ଜିପିଆର୍‌୧୪୧ ପ୍ରୋଟିନ ସ୍ତନ କର୍କଟ ବଢ଼ାଏ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ବିଶ୍ୱରେ ଏବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ରୋଗୀ ସଂଖ୍ୟା ନୁହେଁ, ରୋଗୀଙ୍କ ମୃତ୍ୟୁ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଏଭଳି ଏକ ମାରାତ୍ମକ ରୋଗକୁ କିପରି ନିରାକାରଣ କରାଯାଇପାରିବ ସେନେଇ ଗବେଷଣା ଜାରି ରହିଛି। କିଛିମାସ ତଳେ ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ର ସିନିୟର୍‌ ମଲିକୁଲାର୍‌ ଅଙ୍କୋଲୋଜିଷ୍ଟ ଡା. ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‌ ଆବିଷ୍କାର କରି ଚର୍ଚ୍ଚାରେ ଆସିଥିଲେ। ଏହି ଜିନ୍‌ ଦ୍ୱାରା ଷ୍ଟେଜ୍‌-୩ରେ ଥିବା ସ୍ତନ କର୍କଟ ରୋଗ ବି ଭଲ ହୋଇପାରିବ ବୋଲି ସେ ଦାବି କରିଥିଲେ। ଏବେ ଡା. ମିଶ୍ରଙ୍କ ଅଧୀନରେ ଜଣେ ବୈଜ୍ଞାନିକ ସ୍ତନ କର୍କଟ ରୋଗ ଉପରେ ଏକ ଆବିଷ୍କାର କରିଛନ୍ତି। ସେ ହେଉଛନ୍ତି ମୋନାଲିସା ପରିଜା। ଜିପିଆର୍‌୧୪୧ ପ୍ରୋଟିନ ସ୍ତନ କର୍କଟକୁ ବଢ଼ାଏ ବୋଲି ସେ କହିଛନ୍ତି। ଦୀର୍ଘବର୍ଷ ହେବ ଏହା ଉପରେ ସେ ଗବେଷଣା ଜାରି ରଖିଥିବାବେଳେ ତାଙ୍କ ନୂଆ ଆବିଷ୍କାର ଓ ପ୍ରାମାଣିକ ତଥ୍ୟ ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶିତ ହେବା ପାଇଁ ମନୋନୀତ ହୋଇସାରିଛି। ଏ ନେଇ ମୋନାଲିସା କହିଛନ୍ତି, ଚିକିତ୍ସା ପୂର୍ବରୁ ରୋଗର କାରଣ ଜାଣିବା ଆବଶ୍ୟକ। ସ୍ତନ କର୍କଟର ପ୍ରଗତି ଏବଂ ମେଟାଷ୍ଟାସିସ୍‌ ନିୟନ୍ତ୍ରଣ କରିବା ପାଇଁ ଜିପିଆର୍‌୧୪୧କୁ ମଡ୍ୟୁଲେଟିଂ କରିବା ଏକ ଉତ୍ତମ ଚିକିତ୍ସା ପଦ୍ଧତି ପାଇଁ ବାଟ ଖୋଲିପାରେ। ଏ ସମ୍ପର୍କରେ ଡା. ମିଶ୍ର କହିଛନ୍ତି, ଯଦି କାହା ଶରୀରରେ ଜିପିଆର୍‌୧୪୧ ପ୍ରୋଟିନ ବଢ଼ିଥିବା ଦେଖାଯାଉଛି, ତେବେ ତାଙ୍କଠାରେ ସ୍ତନ କର୍କଟ ବିକଶିତ ହେଉଥିବା ଜାଣିହେବ। ତେଣୁ ଆରମ୍ଭରୁ ଏହି ରୋଗ ସମ୍ପର୍କରେ ଜାଣିବା ସହ ଚିକିତ୍ସା ଆରମ୍ଭ କରାଯାଇପାରିବ। ଏହି ଗବେଷଣା ପାଇଁ ୪ବର୍ଷ ଲାଗିଯାଇଛି। ବର୍ତ୍ତମାନ ଆମେ ଏହାର ଔଷଧ ପ୍ରସ୍ତୁତ କରିବାକୁ ଯାଉଛୁ। ୨୦୨୩ ମେ’ ସୁଦ୍ଧା ଔଷଧ ପ୍ରସ୍ତୁତ କରିବାକୁ ଆଶା ରଖିଛୁ ବୋଲି ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri