ଜିଲା ମୁଖ୍ୟାଳୟରେ ରହୁନାହାନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। କାରଣ ଏହି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁ ନ ଥିବାରୁ କୌଣସି ବାହାନା ନେଇ ଶୁକ୍ରବାର ଅପରାହ୍ନରୁ କଟକ, ଭୁବନେଶ୍ୱର ଚାଲି ଯାଉଛନ୍ତି। ଏପରି କି କେତେଜଣ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ସରକାରୀ ଗାଡ଼ିର ଦୁରୁପଯୋଗ କରୁଛନ୍ତି। ସେମାନେ ସରକାରୀ ଅର୍ଥରେ କଟକ, ଭୁବନେଶ୍ୱର ଯିବାଆସିବା କରୁଛନ୍ତି। ଏହାଦ୍ୱାରା ସରକାରଙ୍କ ବାସ୍ତବ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଆସୁଛି। ପୂର୍ବତନ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନୂଆକରି ଯୋଗଦେବା ପରେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ଲୋକଙ୍କ ସ୍ବାର୍ଥକୁ ଗୌଣ କରି ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନଙ୍କ ଏହି ଗସ୍ତ ଉପରେ ୨୦୧୯ ଜୁଲାଇରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥିଲେ। ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଯେପରି ସେମାନଙ୍କ ମୁଖ୍ୟାଳୟରେ ରହିବେ ସେନେଇ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀମାନେ ମୁଖ୍ୟାଳୟରେ ରହିଲେ ଲୋକଙ୍କ ପ୍ରତି ସେମାନଙ୍କ ଆତ୍ମୀୟତା ଓ ଅଙ୍ଗିକାରବଦ୍ଧତା ବଢିବ ବୋଲି ସେ କହିଥିଲେ। ପ୍ରଥମେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ପରେ ଯଥା ପୂର୍ବଂ ତଥା ପର ଅବସ୍ଥାକୁ ଚାଲିଗଲା। ଏ ସମ୍ପର୍କରେ ଜଗତ୍‌ସିଂହପୁର ସାରସ୍ବତ ପରିଷଦ ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ, ସାମାଜିକ କର୍ମୀ ନିଲୁ ମିତ୍ର ପ୍ରମୁଖ କହିଛନ୍ତି, ଯେଉଁ ଉପରିସ୍ଥ ବିଭାଗୀୟ ଯନ୍ତ୍ରୀ, ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଏଭଳି କରୁଛନ୍ତି ତାହା ଅକ୍ଷମଣୀୟ। ଶୁକ୍ରବାର ମଧ୍ୟାହ୍ନରୁ ସୋମବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି କର୍ମଚାରୀମାନେ କଟକ, ଭୁବନେଶ୍ୱରରେ ରହି ଲୋକଙ୍କୁ ଠକୁଛନ୍ତି। ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦୁଃଖର କଥା ହେଲା ଏଭଳି କର୍ମଚାରୀ ଅଛନ୍ତି ଯେଉଁମାନେ ସରକାରୀ ଗାଡିରେ ପ୍ରତ୍ୟହ ଭୁବନେଶ୍ୱର, କଟକରୁ ଯାତାୟାତ କରୁଛନ୍ତି। ଏହି ଗାଡି ଓ ତେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି। ସରକାରୀ କର୍ମଚାରୀ ମୁଖ୍ୟାଳୟ କିମ୍ବା ଏହାର ୮ କିଲୋମିଟର ଭିତରେ ରହିବା କଥା। କିନ୍ତୁ ଏହି କଟକଣା କୋହଳ କାରଣରୁ ସମ୍ପୃକ୍ତ କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଉ ନାହାନ୍ତି। ସେମାନଙ୍କ ମୋବାଇଲ ଟାୱାର ଲୋକେଶନ୍‌, ସିଡିଆର୍‌ (କଲ ଡିଟେଲ ରେକର୍ଡିଂ) ସଂଗ୍ରହ କରାଗଲେ କେଉଁମାନେ କେଉଁଠି କେତେ ସମୟ ଅଛନ୍ତି ତାହା ଜଣାପଡ଼ିଯିବ। ଏଥିସହ ସେମାନେ ବ୍ୟବହାର କରୁଥିବା ସରକାରୀ ଗାଡି ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଉ। ଏହି ଗାଡିରେ ଟ୍ରାକିଂ ପାଇଁ କ୍ୟାମେରା ଆଦି ଲଗାଗଲେ ସରକାରୀ କାରର ଦୁରୁପଯୋଗ ରୋକାଯାଇ ପାରିବ। ରାଜ୍ୟ ସରକାର ଓ ପ୍ରଶାସନ ଏ କ୍ଷେତ୍ରରେ ଦାୟିତ୍ୱବାନ ହେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri