Posted inଜାତୀୟ

ରାଜ୍ୟପାଳ କେବଳ ପୋଷ୍ଟମ୍ୟାନ୍‌, ଚିଠି ଖୋଲିବାର ଅଧିକାର ତାଙ୍କର ନାହିଁ, ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟ…

ଚେନ୍ନାଇ, ୨୬।୪ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ରାଜ୍ୟପାଳଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ଜଣେ ପୋଷ୍ଟମ୍ୟାନ୍‌ ଭଳି। ତାଙ୍କର ଚିଠି ଖୋଲିବାର ଅଧିକାର ମଧ୍ୟ ନାହିଁ। ଗୋଟିଏ ଦିନ ପୂର୍ବରୁ ରାଜ୍ୟ ବିଧାନସଭାରେ ଏକ ବିଲ୍‌ ପାରିତ ହୋଇଥିଲା। ଏହା ଅନୁସାରେ ରାଜ୍ୟର ବିଶ୍ୱ ବିଦ୍ୟାଳୟରେ କୁଳପତି ନିଯୁକ୍ତି କରିବା ଅଧିକାର ରାଜ୍ୟ ସରକାରଙ୍କ ପାଖରେ ରହିବ। ଏହା ପୂର୍ବରୁ ଏହି ଅଧିକାର ରାଜ୍ୟପାଳଙ୍କ ପାଖରେ ରହିଥିଲା। ଷ୍ଟାଲିନ୍‌ କରିଛନ୍ତି ଯେ, ରାଜ୍ୟପାଳଙ୍କୁ କ୍ୟାବିନେଟରେ ପାରିତ ହୋଇଥିବା ବିଲ୍‌କୁ ସିଧା ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେବା ଆବଶ୍ୟକ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟାଲିନ୍‌ ଏଭଳି କହିଛନ୍ତି। ସେହିପରି ଦ୍ରଓ୍ବିଦାର କଡ଼ଗମ୍‌ର ସଭାପତି କେ.ବିରାମଣି କହିଛନ୍ତି ଯେ, ରାଜ୍ୟପାଳ ଆର୍‌.ଏନ୍‌. ରବି କେବଳ ଜଣେ ପୋଷ୍ଟମ୍ୟାନ୍‌। ତାଙ୍କ ପାଖରେ ଚିଠି ଖୋଲିକରି ଦେଖିବାର ଅଧିକାର ମଧ୍ୟ ନାହିଁ। ସେ କେବଳ ଚିଠିକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ ଏବଂ ଉତ୍ତର ଲାଗି ଅପେକ୍ଷା କରିବେ। ଏହାପରେ ଷ୍ଟାଲିନ ମଧ୍ୟ ବିରାମଣିଙ୍କ ବିବୃତ୍ତିକୁ ଦୋହରାଇ ଥିଲେ।

ବିଧାନସଭାରେ ଷ୍ଟାଲିନ୍‌ କହିଥିଲେ ଯେ, ରାଜ୍ୟପାଳ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରୁଥିବାରୁ ପ୍ରଶାସନିକ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହାପରେ ସେ ଗୁଜରାଟର ଉଦାହରଣ ଦେଇ ସେଠାରେ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ଥିବା ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri