Posted inଜାତୀୟ

ସରକାରୀ ବାବୁ-ମନ୍ତ୍ରୀ ବ୍ୟବହାର କରିପାରିବେ ଦାମିକା ମୋବାଇଲ,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ରାଞ୍ଚି,୨।୯: ଏବେ ସରକାରୀ ବାବୁ ଏବଂ ମନ୍ତ୍ରୀମାନେ ଦାମିକା ମୋବାଇଲ ବ୍ୟବହାର କରିପାରିବେ। ଏନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ ସୀମା ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ ଏବଂ ସରକାରୀ ବାବୁମାନେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାମିକା ମୋବାଇଲ୍‌ କିଣିବା ସହିତ ଏଥିରେ ସର୍ବାଧିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ।

୯ ମାସ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଏବଂ ସରକାରୀ ବାବୁମାନେ ସର୍ବାଧିକ ୧୦ ହଜାର ଟଙ୍କାର ପର୍ଯ୍ୟନ୍ତ ଦାମ ଥିବା ମୋବାଇଲ୍‌ ଫୋନ୍‌ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା। କ୍ୟାବିନେଟ ଏହି ପ୍ରାବକୁ ମଞ୍ଜୁରୀ ଦେବା ପରେ ରାଜ୍ୟ ଅର୍ଥମନ୍ତ୍ରଣାଳୟ ଏନେଇ ଅଧିସୂଚନା ଜାରି କରିଥିଲେ।

ନୂଆ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବସ୍ତରୀୟ ଅଧିକାରୀ ୩୫ ହଜାର ଟଙ୍କା ଦାମର ମୋବାଇଲ ବ୍ୟବହାର କରିପାରିବେ। ବରିଷ୍ଠ ସଚିବଙ୍କଠାରୁ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକମାନେ ୩୦ ହଜାର ଟଙ୍କାର ମୋବାଇଲ୍‌ ବ୍ୟବହାର କରିପାରିବେ। ଉପ ସଚିବସ୍ତରୀୟ ଅଧିକାରୀ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍‌ କିଣିପାରିବେ। ସେହିପରି ସହାୟକ ନିର୍ଦ୍ଦେଶକସ୍ତରୀୟ ଅଧିକାରୀମାନେ ୨୦ ହଜାର ଟଙ୍କା ଦାମର ମୋବାଇଲ୍‌ କିଣି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡମ୍ପରକୁ ପିଟିଲା ମୃତଦେହ ନେଇ ଯାଉଥିବା କାର୍‌: ୫ ମୃତ

ପାଟନା,୧୨।୩: ଦିଲ୍ଲୀରୁ ବିହାରକୁ ଯାଉଥିବା ଏକ କାର ରବିବାର ପୁରଭାନଚାଲ ଏକ୍ସପ୍ରେସୱେରେ ଥିବା ଭେଲା ଗ୍ରାମ ନିକଟରେ ପଛପଟୁ ଏକ ଡମ୍ପରକୁ ଧକ୍କା ଦେଇଥିଲା। ଏହି...

ଚିରାଗଙ୍କ ବଡ଼ ଘୋଷଣା: ଏଲ୍‌ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ

ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍‌ଜେପି...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଭଳି ଇସି ଲୋଡ଼ା

ନୂଆଦିଲ୍ଲୀ,୨୪ା୧୧ : କେନ୍ଦ୍ରରେ କ୍ଷମତାସୀନ ଯେକୌଣସି ଦଳ ସବୁଦିନ କ୍ଷମତାରେ ରହିବାକୁ ଚାହେଁ। ଏଥିଲାଗି ବର୍ତ୍ତମାନ ବ୍ୟବସ୍ଥା ଅଧୀନରେ ଶାସକ ଦଳ ଜଣେ ‘ବୋଲକରା’ଙ୍କୁ ନିର୍ବାଚନ...

୩ ମାସରେ ସୂଚନା କମିଶନର ନିଯୁକ୍ତି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍‌ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ...

ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌: ୨୯ ପ୍ରତିଶତକୁ କମିଲା ଚାଇନା ଆପ୍‌ ବଜାର

ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଥିଲେ। ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରାଯାଇଥିଲା।...

ଅଭିନନ୍ଦନଙ୍କୁ ମିଳିପାରେ ସେନାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୮।୮: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସରକାର ସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଯୋଜନା ରହିଥିବା ଜଣାପଡିଛି। ଗତ ଫେବୃୟାରୀ ୨୭ରେ...

ମଙ୍ଗଳବାର ୟେଦୁରପ୍ପାଙ୍କ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁରୁ, ୧୮ା୮: କର୍ନାଟକରେ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ଅପରାହ୍ନରେ କରାଯିବ। ସେହିଦିନ ପୂର୍ବାହ୍ନରେ ଭାଜପା ବିଧାୟକ ଦଳର ବୈଠକ ବସିବା ସହ ମନ୍ତ୍ରିମଣ୍ଡଳର...

କୋର୍ବୋଭାକ୍ସ ବୁଷ୍ଟର ଡୋଜ୍‌କୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ, ୧୦ା୮: ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ମଞ୍ଜୁରୀ ଦେଇଛି। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ...

Advertisement
Archives

Model This Week