ଧାନ କିଣାବିକା ଜାଲିଆତି:ଅଣଚାଷୀଙ୍କୁ ଦିଆଯାଇଛି ଧାନବିକ୍ରି ଟୋକନ

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନବିକ୍ରି ନେଇ ଜିଲାର ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ମଣ୍ଡିରେ ଧାନ ଉଠାଯାଉ ନ ଥିବାବେଳେ କେଉଁ ଚାଷୀଙ୍କ ଟୋକନ ଅବଧି ସରିଯାଉଛି ତ ବର୍ଷା ମାଡ଼ି ଆସିଥିବାରୁ କାହାର ଧାନ ଭିଜି ନଷ୍ଟ ହୋଇ ବସିଛି। ଅନ୍ୟପଟେ ଜାଲିଆତି କରି ଧାନଚାଷ କରି ନ ଥିବା ତଥା ଅଣଚାଷୀଙ୍କ ନାମରେ ଟୋକନ ଇସ୍ୟୁ କରାଯାଇଛି ଏବଂ ସେହି ଟୋକନ ଆଧାରରେ ବେପାରୀଙ୍କ ମାଧ୍ୟମରେ ଛତିଶଗଡ଼ ଧାନକୁ ବରଗଡ଼ ଜିଲାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।
ଏଭଳି ଅଭିଯୋଗରେ ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଏବଂ ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ବିଭାଗୀୟ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପାଇଁ ବିଭାଗୀୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଏହି ୨ ପାକ୍ସରେ ହୋଇଥିବା ଜାଲିଆତି ଅଭିଯୋଗର ଚର୍ଚ୍ଚା ନ ସରୁଣୁ ବରଗଡ଼ ବ୍ଲକ ସରସରା ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ଅନୁରୂପ ଜାଲିଆତି କରି ବେପାରୀଙ୍କ ଦ୍ୱାରା ଛତିଶଗଡ଼ ଧାନ ଉଠାଯାଉଛି ଏବଂ ସ୍ଥାନୀୟ ଚାଷୀଙ୍କ ଧାନ ବିକ୍ରି ବଦଳରେ ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ସରସରା ପାକ୍ସ ଅଧୀନରେ ରହିଥିବା ଚାଷୀମାନେ ଜିଲାପାଳ ଏବଂ ସମବାୟ ଉପନିବନ୍ଧକ(ଡିଆର୍‌ସିଏସ୍‌)ଙ୍କୁ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ସୁମତୀ ପଣ୍ଡା ଏବଂ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ସହକାରୀ ସମବାୟ ନିବନ୍ଧକ(ଏଆର୍‌ସିଏସ୍‌) ଯୁଗଳ କିଶୋର ଦାଶ ଦାବିପତ୍ର ଗ୍ରହଣ କରିଥିଲେ। ସରସରା ପାକ୍ସରେ ଚାଷୀ ପଞ୍ଜୀକରଣ ଏବଂ ଧାନବିକ୍ରି ଟୋକନ ପ୍ରଦାନରେ ବ୍ୟାପକ ଜାଲିଆତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଯେଉଁମାନେ ଧାନ ଚାଷ କରିନାହାନ୍ତି, ସେଭଳି ଅଣଚାଷୀଙ୍କୁ ଟୋକନ ଦିଆଯାଇଛି ଏବଂ ସେଭଳି ଟୋକନରେ ବେପାରୀଙ୍କ ଧାନ ଉକ୍ତ ପାକ୍ସରେ କିଣାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଅଞ୍ଚଳର ପ୍ରକୃତ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନବିକ୍ରିରୁ ବଞ୍ଚିତ ହେଉଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ରମେଶ ପ୍ରଧାନ, ରୋହନ ଭୋଇ, ନେହେରୁ କାଣ୍ଡ, ସୁଧାଂଶୁ ନାୟକ, ତ୍ରିଲୋଚନ ଭୋଇ ପ୍ରମୁଖଙ୍କ ସ୍ବାକ୍ଷର ଦାବିପତ୍ରରେ ରହିଛି। ତେବେ ଚାଷୀଙ୍କ ଅଭିଯୋଗର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଆରସିଏସ୍‌ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri