ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୨: କେନ୍ଦ୍ରାପଡ଼ା ଜିଲାର ତିଖିରିଠାରେ ପାଇକା ନଦୀ ଓ ଜଗତ୍‌ସିଂହପୁର ଜିଲା ଚୌଧୁରୀଗଡା ଗ୍ରାମ ନିକଟ ମହାନଦୀରେ ଆନିକଟ ହେବ। ସଂରକ୍ଷିତ ଜଳ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ୮୯ଟି ଗ୍ରାମ ସହିତ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଓ ପାରାଦୀପ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ହେବ। ୩୪୪.୬୭ କୋଟିର ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଙ୍ଗଳବାର ମଞ୍ଜୁରୀ ଦେଇଛି। ପୂର୍ବରୁ ଏହି ଜିଲାରେ ୮୮୬.୨୮ କୋଟି ଟଙ୍କା ୭ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଭୂତଳ ଜଳ ସଙ୍କଟ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିପୋର୍ଟ ପାଇଁ କେବଳ ପ୍ରକଳ୍ପକୁ ମଞ୍ଜୁରୀ ମିଳୁଛି। ଜିଲାର ମୋଟ ୧୫୯୧ ରାଜସ୍ବ ଗ୍ରାମ ମଧ୍ୟରୁ ନିର୍ମାଣାଧୀନ ଓ ପ୍ରସ୍ତାବିତ ୭ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୧୦୦୪ ଗ୍ରାମ ଅଦ୍ୟାବଧି ଉପକୃତ ହୋଇନାହାନ୍ତି। ଏପରି କି ଜଳ ଜୀବନ ମିଶନ ତଥ୍ୟ ଅନୁଯାୟୀ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ମାତ୍ର ଗୋଟିଏ ଅର୍ଥାତ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ପଞ୍ଚାୟତରେ ଶତ ପ୍ରତିଶତ ଘରକୁ ଟ୍ୟାପ ସଂଯୋଗ ହୋଇଛି। ଏହି ଜିଲାରେ ମୋଟ ୩,୦୪,୭୨୫ ଘର ଅଛି। ଏଥିମଧ୍ୟରୁ ୧,୫୬,୯୦୫ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିବା ଦର୍ଶାଯାଇଛି। ମୋଟ ୧୨୯ ଗ୍ରାମକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଟ୍ୟାପ ସଂଯୋଗ ସମସ୍ୟା ରହିଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ସୁନୀଲ କୁମାର ଗନ୍ତାୟତ, ପ୍ରକାଶ କୁମାର ଦାସ, ଆଶିଷ କୁମାର ଦାଶ ପ୍ରମୁଖ କହିଛନ୍ତି, ପାନୀୟ ଜଳ ଯୋଗାଣ ପରି ମୌଳିକ ସମସ୍ୟାର ସମାଧାନକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଗୁରୁତ୍ୱ ଦେଉନାହାନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ନଭେମ୍ବର ୮ରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏଥିପାଇଁ ମୋଟ ୨୪୧.୩୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ସେହିପରି ଖରସ୍ରୋତା ପାଣି ବିବାଦ ସୃଷ୍ଟି ହେବାରୁ ରାଜ୍ୟ ସରକାର ୨୦୨୧ ମସିହାରେ ଆଳିର ୧୨୬ ଗଁା ପାଇଁ ୧୧୩.୭୨ କୋଟି ଟଙ୍କା ଓ ରାଜକନିକାରେ ୧୫୬ ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ବ୍ୟୟରେ ଦୁଇ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଗତ ଅଗଷ୍ଟରେ ପଟ୍ଟାମୁଣ୍ଡାଇର ୧୩୮ ଗ୍ରାମ, ରାଜନଗରର ୨୪୯ ଗ୍ରାମ, ଗରଦପୁରର ୧୩୫ ଗ୍ରାମ ଗ୍ରାମ ପାଇଁ ୩ ପ୍ରକଳ୍ପ ହେବ ବୋଲି ପ୍ରସ୍ତାବ ପାରିତ ହୋଇଛି। ଏଥିରେ ମୋଟ ୪୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ସ୍ଥାନୀୟ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଗତ ଅଗଷ୍ଟ ୧୩ ତାରିଖରେ କୃତଜ୍ଞତା ପ୍ରକାଶ କରିଛନ୍ତି। ସଦ୍ୟତମ ଜିଲା ଜଳ ସମ୍ପଦ ବିଭାଗ ସର୍ଭେ ଅନୁଯାୟୀ ଜିଲାର ୫ ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣିଆ ହୋଇଛି। ଅବଶିଷ୍ଟ ୪ ବ୍ଲକ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ହେବାକୁ ଯାଉଛି। ଲୁଣା ଜଳ ମିଳିବା ସହ ଫ୍ଲୋରାଇଡ ପରି ଉପାଦାନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହାବ୍ୟତୀତ ଏହି ୭ ବ୍ଲକ ଅଞ୍ଚଳର ଭୂତଳ ଜଳ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଥିବା ଜିଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ଜିଲାରେ ୭ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ମଧୁର ଜଳକୁ ଜିଲାବାସୀଙ୍କ ପାଇଁ ଉପଯୋଗୀ କରାଯାଉନାହିଁ। କୋଷ୍ଟାଲ କେନାଲ ଦ୍ୱାରା ନଦୀ ସଂଯୋଗୀକରଣ ମାଧ୍ୟମରେ ଏହାର ବ୍ୟବହାର କରିବା ଆବଶ୍ୟକ। ଜିଲାରେ ଜଳ ସଙ୍କଟ ଥିବାବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀର ପାଣିକୁ ଚାନ୍ଦବାଲି ଶିଳ୍ପାଞ୍ଚଳକୁ ପଠାଇବା ପାଇଁ ରାଜ୍ୟ ସରକାର ବ୍ୟସ୍ତ ହୋଇଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଏନ୍‌ଜିଟି ମାମଲା ପାଇଁ ମଣିକୁଣ୍ଡା ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି। ୭ଟି ମଧ୍ୟରୁ ନିର୍ମାଣାଧୀନ ୨ଟି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?