ମନ୍ତ୍ରୀଙ୍କ ବଡ଼ ସୂଚନା: ବର୍ଷକୁ ଛାତ୍ରୀଛାତ୍ରଙ୍କୁ ୫ ହଜାର ଦେବେ ସରକାର, ଜାଣନ୍ତୁ କେଉଁ ଶ୍ରେଣୀର ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୫।୯: ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୧୫୬ କୋଟି ଖର୍ଚ୍ଚ ହେବ, ଏଥିରେ ୩ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହେବେ। ନବମ, ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ।

ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ତେବେ ଏହା କେବେଠୁ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ।

ଶିକ୍ଷାକ୍ଷେତ୍ର ପାଇଁ ଚଳିତ ବର୍ଷ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସରକାର ଆରମ୍ଭ କରିଛନ୍ତି। ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୦।୯: ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍‌ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା...

ଫାଶ, ବିଷ, ବାଟୁଳିରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୧୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାକାଳପଡ଼ା ରେଞ୍ଜ ଅଧୀନ ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବସା ବାନ୍ଧିଛନ୍ତି। ହେଲେ କେତେଜଣ...

୩ ଘଣ୍ଟା ପ୍ରବଳ ବର୍ଷା ସାଙ୍ଗକୁ  ଘଡ଼ଘଡ଼ି, ଜାଣନ୍ତୁ କେଉଁଠି ….

ଭୁବନେଶ୍ୱର,୧୦।୯: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର  ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ...

ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର,୯ା୯: ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି ଭାଜପା ବିଧାୟକ...

ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଛତ୍ରପୁର, ୯/୯(ସନ୍ତୋଷ ପାଢ଼ୀ ): ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲାପାଳ...

ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦...

ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସଜାଗ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ...

ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୯।୯: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମାଲକାନଗିରିରେ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri