ଚଳିତ ବର୍ଷ ୭୦ କୋଟି ମତ୍ସ ଯାଆଁଳ ବିକିବେ ସରକାର: ଭିତ୍ତିଭୂମୀ, କର୍ମଚାରୀ ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ନେଇ…

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)-ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେଣୁ ଧାନ ଏବଂ ମାଛ ଚାଷ ପାଇଁ ଚାଷୀମାନେ ତତ୍ପର ହେଲେଣି। ଚଳିତ ବର୍ଷ କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଫାର୍ମ ମାଧ୍ୟମରେ ୭୦ କୋଟି ୩୦ ଲକ୍ଷ ମତ୍ସ୍ୟ ଯାଆଁଳ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଗତବର୍ଷ ତୁଳନାରେ ଏହା ଦୁଇଗୁଣ ହୋଇଛି। ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଚାଷୀ ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁ ଏହାକୁ ଆଖି ଆଗରେ ରଖି ସରକାର ଯାଆଁଳ ବିକ୍ରି ଲକ୍ଷ୍ୟକୁ ଦୁଇଗୁଣ କରିଛନ୍ତି। କିନ୍ତୁ ସରକାର ଏବଂ ସରକାର ଅଧିନରେ ଥିବା ନିଗମ ଫାର୍ମ ଗୁଡ଼ିକର ଭିତ୍ତିଭୂମି ଠିକ ନାହିଁ। କର୍ମଚାରୀର ମଧ୍ୟ ଅଭାବ ରହିଛି। ଏହିଭଳି ରାଜ୍ୟର ପୁରାତନ ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ନିୟମିତ କର୍ମଚାରୀ ନାହାନ୍ତି। ଦୁଇଜଣ ଅଫିସର୍‌ ହିଁ ନିୟମିତ କର୍ମଚାରୀ ଅଛନ୍ତି । ଠିକା ଶ୍ରମିକ ଙ୍କୁ ନେଇ କାମ ଚାଲିଛି। ଗତବର୍ଷ ଏହି କେନ୍ଦ୍ରରୁ ୪ କୋଟି ୨୦ ଲକ୍ଷ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ତାହା ୮ କୋଟି ୫୫ ଲକ୍ଷ କରିଦିଆଯାଇଛି।

ଗୋଟିଏ ପଟେ କର୍ମଚାରୀ ଅଭାବ ଅନ୍ୟପଟେ ଭିତ୍ତିଭୂମି ଠିକ ନାହିଁ। ତେଣୁ ଲକ୍ଷ୍ୟ କିଭଳି ପୂରଣ ହେବ ତାହାକୁ ନେଇ କର୍ମଚାରୀ ମାନେ ଦ୍ବନ୍ଦରେ ଅଛନ୍ତି। ସେହିଭଳି ରାଜ୍ୟରେ ସର୍ବମୋଟ ୭୦ କୋଟି ୩୦ ଲକ୍ଷ ଯାଆଁଳ ବିକ୍ରି ଲକ୍ଷ୍ୟ ଅଛି। ଏଥିସହ ବେସରକାରୀ ଫାର୍ମଗୁଡିକ ମଧ୍ୟ ଯାଆଁଳ ବିକ୍ରି କରନ୍ତି। ଗଞ୍ଜାମ ଜିଲାରେ ଭଞ୍ଜନଗର, ଘୋଡ଼ାଦାଣ୍ଡି, ଦୁବ, ପୋଲସରା, ଦିଗପହଣ୍ଡିରେ ସରକାରୀ ଓ ବେସରକାରୀ ଯାଆଁଳ ଉତ୍ପାଦନ କେନ୍ଦ୍ର ଅଛି। ସରକାରୀ ଫାର୍ମଗୁଡ଼ିକରେ ଆସନ୍ତା ସପ୍ତାହରୁ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଥିବା ବେଳେ ବେସରକାରୀ ଫାର୍ମ ଗୁଡ଼ିକରେ ବର୍ତ୍ତମାନ ଯାଆଁଳ ବିକ୍ରି ଆରମ୍ଭ ହୋଇଗଲାଣି। ବର୍ଷା ଯୋଗୁ ପୋଖରୀଗୁଡ଼ିକରେ ଧୀରେ ଧୀରେ ପାଣି ଭର୍ତ୍ତି ହେଉଛି। କିନ୍ତୁ ଜଳଭଣ୍ଡାର ଗୁଡ଼ିକ ଏବେବି ଶୁଖିଲା ପଡ଼ିଛି। ତେଣୁ ମତ୍ସ୍ୟ ଚାଷ ଯେତିକି ଅଗ୍ରଗତି ହେବା କଥା ହୋଇପାରୁନାହିଁ।

ଗଞ୍ଜାମ ଜିଲାରେ ପ୍ରାୟ ଏକ ଲକ୍ଷ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜିବୀ ଅଛନ୍ତି। ସେମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏନେଇ ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରର ଅବସରପ୍ରାପ୍ତ ପରିଚାଳକ ସରିଫ ଅହମ୍ମଦ ଏଠାରେ କହିଛନ୍ତି ଯେ ବର୍ତ୍ତମାନ ଯାଆଁଳ ଛାଡ଼ିବା ସମୟ ହୋଇଯାଇଛି । କିନ୍ତୁ ଲଗାଣ ବର୍ଷା ହେଲେ ଯାଆଁଳ ଛାଡ଼ିଲେ ପାଣି ସମସ୍ୟା ଆଉ ରହିବ ନାହିଁ। ମତ୍ସ୍ୟଚାଷ ଆଗ୍ରହ ଦେଇ କଲେ ଏଥିରୁ ଲାଭ ଅଧିକ ମିଳିବ। ତେଣୁ ଯୁବ ଚାଷୀ ମାନେ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ଭଞ୍ଜନଗର ଯାଆଁଳ କେନ୍ଦ୍ରର ପରିଚାଳକ ସୁଧାଂଶୁ ଶେଖର ସାହୁ ଏଠାରେ କହିଛନ୍ତି ଯେ ସରକାର ଚାଷୀଙ୍କୁ ଯାଆଁଳ ଏବଂ ଦାନା କିଣିବା ପାଇଁ ୪୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ଦେଉଛନ୍ତି। ଏଥିସହ ମତ୍ସ୍ୟଜିବୀଙ୍କୁ ମଧ୍ୟ ବିଭିନ୍ନ ଛାଡ଼ ଦିଆଯାଇଛି। ସରକାରଙ୍କ ଲକ୍ଷ୍ୟକୁ ପୂରଣ ପାଇଁ ଚେଷ୍ଟା ଚାଲିଛି ବୋଲି ସାହୁ କହିଛନ୍ତି। ରାଜ୍ୟରେ ସରକାର ଓ ନିଗମ ଅଧିନରେ ପ୍ରାୟ ୧୨୫ ଟି ଫାର୍ମ ଅଛି। ସେଥିମଧ୍ୟରୁ ୫୯ ଟି ଫାର୍ମ ରେ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ସରକାରଙ୍କ ବିଭିନ୍ନ ଯୋଜନାରେ ପୋଖରୀ ଖୋଳିବା ସଂଖ୍ୟା ବଢ଼ିଛି। ଏହିଭଳି ଜିଲ୍ଲାରେ ମଧ୍ୟ ବଢ଼ିଛି। କିନ୍ତୁ ଲକ୍ଷ୍ୟ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
ଫୋଟ ୧୭a ଘୋଡ଼ାଦାଣ୍ଡି ଫାର୍ମରେ ଯାଆଁଳ ବିକ୍ରି ଚାଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?