Posted inଜାତୀୟ

ଇସ୍ତଫା ଦେଲେ ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ, ଏସବୁ କାରଣ ଦର୍ଶାଇଲେ…

ଚଣ୍ଡିଗଡ଼,୩।୨ : ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ବନୱାରୀ ଲାଲ ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଇସ୍ତଫା ପତ୍ରରେ ବନୱାରୀ ଲାଲ ଲେଖିଛନ୍ତି ମୋର ବ୍ୟକ୍ତିଗତ କାରଣ ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁ ମୁଁ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ଼ର ପ୍ରଶାସକ ପଦରୁ ଇସ୍ତଫା ଦେବି। ଦୟାକରି ଏହାକୁ ଗ୍ରହଣ କରନ୍ତୁ ।

୩୧ ଅଗଷ୍ଟ ୨୦୨୧ ରେ ପଞ୍ଜାବର ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ଆସାମ ଏବଂ ତାମିଲନାଡୁର ରାଜ୍ୟପାଳ ମଧ୍ୟ ଥିଲେ। ପଞ୍ଜାବରେ ତାଙ୍କର ଅଢ଼େଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବିବାଦ ସୃଷ୍ଟି କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମନଙ୍କ ସହ ଏପରି ବିବାଦ ଲାଗି ରହିଥିଲା ଯେ ଉଭୟଙ୍କୁ ସେମାନଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପଡିଥିଲା।

୭୮ ବର୍ଷୀୟ ବନୱାରୀ ଲାଲ ଦୁଇଥର କଂଗ୍ରେସରୁ ଏବଂ ଥରେ ଭାଗପା ଟିକେଟରୁ ଏମପି ହୋଇଛନ୍ତି। ସେ ୧୯୭୭ ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୧୯୭୮ ରେ ନାଗପୁରରୁ ବିଧାନସଭା ନିର୍ବାଚନରେ ବିଦର୍ଭ ଆନ୍ଦୋଳନ କମିଟି ଟିକେଟରେ ଜିତିଥିଲେ।

୧୯୮୦ରେ ଦକ୍ଷିଣ ନାଗପୁରରୁ କଂଗ୍ରେସର ବିଧାୟକ ହୋଇଥିଲେ। ୧୯୮୪ ଏବଂ ୧୯୮୯ରେ ସେ କଂଗ୍ରେସ ଟିକେଟରେ ନାଗପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୯୧ ରେ ରାମମନ୍ଦିର ପ୍ରସଙ୍ଗରେ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ୧୯୯୬ ରେ ଭାଜପା ତାଙ୍କୁ ଟିକେଟ ଦେଇଥିଲା ଏବଂ ସେ ତୃତୀୟ ଥର ପାଇଁ ଏମପି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri