Posted inଜାତୀୟ

ରାଜ୍ୟପାଳ କେବଳ ପୋଷ୍ଟମ୍ୟାନ୍‌, ଚିଠି ଖୋଲିବାର ଅଧିକାର ତାଙ୍କର ନାହିଁ, ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟ…

ଚେନ୍ନାଇ, ୨୬।୪ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ରାଜ୍ୟପାଳଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ଜଣେ ପୋଷ୍ଟମ୍ୟାନ୍‌ ଭଳି। ତାଙ୍କର ଚିଠି ଖୋଲିବାର ଅଧିକାର ମଧ୍ୟ ନାହିଁ। ଗୋଟିଏ ଦିନ ପୂର୍ବରୁ ରାଜ୍ୟ ବିଧାନସଭାରେ ଏକ ବିଲ୍‌ ପାରିତ ହୋଇଥିଲା। ଏହା ଅନୁସାରେ ରାଜ୍ୟର ବିଶ୍ୱ ବିଦ୍ୟାଳୟରେ କୁଳପତି ନିଯୁକ୍ତି କରିବା ଅଧିକାର ରାଜ୍ୟ ସରକାରଙ୍କ ପାଖରେ ରହିବ। ଏହା ପୂର୍ବରୁ ଏହି ଅଧିକାର ରାଜ୍ୟପାଳଙ୍କ ପାଖରେ ରହିଥିଲା। ଷ୍ଟାଲିନ୍‌ କରିଛନ୍ତି ଯେ, ରାଜ୍ୟପାଳଙ୍କୁ କ୍ୟାବିନେଟରେ ପାରିତ ହୋଇଥିବା ବିଲ୍‌କୁ ସିଧା ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେବା ଆବଶ୍ୟକ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟାଲିନ୍‌ ଏଭଳି କହିଛନ୍ତି। ସେହିପରି ଦ୍ରଓ୍ବିଦାର କଡ଼ଗମ୍‌ର ସଭାପତି କେ.ବିରାମଣି କହିଛନ୍ତି ଯେ, ରାଜ୍ୟପାଳ ଆର୍‌.ଏନ୍‌. ରବି କେବଳ ଜଣେ ପୋଷ୍ଟମ୍ୟାନ୍‌। ତାଙ୍କ ପାଖରେ ଚିଠି ଖୋଲିକରି ଦେଖିବାର ଅଧିକାର ମଧ୍ୟ ନାହିଁ। ସେ କେବଳ ଚିଠିକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ ଏବଂ ଉତ୍ତର ଲାଗି ଅପେକ୍ଷା କରିବେ। ଏହାପରେ ଷ୍ଟାଲିନ ମଧ୍ୟ ବିରାମଣିଙ୍କ ବିବୃତ୍ତିକୁ ଦୋହରାଇ ଥିଲେ।

ବିଧାନସଭାରେ ଷ୍ଟାଲିନ୍‌ କହିଥିଲେ ଯେ, ରାଜ୍ୟପାଳ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରୁଥିବାରୁ ପ୍ରଶାସନିକ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହାପରେ ସେ ଗୁଜରାଟର ଉଦାହରଣ ଦେଇ ସେଠାରେ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ଥିବା ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇଲ ଦେଖିଲେ ପୀଠ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବା ମାତ୍ରେ ନିର୍ବାଚନ କମିଶନର (ଇସି) ଭାବେ ଅବସ୍ଥାପିତ ହୋଇଥିବା ପୂର୍ବତନ କେନ୍ଦ୍ର ସଚିବ ଅରୁଣ...

ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ...

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।...

‘କଂଗ୍ରେସର ଅଧ୍ୟକ୍ଷ ହେବା କେବଳ ଏକ ପଦବୀ ନୁହେଁ, ବରଂ ବିଶ୍ୱାସର ପ୍ରତୀକ’

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦଳର ନେତା ରାହୁଲ ଗାନ୍ଧୀ ଅଧ୍ୟକ୍ଷ...

୧୨ ସେପ୍ଟେମ୍ବରରେ ନିଟ୍‌ ପରୀକ୍ଷା, ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୬।୯: ନିଟ୍‌ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମେଡିକାଲ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ପୂର୍ବରୁ ଧାର୍ଯ୍ୟ...

ସୋନିଆ-ରାହୁଲଙ୍କୁ ଇଡିର ନୋଟିସ ବିରୋଧରେ ସାରା ଦେଶରେ କଂଗ୍ରେସର ପ୍ରେସ କନଫରେନ୍ସ, ପ୍ରଦର୍ଶନ ପାଇଁ ବି ପ୍ରସ୍ତୁତି

ନୂଆଦିଲ୍ଲୀ,୧୨ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବହୁବାର ନୋଟିସ ଦିଆଗଲାଣି । ଏବେ ଏହାକୁ...

Advertisement
Archives

Model This Week