ରାଜ୍ୟପାଳଙ୍କ ଦ୍ୱାରା ରିସାଇଟ୍‌ ଡଟ୍‌ ୱାଲର୍‌ଡ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଉଦୟଗିରି ଫାଉଣ୍ଡେଶନ୍‌ ଟ୍ରଷ୍ଟ ପକ୍ଷରୁ ରିସାଇଟ୍‌ ଡଟ୍‌ ଓ୍ବାଲର୍‌ଡ ଓ୍ବେବ୍‌ସାଇଟ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଫାଉଣ୍ଡେଶନ୍‌ର ଚେୟାରମ୍ୟାନ୍‌ ଜେ.ପି.ଜଗଦେବ ଯୋଗଦେଇ ଓ୍ବେବସାଇଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ। www.recite.world ୱେବ୍‌/ମୋବାଇଲ୍‌ ଆପ୍ଲିକେଶନ୍‌ରେ ଆମର ଅତୀତ ଏବଂ ବର୍ତ୍ତମାନର ବିଭିନ୍ନ ସାହିତି୍ୟକ କାର୍ଯ୍ୟକ୍ରମଗୁଡ଼ିକ ସହଜରେ ଓ ମାଗଣାରେ ଉପଲବ୍ଧ ହେବ। ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଏହାକୁ ଲୋକମାନେ ଦେଖିପାରିବେ। ଦର୍ଶକଙ୍କ ମଧ୍ୟରେ ଆଦୃତି ପାଇବା ପାଇଁ ଏହା ଅଡିଓ ବୁକ୍‌ ଫର୍ମାଟରେ ମଧ୍ୟ ଉପଲବ୍ଧ ବୋଲି ଜଗ୍‌ଦେବ କହିଥିଲେ। ଲେଖକଙ୍କ ପ୍ରଥମ ବ୍ଲକରେ ଫକୀରମୋହନ ସେନାପତି, ଗୋଦାବରୀଶ ମହାପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଭଗବତୀ ଚରଣ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି ଏବଂ ଅଖିଲ ମୋହନ ପଟ୍ଟନାୟକଙ୍କ ପରି ମହାନ ଲେଖକମାନଙ୍କର ୫୦ଟି କ୍ଷୁଦ୍ର ଗଳ୍ପ ଚୟନ କରି ଉପସ୍ଥାପିତ କରାଯାଇଛି। ପରବର୍ତ୍ତୀ ସମୟରେ ନୂତନ ଏବଂ ଆଧୁନିକ ସାହିତ୍ୟର ବିଭିନ୍ନ କୃତି ପ୍ରକାଶ କରାଯିବ ବୋଲି ଜଗଦେବ କହିଛନ୍ତି। କାର୍ଯ୍ୟକ୍ରମରେ ଅତିଥିଭାବେ ଇଷ୍ଟର୍ନ ମିଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ଏବଂ ମୋ ସ୍କୁଲ୍‌ ଅଭିଯାନର ଚେୟାରମ୍ୟାନ୍‌ ଏସ୍‌. ସୁସ୍ମିତା ବାଗଚି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?