ମହାବିପତ୍ତି

ଜୈବବିବଧତା ପରିପୂର୍ଣ୍ଣ ହିମାଳୟ ପାଦଦେଶର ରାଜ୍ୟ ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଅନେକ ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ହିମଖଣ୍ଡଜନିତ ବନ୍ୟା ସହ ଭୂସ୍ଖଳନ ଓ ବାଦଲଫଟା ବର୍ଷାରେ ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାବାଦ୍‌ ଉତ୍ତରାଖଣ୍ଡର ଜୋଷୀମଠ ପରେ ନିକଟରେ ମସୌରିର ଲାଣ୍ଡୌର ଏବଂ କର୍ନପ୍ରୟାଗରେ ମାଟି ଦବି ଘର ଫାଟିବା ବିପର୍ଯ୍ୟୟର ପୂର୍ବସୂଚନା ବୋଲି ବୁଝିବାକୁ ହେବ। ଏହାବ୍ୟତୀତ ଫେବୃୟାରୀ ୨୬ରେ ଜୋଷୀମଠରେ ଭୂତଳ ପାଇପ୍‌ ଲାଇନ୍‌ ଫାଟିବା ଘଟଣା ସାମ୍‌ନାକୁ ଆସିଛି। ଏସବୁ ବିପର୍ଯ୍ୟୟ ସଙ୍କେତ ପର୍ଯ୍ୟଟନ ସମୃଦ୍ଧ ଶିମ୍‌ଲା ଓ ଦାର୍ଜିଲିଂରେ ମଧ୍ୟ ଲକ୍ଷ୍ୟ କରାଗଲାଣି। ତେବେ କର୍ନପ୍ରୟାଗର ବିପର୍ଯ୍ୟୟର ଗୁରୁତ୍ୱକୁ ଉପଲବ୍ଧି କରି ଫେବୃୟାରୀ ୨୭ରେ ବିଭିନ୍ନ ବୈଷୟିକ ଅନୁଷ୍ଠାନର ୮ ଜଣ ସଦସ୍ୟ ବିଶିଷ୍ଟ କମିଟି ତଦନ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ହିମାଳୟ ଅଞ୍ଚଳରେ ଏଭଳି ବିପର୍ଯ୍ୟୟ ଘଟିବା ପଛରେ କେବଳ ପ୍ରକୃତି ଦାୟୀ ନୁହେଁ, ବରଂ ଏହାର ମୁଖ୍ୟ କାରଣ ମନୁଷ୍ୟକୃତ କାର୍ଯ୍ୟକଳାପ ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସେଠାରେ ଅନିୟନ୍ତ୍ରିତ ନିର୍ମାଣ, ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ଧ୍ୱଂସ, ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ପ୍ରାକୃତିକ ଜଳ ପ୍ରବାହରେ ବାଧା ସୃଷ୍ଟି କରାଯିବା ଯୋଗୁ ବିପର୍ଯ୍ୟୟ ବଢ଼ିିଚାଲିିଛି। ବିକାଶ ଲାଗି ଜଙ୍ଗଲ ଧ୍ୱଂସ କରାଯାଇ ହିମାଳୟର ପରିସଂସ୍ଥାନକୁ ଭାଙ୍ଗି ଦିଆଯାଉଛି। ଉତ୍ତରାଖଣ୍ଡରେ ଟନେଲ ଏବଂ ୭୦ଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଗଛ କାଟିବା ଓ ପାହାଡ଼ ଫଟାଇବା ଫଳରେ ପରିସଂସ୍ଥାନ ଏବେ ଅତ୍ୟଧିକ ପ୍ରଭାବିତ। ବୁଝିବାକୁ ହେବ, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ କିମ୍ବା ହିମାଳୟର ଅନ୍ୟ ଅଞ୍ଚଳରେ ଦେଖାଯାଉଥିବା ପରିବେଶଗତ ବିପର୍ଯ୍ୟୟ ରାତାରାତି ସୃଷ୍ଟି ହୋଇନି। ବହୁ ଦଶନ୍ଧି ଧରି ବିଭିନ୍ନ ସଂସ୍ଥା ଦ୍ୱାରା ଦିଆଯାଇଥିବା ବିପଦ ସଙ୍କେତକୁ ଲଗାତର ଅଣଦେଖା କରାଯାଇଆସୁଛି। ଉଦାହରଣ ସ୍ବରୂପ, ୧୯୭୬ରେ ଗଡ଼ଓ୍ବାଲ କମିଶନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୋଷୀମଠ ବିପଦରେ ଥିବା ଦର୍ଶାଇ ନିିର୍ମାଣ କାର୍ଯ୍ୟରୁ ବିରତ ହେବାକୁ ସତର୍କ କରିଥିଲା। ଏହାସହ ନ୍ୟାଶନାଲ ରିମୋଟ୍‌ ସେନସିଂ ଏଜେନ୍ସି(ଏନ୍‌ଆର୍‌ଏସ୍‌ଏ) ସମେତ ୧୨ଟି ବୈଜ୍ଞାନିକ ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣା ସ୍ପଷ୍ଟ କରିଛି ଯେ, ଜୋଷୀମଠର ୯୯% ଅଞ୍ଚଳ ଭୂସ୍ଖଳନପ୍ରବଣ। ବିଶେଷଜ୍ଞଙ୍କ ଚେତାବନୀ ସତ୍ତ୍ୱେ ସେଠାରେ ଚାରିଧାମ ପ୍ରୋଜେକ୍ଟ ଓ ଜାତୀୟ ରାଜପଥ ଚଉଡ଼ା କାର୍ଯ୍ୟ ଚାଲୁଛି। ଚାରିଧାମ ରେଲଓ୍ବେ ପ୍ରୋଜେକ୍ଟରେ ୧୨୫ କି.ମି. ଲାଇନ୍‌ ବିଛାଯିବା କାର୍ଯ୍ୟକ୍ରମ ଜାରି ରହିଛି; ଯାହା ମଧ୍ୟରୁ ୧୦୫ କି.ମି. କେବଳ ଟନେଲ୍‌ । ଏହିସବୁ କାର୍ଯ୍ୟ ଦ୍ୱାରା ଜୋଷୀମଠ ସହ କର୍ନପ୍ରୟାଗ, ଚାମୋଲି, ସମୁରି ଓ ତେହରିଗଡ଼ଓ୍ବାଲ୍‌ର ବହୁ ଅଞ୍ଚଳ ପ୍ରଭାବିତ ହେଉଛି।
ଏବେ ହିମାଚଳ ପ୍ରଦେଶର ଛାମ୍ବା ଜିଲା ଝାରୌତା ଗାଁରେ ଘରଗୁଡ଼ିକରେ ଫାଟ ଦେଖାଯାଇଛି। ଝାରୌତା ଗାଁ ବାଜୋଲି-ହୋଲି ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ୍‌ର ନିମ୍ନଭାଗରେ ଅଛି। ଏହାବାଦ୍‌ ହିମାଳୟ ଅଞ୍ଚଳରେ ୧୬୪ଟି ଛୋଟବଡ଼ ଡ୍ୟାମ୍‌ ଅଛି ଓ ଆଉ ୯୧୬ଟି କରାଯିବାର ଯୋଜନା ରହିଛି ବୋଲି ହିମାଚଳପ୍ରଦେଶ ଶକ୍ତି ବିଭାଗ ପ୍ରକାଶ କରିଛି। ଏହିସବୁ କାରଣରୁ ହିମାଳୟ ଅଞ୍ଚଳ ଅତୀତରୁ ବିପର୍ଯ୍ୟୟର ସାମ୍ନା କରିଆସୁଛି। ୨୦୧୩ର କେଦାରନାଥ ବିପର୍ଯ୍ୟୟ ଏବଂ ୨୦୨୧ର ବନ୍ୟା ଏଠାରେ ସ୍ମରଣଯୋଗ୍ୟ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଉଭୟ ଭୂପୃଷ୍ଠ ଓ ଭୂଗର୍ଭ ଖଣି ଖନନ କାର୍ଯ୍ୟ ଦ୍ୱାରା ସେହି ଅଞ୍ଚଳରେ ପରିବେଶ, ଜନଜୀବନ ପ୍ରଭାବିତ ହେଉଛି। କିନ୍ତୁ ଆମେ ଯଦି ସମସ୍ତେ ଭାବି ବସିବା ଯେ, ଆମେ ସୁରକ୍ଷିତ ଅଛୁ ଓ ଆମ ଘର ଫାଟୁନାହିଁ, ତେବେ ଆମେ ବଡ଼ ଭୁଲ୍‌ କରିବସିବା। ଏବେ ଯାହା କିଛି ଅଞ୍ଚଳରେ ଘଟୁଛି ତାହା କେବଳ ସତର୍କଘଣ୍ଟି। ହିମାଳୟରୁ ଆରମ୍ଭକରି ଓଡ଼ିଶାର ଖଣି ଅଞ୍ଚଳ ପର୍ଯ୍ୟନ୍ତ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ସେହିସବୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ। ଏହାର ମୂଳ କଥା ହେଲା, ପରିବେଶର ଯେତେବେଳେ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଗଲାଣି ସେତେବେଳେ ସମଗ୍ର ସୃଷ୍ଟି ପ୍ରଭାବିତ ହେଉଛି। ଆମେ ବ୍ୟକ୍ତିଗତ ଭାବରେ ସେହି ମହାବିପତ୍ତିରୁ ବର୍ତ୍ତିବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri