ବାଘ ଆଇଲେ

ସମ୍ବଲପୁର ଜିଲାର ଦେବ୍ରିଗଡ଼ ଓ କେନ୍ଦୁଝର ଜିଲାର ଘଟଗାଁ ଜଙ୍ଗଲରେ ଦୁଇଟି ମହାବଳ ବାଘ ବୁଲୁଥିବାର ଦୃଶ୍ୟ ବନ ବିଭାଗ କ୍ୟାମେରାରେ କଏଦ ହୋଇଥିବା ଫଟୋରୁ ଏବେ ଦେଖିବାକୁ ମିଳିଛି। ଏହା ନିଶ୍ଚିତ ଭାବେ ଖୁସିର କଥା। ସେହିଭଳି ଅଲିଭ୍‌ ରିଡ୍‌ଲେ କଇଁଚ୍ଛ ଓଡ଼ିଶା ଉପକୂଳରେ ବହୁଳ ମାତ୍ରାରେ ସମୂହ ଅଣ୍ଡାଦାନ କରୁଥିବା ଦେଖାଯାଉଛି। ଏହା ଯେତିକି ଖୁସି ଆଣିଦେଉଛି, ସେତିକି ଦୁଃଖ ମଧ୍ୟ। ସମୁଦ୍ରରେ ଅନେକ ସଂଖ୍ୟକ ଟ୍ରଲର ଚଳପ୍ରଚଳ କରୁଥିବାରୁ ଅସଂଖ୍ୟ କଇଁଚ୍ଛଙ୍କ ମୃତ୍ୟୁ ଘଟିଆସୁଛି। ଏସବୁଥିରୁ ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା କେତେ ଦୁର୍ବଳ ରହିଛି ତାହା ନ କହିବା ଭଲ। ୨୮ ଫେବୃୟାରୀରେ ବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ ୨୪୫ ହାତୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ମାତ୍ର ୬ଟି ହାତୀ ଶିକାରର ସମ୍ମୁଖୀନ ହୋଇଥିବା ତଥ୍ୟ ମନ୍ତ୍ରୀ ଯାହା ଗୃହରେ ଉପସ୍ଥାପନ କରିଛନ୍ତି ତାହା ସରକାରୀ ଆକଳନ। ବାସ୍ତବରେ ଦେଖିଲେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। କାରଣ ଗୋଟିଏ ବର୍ଷ ଭିତରେ ଆଠଗଡ଼ ବନଖଣ୍ଡରେ ଯେଉଁ ୧୧ ହାତୀଙ୍କ ମଢ଼ ଠାବ କରାଯାଇଥିଲା, ସେଥିରେ କେବଳ ଜୁନ୍‌ ୨୦୨୨ରେ ୫ଟି ହାତୀର ମୃତଦେହ ଥିବା ଜଣାପଡ଼ିଥିଲା। ତେଣୁ ସେଗୁଡ଼ିକର ମୃତ୍ୟୁ କଦାପି ସ୍ବାଭାବିକ ହୋଇ ନ ଥିବ। ମୋଟ ଉପରେ କହିଲେ ହାତୀ ବଂଶ କମିଯିବା ଦ୍ୱାରା ତାହା ପରିବେଶ ସନ୍ତୁଳନକୁ ବିଗାଡ଼ି ଦେଉଛି। ବିଶେଷଜ୍ଞଙ୍କ ମତରେ ଜଙ୍ଗଲରେ ଥିବା ବଡ଼ ଗଛର ଡାଳକୁ ହାତୀ ଖାଇଥାଏ। ତାହା ଦ୍ୱାରା ଛୋଟ ଗଛଗୁଡ଼ିକ ବଢ଼ିବାରେ ସହାୟକ ହୋଇଥାଏ। କିନ୍ତୁ ହାତୀ ବଂଶ ହ୍ରାସ ପାଇଲେ ବଡ଼ ଗଛର ଡାଳ ସେହିଭଳି ରହିଯାଇଥାଏ। ସେହି ସମୟରେ ଛୋଟ ଗଛ ଉଧେଇପାରି ନ ଥାଆନ୍ତି। ପୁଣି ଯେତେବେଳେ ସେହି ବୃହତାକାୟ ଦ୍ରୁମଗୁଡ଼ିକର ମୃତ୍ୟୁ ଘଟେ ସେତେବେଳେ ଛୋଟ ଗଛ ବଢ଼ି ନ ଥିବାରୁ ପରିବେଶଗତ ସନ୍ତୁଳନ ରକ୍ଷା ହୋଇପାରି ନ ଥାଏ।
ମହାବଳ ବାଘ ବିଷୟକୁ ଫେରିଲେ ଓଡ଼ିଶାରେ ଏମାନଙ୍କ ସଂଖ୍ୟ ରହିଛି ମାତ୍ର ୨୮। ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲକ୍ଷୟ, ଶିକାର ଓ ବାସସ୍ଥାନ ଅଭାବଜନିତ କାରଣରୁ ବାଘ ସଂଖ୍ୟା କମିବାରେ ଲାଗିଛି। ସମସ୍ତେ ଜାଣନ୍ତି ଯେ, ଖାଦ୍ୟଶୃଙ୍ଖଳର ଯେଉଁ ସର୍ବୋଚ୍ଚ ସ୍ତର ରହିଛି ତାହା ମଧ୍ୟରେ ବାଘର ସ୍ଥାନ ଅନନ୍ୟ। ବାଘ ଗୋଟେ ଶିକାରୀ ଜନ୍ତୁ ହୋଇଥିବାରୁ ସନ୍ତୁଳନତା ବଜାୟ ରଖିବାରେ ଏହାର ଆବଶ୍ୟକତା ଯଥେଷ୍ଟ। ଓଡ଼ିଶା କଥା ଦେଖିଲେ ଏଠାରେ କଲରାପତରିଆ ବାଘ ଶିକାର ଖବର ବାରମ୍ବାର ଶୁଣିବାକୁ ମିଳୁଛି। ଅତୀତରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ସକାଶେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଥିଲା। ମଧ୍ୟପ୍ରଦେଶରୁ ଯେଉଁ ଦୁଇଟି ବାଘ ଅଣାଯାଇଥିଲା ସେଥିରୁ ‘ମହାବୀର’ ନାମକ ବାଘର ୧୪ ନଭେମ୍ବର ୨୦୧୮ରେ ସାତକୋଶିଆରେ ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ ‘ସୁନ୍ଦରୀ’କୁ ବନ ବିଭାଗ ୨୩ ମାର୍ଚ୍ଚ ୨୦୨୧ରେ ବାନ୍ଧବଗଡ଼କୁ ଫେରାଇ ଦେଇଥିଲା। ମହାବୀରର ମୃତ୍ୟୁ ଶିକାରଜନିତ ବୋଲି ଆଲୋଚନା ହୋଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେଣୁ ବାଘବଂଶ ହ୍ରାସ ସୁରକ୍ଷାଜନିତ ଅବହେଳା କାରଣରୁ ଘଟୁଛି ବୋଲି କୁହାଯାଉଛି। ସମଗ୍ର ଭାରତ କଥା ଦେଖିଲେ ଅପେକ୍ଷାକୃତ ଭାବେ ମଧ୍ୟପ୍ରଦେଶରେ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ଭଲ ରହିଛି। ସମ୍ଭବତଃ ସେଥିପାଇଁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନିକଟରେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଯଥାକ୍ରମେ ୮ ଓ ୧୨ଟି ଚିତା ବାଘକୁ ରଖାଯିବାର ବ୍ୟବସ୍ଥା କରାଯାଇଛି। ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଦେଶରୁ ଅଣାଯାଇଥିବା ଚିତାଗୁଡ଼ିକ ଏଠାକାର ଜଳବାୟୁରେ ଖାପ ଖାଇ କିଭଳି ବଢ଼ିବେ ତାହା ଦେଖିବାର ଅଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ଏକ ରିପୋର୍ଟ ଅନୁସାରେ ୨୦୧୨ରୁ ୨୦୨୦ ମଧ୍ୟରେ ୮୫୭ ବାଘଙ୍କର ମୃତ୍ୟୁ ଘଟିଛି। ୨୦୨୧ରେ ଭାରତରେ ୧୨୧ ବାଘଙ୍କ ମୃତ୍ୟୁ ଘଟିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଥିଲା।
ଓଡ଼ିଶା ହେଉ ବା କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜୀବଜନ୍ତୁଙ୍କ ଶିକାରଜନିତ ମୃତ୍ୟୁକୁ ଘୋଡ଼ାଇବାରେ ବ୍ୟସ୍ତ। ଅପାରଗତାକୁ ଲୁଚାଇବା ପାଇଁ ଯେତେ ସଫେଇ ଦିଆଗଲେ ମଧ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପରିବେଶ ପାଇଁ ଏକ ବିପଦ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ସମଗ୍ର ଜୀବସତ୍ତାକୁ କଲବଲ କରିଦେଲାଣି। ଏଭଳି ସମୟରେ ଜୈବବିବିଧତା ଅଧିକ ବିଗିଡ଼ିଗଲେ ଆଗକୁ ଭୟଙ୍କର ବିପର୍ଯ୍ୟୟ ମାଡ଼ିଆସିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri