ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର ଶିବ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ପାଟଣା ବଜାର ପରିକ୍ରମା କରିବା ସହ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।
ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକେ ହାତରେ ତ୍ରିରଙ୍ଗା ପତାକା ଧରି ଉତ୍ସାହର ସହିତ ସାମିଲ ହୋଇଥିଲେ। ଏଥିରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବ୍ଲକ୍ ଅଧ୍ୟକ୍ଷା ବୀଣାପାଣି ନାୟକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, କେନ୍ଦୁଝର ଏମପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହ୍ଲାଦ କୁମାର ପଲେଇ, ପାଟଣା ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ ଏବଂ ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ ପ୍ରମୁଖ ଯୋଗଦେଇଥିଲେ।
ଏହାଛଡ଼ା ଜିଲା ମହିଳା ଉପସଭା ନେତ୍ରୀ ସୋମବାରୀ ମୁଣ୍ଡା, ଜିପିଡିଓ ସନ୍ତୋଷ ଶବର, ପ୍ରକଳ୍ପ ସଂଯୋଜିକା ଓଡ଼ିଶା ଜୀବିକା ମିଶନ ସୁସ୍ମିତା ସାହୁ, ଡବ୍ଲୁଇଓ ସିପ୍ରାରାଣି ମହାନ୍ତଙ୍କ ସମେତ ଭାଜପା ନେତା ସୁବ୍ରତ କୁମାର ଦ୍ୱିବେଦୀ, ଦୀନବନ୍ଧୁ ମିଶ୍ର, ଯୁଗୋଳ କିଶୋର ଦାଶ, ଯତିନ୍ଦ୍ର କୁମାର ଦାଶ, ଡମ୍ବରୁଧର ମହାନ୍ତ, ଅଭୟ କୁମାର ବେହେରା, ସଞ୍ଜୟ କୁମାର ପଲେଇ, ହରିଶ ମହାନ୍ତ, ମଧୁ ମହାନ୍ତ, ମନ୍ସୁର ଆଲାମ ଏବଂ କୃଷ୍ଣ ମହାନ୍ତ ପ୍ରମୁଖ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

