଯିବାର ଯୋଜନା ରହିଛି ବୋଲି ହିମାଚଳପ୍ରଦେଶ ଶକ୍ତି ବିଭାଗ ପ୍ରକାଶ କରିଛି। ଏହିସବୁ କାରଣରୁ ହିମାଳୟ ଅଞ୍ଚଳ ଅତୀତରୁ ବିପର୍ଯ୍ୟୟର ସାମ୍ନା କରିଆସୁଛି। ୨୦୧୩ର କେଦାରନାଥ ବିପର୍ଯ୍ୟୟ ଏବଂ ୨୦୨୧ର ବନ୍ୟା ଏଠାରେ ସ୍ମରଣଯୋଗ୍ୟ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଉଭୟ ଭୂପୃଷ୍ଠ ଓ ଭୂଗର୍ଭ ଖଣି ଖନନ କାର୍ଯ୍ୟ ଦ୍ୱାରା ସେହି ଅଞ୍ଚଳରେ ପରିବେଶ, ଜନଜୀବନ ପ୍ରଭାବିତ ହେଉଛି। କିନ୍ତୁ ଆମେ ଯଦି ସମସ୍ତେ ଭାବି ବସିବା ଯେ, ଆମେ ସୁରକ୍ଷିତ ଅଛୁ ଓ ଆମ ଘର ଫାଟୁନାହିଁ, ତେବେ ଆମେ ବଡ଼ ଭୁଲ୍‌ କରିବସିବା। ଏବେ ଯାହା କିଛି ଅଞ୍ଚଳରେ ଘଟୁଛି ତାହା କେବଳ ସତର୍କଘଣ୍ଟି। ହିମାଳୟରୁ ଆରମ୍ଭକରି ଓଡ଼ିଶାର ଖଣି ଅଞ୍ଚଳ ପର୍ଯ୍ୟନ୍ତ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ସେହିସବୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ। ଏହାର ମୂଳ କଥା ହେଲା, ପରିବେଶର ଯେତେବେଳେ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଗଲାଣି ସେତେବେଳେ ସମଗ୍ର ସୃଷ୍ଟି ପ୍ରଭାବିତ ହେଉଛି। ଆମେ ବ୍ୟକ୍ତିଗତ ଭାବରେ ସେହି ମହାବିପତ୍ତିରୁ ବର୍ତ୍ତିବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?