ଜିଲା ମୁଖ୍ୟାଳୟରେ ରହୁନାହାନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। କାରଣ ଏହି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁ ନ ଥିବାରୁ କୌଣସି ବାହାନା ନେଇ ଶୁକ୍ରବାର ଅପରାହ୍ନରୁ କଟକ, ଭୁବନେଶ୍ୱର ଚାଲି ଯାଉଛନ୍ତି। ଏପରି କି କେତେଜଣ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ସରକାରୀ ଗାଡ଼ିର ଦୁରୁପଯୋଗ କରୁଛନ୍ତି। ସେମାନେ ସରକାରୀ ଅର୍ଥରେ କଟକ, ଭୁବନେଶ୍ୱର ଯିବାଆସିବା କରୁଛନ୍ତି। ଏହାଦ୍ୱାରା ସରକାରଙ୍କ ବାସ୍ତବ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଆସୁଛି। ପୂର୍ବତନ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନୂଆକରି ଯୋଗଦେବା ପରେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ଲୋକଙ୍କ ସ୍ବାର୍ଥକୁ ଗୌଣ କରି ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନଙ୍କ ଏହି ଗସ୍ତ ଉପରେ ୨୦୧୯ ଜୁଲାଇରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥିଲେ। ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଯେପରି ସେମାନଙ୍କ ମୁଖ୍ୟାଳୟରେ ରହିବେ ସେନେଇ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀମାନେ ମୁଖ୍ୟାଳୟରେ ରହିଲେ ଲୋକଙ୍କ ପ୍ରତି ସେମାନଙ୍କ ଆତ୍ମୀୟତା ଓ ଅଙ୍ଗିକାରବଦ୍ଧତା ବଢିବ ବୋଲି ସେ କହିଥିଲେ। ପ୍ରଥମେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ପରେ ଯଥା ପୂର୍ବଂ ତଥା ପର ଅବସ୍ଥାକୁ ଚାଲିଗଲା। ଏ ସମ୍ପର୍କରେ ଜଗତ୍‌ସିଂହପୁର ସାରସ୍ବତ ପରିଷଦ ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ, ସାମାଜିକ କର୍ମୀ ନିଲୁ ମିତ୍ର ପ୍ରମୁଖ କହିଛନ୍ତି, ଯେଉଁ ଉପରିସ୍ଥ ବିଭାଗୀୟ ଯନ୍ତ୍ରୀ, ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଏଭଳି କରୁଛନ୍ତି ତାହା ଅକ୍ଷମଣୀୟ। ଶୁକ୍ରବାର ମଧ୍ୟାହ୍ନରୁ ସୋମବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି କର୍ମଚାରୀମାନେ କଟକ, ଭୁବନେଶ୍ୱରରେ ରହି ଲୋକଙ୍କୁ ଠକୁଛନ୍ତି। ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦୁଃଖର କଥା ହେଲା ଏଭଳି କର୍ମଚାରୀ ଅଛନ୍ତି ଯେଉଁମାନେ ସରକାରୀ ଗାଡିରେ ପ୍ରତ୍ୟହ ଭୁବନେଶ୍ୱର, କଟକରୁ ଯାତାୟାତ କରୁଛନ୍ତି। ଏହି ଗାଡି ଓ ତେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି। ସରକାରୀ କର୍ମଚାରୀ ମୁଖ୍ୟାଳୟ କିମ୍ବା ଏହାର ୮ କିଲୋମିଟର ଭିତରେ ରହିବା କଥା। କିନ୍ତୁ ଏହି କଟକଣା କୋହଳ କାରଣରୁ ସମ୍ପୃକ୍ତ କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଉ ନାହାନ୍ତି। ସେମାନଙ୍କ ମୋବାଇଲ ଟାୱାର ଲୋକେଶନ୍‌, ସିଡିଆର୍‌ (କଲ ଡିଟେଲ ରେକର୍ଡିଂ) ସଂଗ୍ରହ କରାଗଲେ କେଉଁମାନେ କେଉଁଠି କେତେ ସମୟ ଅଛନ୍ତି ତାହା ଜଣାପଡ଼ିଯିବ। ଏଥିସହ ସେମାନେ ବ୍ୟବହାର କରୁଥିବା ସରକାରୀ ଗାଡି ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଉ। ଏହି ଗାଡିରେ ଟ୍ରାକିଂ ପାଇଁ କ୍ୟାମେରା ଆଦି ଲଗାଗଲେ ସରକାରୀ କାରର ଦୁରୁପଯୋଗ ରୋକାଯାଇ ପାରିବ। ରାଜ୍ୟ ସରକାର ଓ ପ୍ରଶାସନ ଏ କ୍ଷେତ୍ରରେ ଦାୟିତ୍ୱବାନ ହେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri