Posted inଜାତୀୟ

ଜୁଲାଇ ୨ରେ ବହୁମତ ସାବ୍ୟସ୍ତ କରିବେ ସିନ୍ଧେ

ମୁମ୍ବାଇ,୩୦।୬: ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶନିବାର ଅର୍ଥାତ ଜୁଲାଇ ୨ ତାରିଖରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମହାରାଷ୍ଟ୍ର କ୍ୟାବିନେଟ ୨ ଦିନ ଅର୍ଥାତ୍‌ ଜୁଲାଇ ୨ ଏବଂ ୩ ପାଇଁ ରାଜ୍ୟ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଧିବେଶନର ପ୍ରଥମ ଦିନରେ ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ନାନା ପାଟୋଲଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ରହିଛି। ସୂଚନାଯୋଗ୍ୟ, ଶିବସେନା ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଭାଜପାର ଦେବେନ୍ଦ୍ର ଫଡନବିସ୍‌ ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦକ୍ଷିଣ ମୁମ୍ବାଇର ରାଜଭବନରେ ସନ୍ଧ୍ୟା ୭ଟା ୪୦ରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସେମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ଶିନ୍ଧେ ସ୍ବର୍ଗତ ଶିବସେନା ନେତା ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଘେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଶପଥ ସମାପ୍ତ ହେବା ମାତ୍ରେ ତାଙ୍କ ସମର୍ଥକମାନେ ଠାକରେ ଏବଂ ଦିଘେଙ୍କ ପ୍ରଶଂସାରେ ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର...

ଜ୍ୱର ସାଜିଲା ପ୍ରତିବନ୍ଧକ: କଲ୍ୟାଣ ସିଂ ଏଡିସି ଗ୍ରାମବାସୀ ଦେଲେନି ଭୋଟ

ଢ଼ଳାଇ,୨୩।୪: ଗାଁରେ ଜ୍ୱରରେ ଶହେରୁ ଅଧିକ ଲୋକ କମ୍ପୁଛନ୍ତି। ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଛାଡୁନି। ତେଣୁ ତ୍ରିପୁରାର ରାଜଧନପରା ଅନ୍ତର୍ଗତ...

ଟିକେଟ୍‌ ଦେବା ସତ୍ତ୍ୱେ ଭାଜପାରେ ମିଶିବାକୁ ମନା କଲେ ତୃଣମୂଳ କଂଗ୍ରେସ ନେତ୍ରୀ

କୋଲକାତା,୧୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରାର୍ଥୀ ଚୟନ ଚାଲିଛି। ଏବେ ଦଳଳେ ମିଶି ନ ଥିବା ଦୁଇ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇ ଚର୍ଚ୍ଚାକୁ...

୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବ ହିନ୍ଦୁ ମହାସଭା…

ମଥୁରା,୧୮।୧୧: ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ସ୍ଥାପନ କରିବା ଲାଗି ହିନ୍ଦୁ ମହାସଭା ପକ୍ଷରୁ ଘୋଷଣା କରାଯାଇଛି। ପ୍ରଭୁଙ୍କ ବାସ୍ତବିକ ଜନ୍ମସ୍ଥାନରେ...

ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଭୟାନକ ଅଘଟଣା ଘଟିଛି। ଏକ ତିନି ମହଲା କୋଠାରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ...

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦ା୪: ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମୋଟ ୧୬୧୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ...

Advertisement
Archives

Model This Week