ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି ପ୍ଲାଟଫର୍ମ, ସର୍ବଦା ବେକାରୀ ବିଷୟରେ ଚର୍ଚ୍ଚା ହୋଇଥାଏ। ଉଚ୍ଚଶିକ୍ଷିତ ହେବା ସତ୍ତ୍ୱେ ଚାକିରିଟିଏ ନ ପାଇ କିଛି ଲୋକେ ଏହି ସମସ୍ୟା ସହ ସଂଘର୍ଷ କରୁଥିବା ବେଳେ କିଛି ଲୋକ ରୋଜଗାରର ନୂଆ ମାଧ୍ୟମ ଖୋଜି ଉଦାହରଣ ସାଜିଥାନ୍ତି। ସୋସିଆଲ ମିଡିଆରେ ଏବେ ସେଭଳି ଜଣେ ଯୁବତୀ ଚର୍ଚ୍ଚାରେ, ଯିଏ କି କଠିନ ପରିଶ୍ରମ ଏବଂ ଡିଗ୍ରୀ ଥିବା ସତ୍ତ୍ୱେ ଚାକିରି ପାଇନାହାନ୍ତି। ଏଭଳି ପରିସ୍ଥିତିରେ ସେ ରୋଜଗାର କରିବାକୁ ଭିନ୍ନ ପନ୍ଥା ଆପଣାଇଛନ୍ତି, ସେଇଟି ହେଲା ଚା’ ବିକ୍ରି କରିବା।

ଯୁବତୀଜଣଙ୍କ ହେଲେ ପ୍ରିୟଙ୍କା ଗୁପ୍ତା। ବିହାରର ରାଜଧାନୀ ପାଟଣା ମହିଳା ମହାବିଦ୍ୟାଳୟ ନିକଟରେ ତାଙ୍କର ଏକ ଚା’ ଦୋକାନ ରହିଛି। ଏହା ଆକର୍ଷଣର କ୍ରେନ୍ଦ୍ରବିନ୍ଦୁ ପାଲଟିଛି। ସେ କୁହନ୍ତି, ୨୦୧୯ରେ ମୁଁ ସ୍ନାତକ ଶେଷ କରିଥିଲି। ସେବେଠାରୁ ଦୁଇ ବର୍ଷ ଧରି ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିଥିଲି। ହେଲେ ସଫଳ ହୋଇପାରିଲି ନାହିଁ। ହେଲେ କିଛି ନା କିଛି କରିବାକୁ ହେବ ବୋଲି ମନରେ ଭାବି ନେଇଥିଲି। ସେତେବେଳେ ଗୁଜରାଟର ଜଣେ ଏମ୍‌ବିଏ ଚା’ ବାଲାଙ୍କ ବିଷୟରେ ଶୁଣିବାକୁ ପାଇଲି। ତାଙ୍କର ସାରାଦେଶରେ ଚା’ ଦୋକାନ ରହିଛି। ଏଣୁ ସେ ମଧ୍ୟ ମହିଳା ଭାବେ ସେଭଳି କିଛି କରିବେ ବୋଲି ଭାବିଥିଲେ। ବ୍ୟାଙ୍କରୁ ଋଣ ନ ମିଳିବା ସତ୍ତ୍ୱେ ଜଣେ ବନ୍ଧୁଙ୍କଠାରୁ ସହାୟତା ନେଇ ଏପ୍ରିଲ ୧୧ରେ ଏହି ଦୋକାନଟି ଖୋଲିଛି। ପ୍ରଥମେ ପରିବାରଲୋକେ ଏଥିଲାଗି ଆପତ୍ତି କରିଥିଲେ। ହେଲେ ପରେ ଉତ୍ସାହିତ କରିଥିଲେ।

ତେବେ ପ୍ରିୟଙ୍କା ସକାଳ ୬ରୁ ୧୧ଟା ଯାଏ ଦୋକାନ ଖୋଲିଥାନ୍ତି। ଆଗାମୀ ଦିନରେ ଶ୍ରୀ କ୍ରିଷ୍ଣା ପୁରୀ ପାର୍କ ନିକଟରେ ସନ୍ଧ୍ୟା ସମୟରେ ଏକ ଷ୍ଟଲ ଲାଗି ସେ ଯୋଜନା କରୁଛନ୍ତି। ତାଙ୍କ ପାଖରେ ଚା’ ପିଉଥିବା ଛାତ୍ରୀଛାତ୍ର ଏବଂ ସାଧାରଣଲୋକେ ତାଙ୍କର ପ୍ରଶଂସା କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri