Posted inଜାତୀୟ

ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ କରନ୍ତୁ ସରକାର, ଇଏସିର ପରାମର୍ଶ…

ନୂଆଦିଲ୍ଲୀ, ୧୯।୫ : ଦେଶରେ ବେରୋଜଗାରୀ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇଏସି) ସହରୀ ନିଶ୍ଚତ ରୋଜଗାର ଯୋଜନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। ଏହା ସହିତ ଆୟର ବ୍ୟବଧାନକୁ ହ୍ରାସ କରିବା ପାଇଁ ୟୁନିଭର୍ସାଲ ବେସିକ ଇନକମ୍‌ (ୟୁବିଆଇ) ପ୍ରବର୍ତ୍ତନ ଉପରେ ମଧ୍ୟ ଏହି କମିଟି ନିଜର ମତ ଦେଇଛି।

କମିଟି ଦ୍ୱାରା ଅସମାନତାର ସ୍ଥିତି ( ଦ ଷ୍ଟେଟ୍‌ ଅଫ୍‌ ଇନକ୍ୱାଲିଟି) ଶୀର୍ଷକ ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହାକୁ ବୁଧବାର ଇଏସି ଚେୟାରମ୍ୟାନ ବିବେକ ଦେବରାୟ ପ୍ରକାଶ କରିଛନ୍ତି।

ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ସର୍ବନିମ୍ନ ଆୟ ଏବଂ ସାମାଜିକ କ୍ଷେତ୍ରରେ ଅଧିକ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଁ ଏହି ରିପୋର୍ଟରେ ସୁପାରିଶ କରାଯାଇଛି। ଯାହାଫଳରେ ଦୁର୍ବଳ ବିଭାଗଗୁଡିକ ହଠାତ୍‌ ଅର୍ଥନୈତିକ କ୍ଷତିରୁ ରକ୍ଷା ପାଇପାରିବେ।

ଏହି ରିପୋର୍ଟରେ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ଆକଳନ ଏବଂ ଶ୍ରମ ବଜାରର ଅସମାନତା ଉପରେ ସୂଚନା ଏବଂ ତଥ୍ୟ ରହିଛି। ଏସବୁ କ୍ଷେତ୍ରରେ ଅସମାନତା ଜନସଂଖ୍ୟାକୁ ଅଧିକ ଅସୁରକ୍ଷିତ କରି ଦାରିଦ୍ର୍ୟକୁ ସୂଚାଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସାମାଜିକ ସେବା କ୍ଷେତ୍ର ପାଇଁ ସରକାର ଅଧିକ ପ୍ରତିଶତ ଖର୍ଚ୍ଚ ଆବଣ୍ଟନ କରିବା ଉଚିତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ, ବଢୁୁଥିବା ଆୟ ଅସମାନତାକୁ ଦୂର କରିବା ପାଇଁ ୟୁବିଆଇ ଯୋଜନା ଉପରେ ପୁନର୍ବାର ବିତର୍କ ଆରମ୍ଭ ହୋଇପାରେ। ପୂର୍ବତନ ମୁଖ୍ୟ ଅର୍ଥନନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ୨୦୧୭ ପାଇଁ ଅର୍ଥନୈତିକ ସର୍ଭେରେ ସବସିଡି ସ୍ଥାନାନ୍ତର ସ୍ଥାନରେ ଏହି ପ୍ରସ୍ତାବକୁ ସମର୍ଥନ କରଥିଲେ। ସୁବ୍ରମଣ୍ୟମ ଜିଡିପିର ୪.୯ ପ୍ରତିଶତରେ ୟୁବିଆଇର ଆର୍ଥିକ ମୂଲ୍ୟ ହିସାବ କରିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ ରେ ବିଭିନ୍ନ ରୋଜଗାର ବର୍ଗରେ ସର୍ବାଧିକ ପ୍ରତିଶତ ସ୍ବ-ନିୟୋଜନ କରୁଥିବା ଶ୍ରମିକ ଅର୍ଥାତ୍‌ ସେଲଫ୍‌ ଏମ୍ପଲଏଡ୍‌ଙ୍କ ସଂଖ୍ୟା ୪୫.୭୮ ପ୍ରତିଶତ ରହିଛି। ସେହିପରି ନିୟମିତ ବେତନ ପ୍ରାପ୍ତ ଶ୍ରମିକଙ୍କ ସଂଖ୍ୟା ୩୩.୫ ପ୍ରତିଶତ ଏବଂ କାଜୁଆଲ ଶ୍ରମିକଙ୍କ ସଂଖ୍ୟା ୨୦.୭୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?