ଜିଲା ମୁଖ୍ୟାଳୟ ଛାଡ଼ି ବାହାରେ ରହୁଛନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୧୬।୪: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ସ୍ଥାନୀୟ ଲୋକେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ନ ରହି କୌଣସି ବାହାନା ଦେଖାଇ ଶୁକ୍ରବାର ଅପରାହ୍ନରୁ ଚାଲି ଯାଉଛନ୍ତି। କେତେଜଣ ଅଧିକାରୀ ଓ ଯନ୍ତ୍ରୀ ଏ ନେଇ ସରକାରୀ କାର୍‌ର ଦୁରୁପଯୋଗ କରୁଛନ୍ତି। ସେମାନେ ସରକାରୀ ଅର୍ଥରେ ତେଲ ପକାଇ ସବୁବେଳେ କଟକ, ଭୁବନେଶ୍ୱରରୁ ଯିବା ଆସିବା କରୁଛନ୍ତି। ଏହାଦ୍ୱାରା ସରକାରଙ୍କ ବାସ୍ତବ ଲକ୍ଷ୍ୟ ପୂରଣ ହୋଇ ପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ତେବେ ପ୍ରଥମ ଦଫାରେ ଜଗତ୍‌ସିଂହପୁର ଜିଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ଲୋକଙ୍କ ସ୍ବାର୍ଥକୁ ଗୌଣ କରି ଅଧିକାରୀ, କର୍ମଚାରୀମାନଙ୍କ ଏହି ଗସ୍ତ ଉପରେ ୨୦୧୯ ଜୁଲାଇରେ ସେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥିଲେ। ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ମୁଖ୍ୟାଳୟରେ ରହିବେ ସେନେଇ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀମାନେ ମୁଖ୍ୟାଳୟରେ ରହିଲେ ଲୋକଙ୍କ ପ୍ରତି ସେମାନଙ୍କ ଆତ୍ମୀୟତା ଓ ଅଙ୍ଗୀକାରବଦ୍ଧତା ବଢିବ ବୋଲି କହିଥିଲେ। କିନ୍ତୁ ଜିଲାପାଳଙ୍କ ଏହି ନିର୍ଦ୍ଦେଶ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆଡଭୋକେଟ୍‌ ବାସୁଦେବ କହିଛନ୍ତି, ଯେଉଁ ସରକାରୀ କର୍ମଚାରୀ, ଅଧିକାରୀ ଓ ଯନ୍ତ୍ରୀମାନେ ଏଭଳି କରୁଛନ୍ତି ତାହା ଅକ୍ଷମଣୀୟ। ଶୁକ୍ରବାର ମଧ୍ୟାହ୍ନରୁ ସୋମବାର ପୂର୍ବାହ୍ନ୧୦ଟା ପର୍ଯ୍ୟନ୍ତ ଏହି କର୍ମଚାରୀମାନେ କଟକ, ଭୁବନେଶ୍ୱର ରହି ଲୋକଙ୍କୁ ଠକୁଛନ୍ତି। ଲୋକଙ୍କ ଟିକସରେ ଦରମା ପାଉଥିଲେ ସୁଦ୍ଧା ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଅଧିକ ସମୟ ଦେଇଛନ୍ତି। ଏହି କର୍ମଚାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେମାନଙ୍କ ମୋବାଇଲ ଟାଓ୍ବାର ଲୋକେଶନ, ସିଡିଆର(କଲ୍‌ ଡିଟେଲ୍‌ ରେକର୍ଡିଂ) ଆଦି ସଂଗ୍ରହ କରାଗଲେ କେଉଁମାନେ କେଉଁଠି କେତେ ସମୟ ରହିଛନ୍ତି ତାହା ଜଣାପଡିଯିବ। ଏଥିସହ ସେମାନେ ବ୍ୟବହାର କରୁଥିବା ସରକାରୀ ଗାଡ଼ିି ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଉ। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?