Posted inଜାତୀୟ

ଗୋବର ପରେ ଏବେ ଗୋମୂତ୍ର କିଣିବେ ସରକାର, ଲିଟର ପିଛା ଦାମ ୪ ଟଙ୍କା…

ରାୟପୁର,୧୭।୭ : ଛତିଶଗଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସରକାର ଗୋମୂତ୍ର କିଣିବାକୁ ଯାଉଛନ୍ତି। ଗୋମୂତ୍ର କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାକୁ ଭୁପେଶଙ୍କ କ୍ୟାବିନେଟ ଅନୁମୋଦନ କରିଛି। ଗୋମୂତ୍ର କିଣିବାର ଯୋଜନା ଛତିଶଗଡର ସବୁଠାରୁ ଲୋକପ୍ରିୟ ପର୍ବ ହରେଲି ଦିନ ୨୮ ଜୁଲାଇରୁ ଆରମ୍ଭ ହେବ। ବିଭାଗୀୟ ସୂତ୍ର ଅନୁଯାୟୀ ସରକାର ଲିଟର ପିଛଉା ୪ ଟଙ୍କା ଦାମରେ ଗୋମୂତ୍ର ଚାଷୀଙ୍କଠାରୁ କିଣିବେ। ଗୋଧନ ନ୍ୟାୟ ଯୋଜନା ଅନ୍ତର୍ଗତ ଗୋମୂତ୍ର କିଣିବା ସରକାରଙ୍କର ଏକ ଉଚ୍ଚାଭିଳାଷୀ ଯୋଜନା ହେବ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ଛତିଶଗଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସରକାର ଚାଷୀଙ୍କଠାରୁ ଗୋବର କିଣିଛନ୍ତି। ବର୍ତ୍ତମାନ ଆମେ ଗୋମୂତ୍ର କିଣିବାକୁ ଯାଉଛୁ । ଏହାର ବଡ଼ ଲାଭ ହେଉଛି କୃଷକ ଏବଂ ପଶୁପାଳନକାରୀଙ୍କ ଆୟରେ ବୃଦ୍ଧି ଘଟିଛି । ଏହା ଦ୍ୱାରା ରାସ୍ତାରେ ବୁଲୁଥିବା ଗୋରୁଙ୍କ ସଂଖ୍ୟା କମିଛି। ଲୋକମାନେ ସେମାନଙ୍କୁ ନିଜ ଘରେ କିମ୍ବା ଗୋଶାଳାରେ ବାନ୍ଧି ରଖିବା ଆରମ୍ଭ କରି ଦେଇଛନ୍ତି। ଗୋମୂତ୍ର କିଣିବା ଦ୍ୱାରା ଗ୍ରାମାଞ୍ଚଳର ଅର୍ଥନୀତିରେ ଉନ୍ନତି ଆସିବ।

ମୁଖ୍ୟନ୍ତ୍ରୀ ଭୁପେଶ ବଘେଲଙ୍କ ପରାମର୍ଶଦାତା ପ୍ରଦୀପ ଶର୍ମା କହିଛନ୍ତି ଯେ ଏହି ଯୋଜନା ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ପ୍ରତ୍ୟେକ ଜିଲାର ଦୁଇଟି ସ୍ଥାନରୁ ଆରମ୍ଭ ହେବ। ଗୋଶାଳାରୁ ଗୋମୂତ୍ର କ୍ରୟ କରାଯିବ ଏବଂ ଏଥିରୁ ଜୈବ କୀଟନାଶକ ପ୍ରସ୍ତୁତ ହେବ।

ଫେବୃଆରୀରେ ସରକାର ଗୋମୂତ୍ର କିଣିବା ପାଇଁ ଏକ ନୀତିଗତ ନିଷ୍ପତ୍ତି ନେଇଥିଲେ। ଯେଉଁଥି ପାଇଁ ଏକ କମିଟି ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?