ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ ଜୀବନରେ ମାନସିକ ଚାପ ଓ ନକାରାତ୍ମକ ପ୍ରଭାବ ବଢ଼ାଇପାରେ। କେତୁ ଓ ଚନ୍ଦ୍ରଙ୍କ ଯୁତି ଯୋଗୁ ଗ୍ରହଣ ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ କିଛି ରାଶିଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିପାରେ।

ଜ୍ୟୋତିଷୀଙ୍କ ମତ ଅନୁଯାୟୀ, ୯ ସେପ୍ଟେମ୍ବର ୨୦୨୬ ଦିନ ୩ଟା ୧୪ ମିନିଟରେ ଚନ୍ଦ୍ରମା ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ କେତୁ ବିରାଜମାନ ଥିବାରୁ ଚନ୍ଦ୍ରଙ୍କ ପ୍ରବେଶ ପରେ ଉଭୟ ଗ୍ରହଙ୍କ ଯୁତି ହେବ। ଏହାଫଳରେ ଗ୍ରହଣ ଯୋଗ ସୃଷ୍ଟି ହେବ ଏବଂ ଏହାର ପ୍ରଭାବ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ।

ଏହି ସମୟରେ କିଛି ରାଶିଙ୍କୁ କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଅସାବଧାନତା ଯୋଗୁ ହାତକୁ ଆସିଥିବା କାମ ବିଗିଡ଼ିପାରେ। ଏଥିସହ ପୁରୁଣା କଥା ଓ ବିବାଦର ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ। ତେବେ ଏହି ଗ୍ରହଣ ଯୋଗର ପ୍ରଭାବ କେଉଁ ରାଶିଙ୍କ ଉପରେ ଅଧିକ ରହିବ, ଆସନ୍ତୁ ଜାଣିବା।

ଗ୍ରହଣ ଯୋଗ ମେଷ ରାଶିର ଲୋକଙ୍କ ପାଇଁ କିଛିଟା ଚ୍ୟାଲେଞ୍ଜିଂ ସମୟ ଆଣିପାରେ।

-ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।
-ପୁରୁଣା କଥା କିମ୍ବା ବିବାଦରେ ପୁଣି ଫସିଯିବାର ସମ୍ଭାବନା ରହିଛି।
-ଏହା ଯୋଗୁଁ ମାନସିକ ଚାପ ବଢ଼ିପାରେ।
-ଲାଭ ପାଇଁ ସାଧାରଣ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
-ପରିବାରରେ ନିଜ କଥା ରଖିବାକୁ ଚାହିଁବେ, କିନ୍ତୁ ଆଶା ଅନୁସାରେ ସହଯୋଗ ନମିଳିବାରୁ ମନ ଦୁଃଖିତ ହୋଇପାରେ।
-ଛାତ୍ରୀଛାତ୍ରଙ୍କୁ ପାଠପଢ଼ା ସମୟରେ କିଛି ବାଧାର ସାମ୍ନା କରିବାକୁ ପଡ଼ିପାରେ।

ତୁଳା ରାଶି:
-ନୂଆ ଲୋକଙ୍କୁ ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ।
-ଆଶା ଅନୁସାରେ ଫଳ ନମିଳିବାରୁ ଚିନ୍ତା ବଢ଼ିପାରେ।
-କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ।
-ଯାତ୍ରା ସମୟରେ ଅଧିକ ଥକାପଣ ଅନୁଭବ ହୋଇପାରେ।
-ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଏହି ସମୟରେ ଯତ୍ନବାନ ରହିବା ଭଲ।

ମୀନ ରାଶି:
-ବଡ଼ ଆର୍ଥିକ ନିବେଶ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ।
-ଟଙ୍କା ସମ୍ବନ୍ଧୀୟ କୌଣସି ନୂଆ ପ୍ରତିଶ୍ରୁତି ଦେବା ପୂର୍ବରୁ ଚିନ୍ତା କରନ୍ତୁ।
-ତରବରିଆ ଆର୍ଥିକ ନିଷ୍ପତ୍ତି ସମସ୍ୟା ବଢ଼ାଇପାରେ।
-ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ।
-କୌଣସି ସାମଗ୍ରୀ କିଣିବାର ଯୋଜନା ବିଫଳ ହେବାରୁ ମନ ଖରାପ ହୋଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?