କଳାହାଣ୍ଡିରେ ରାଜ୍ୟପାଳ

ଭବାନୀପାଟଣା,୨୯ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲାକୁ ଗୁରୁବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ପୂର୍ବଳହ୍ନରେ ରାଜ୍ୟପାଳ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶବିଦ୍ୟାଳୟରେ ନୂତନ ଏକାଡେମୀ କୋଠା ଓ ଲାଇବ୍ରେରୀ କୋଠା ଉଦ୍‌ଘାଟନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ସେ ଯୋଗଦେଇ ଯେଉଁ ହାଣ୍ଡିରେ ପ୍ରଭୁ କାଳିଆଙ୍କ ପାଇଁ ଭାତ ରନ୍ଧା ଯାଏ ତାହା ହେଉଛି କଳାହାଣ୍ଡି ବୋଲି କହିଥିଲେ। ବିଶ୍ୱରେ ଭାରତର ସଂସ୍କୃତି ଓ ପରମ୍ପରା ସବୁଠି ନିଆରା। ସେହିପରି ମହାଭାରତ,ରାମାୟଣଠାରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ଭାରତର ଅଗ୍ରଗତି ଉପରେ ତୁଳନାତ୍ମକ ଶୈଳୀରେ ବିଶ୍ଳେଷଣ କରିଥିଲେ। ଗୁରୁ ବିନା ଶିକ୍ଷା ଅସମ୍ଭବ। ତେଣୁ ପୌରାଣିକ ଯୁଗଠୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁର ସର୍ବଦା ମର୍ଯ୍ୟାଦା ରହିଛି। ଛାତ୍ରୀଛାତ୍ର ଜଗନ୍ନାଥ ସଂସ୍କୃତିର ଅନୁପ୍ରାଣୀତ ହୋଇ ପ୍ରଭୁ ଜଗନ୍ନାଥଙ୍କ ଭଳି ତେଜିୟାନ ହେବା ପାଇଁ ଆହ୍ବାନ ଦେଇଥିଲେ। ଭାରତରେ ଆଜି ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏଠାକାର ଜଣେ ଗ୍ରାମାଞ୍ଚଳର ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ହୋଇଥିବା ବେଳେ ଶିକ୍ଷାମନ୍ତ୍ରୀ, ଆର୍‌ବିଆଇ ଗଭର୍ନର, ସିଏଜି ଭଳି ଗିରୁତ୍ୱପୂର୍ଣ୍ଣ ପଦବୀରେ ରହି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ।
କଳାହାଣ୍ଡି ବିଶବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ପି.ଅନ୍ବେଷା ରେଡ୍ଡୀ,ଏସ୍‌ପି ଅଭିଲାଷ ଜି,ରେଜିଷ୍ଟାର ପୀତାମ୍ବର ଭୋଇ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri