Posted inଜାତୀୟ

ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ କରନ୍ତୁ ସରକାର, ଇଏସିର ପରାମର୍ଶ…

ନୂଆଦିଲ୍ଲୀ, ୧୯।୫ : ଦେଶରେ ବେରୋଜଗାରୀ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇଏସି) ସହରୀ ନିଶ୍ଚତ ରୋଜଗାର ଯୋଜନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। ଏହା ସହିତ ଆୟର ବ୍ୟବଧାନକୁ ହ୍ରାସ କରିବା ପାଇଁ ୟୁନିଭର୍ସାଲ ବେସିକ ଇନକମ୍‌ (ୟୁବିଆଇ) ପ୍ରବର୍ତ୍ତନ ଉପରେ ମଧ୍ୟ ଏହି କମିଟି ନିଜର ମତ ଦେଇଛି।

କମିଟି ଦ୍ୱାରା ଅସମାନତାର ସ୍ଥିତି ( ଦ ଷ୍ଟେଟ୍‌ ଅଫ୍‌ ଇନକ୍ୱାଲିଟି) ଶୀର୍ଷକ ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହାକୁ ବୁଧବାର ଇଏସି ଚେୟାରମ୍ୟାନ ବିବେକ ଦେବରାୟ ପ୍ରକାଶ କରିଛନ୍ତି।

ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ସର୍ବନିମ୍ନ ଆୟ ଏବଂ ସାମାଜିକ କ୍ଷେତ୍ରରେ ଅଧିକ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଁ ଏହି ରିପୋର୍ଟରେ ସୁପାରିଶ କରାଯାଇଛି। ଯାହାଫଳରେ ଦୁର୍ବଳ ବିଭାଗଗୁଡିକ ହଠାତ୍‌ ଅର୍ଥନୈତିକ କ୍ଷତିରୁ ରକ୍ଷା ପାଇପାରିବେ।

ଏହି ରିପୋର୍ଟରେ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ଆକଳନ ଏବଂ ଶ୍ରମ ବଜାରର ଅସମାନତା ଉପରେ ସୂଚନା ଏବଂ ତଥ୍ୟ ରହିଛି। ଏସବୁ କ୍ଷେତ୍ରରେ ଅସମାନତା ଜନସଂଖ୍ୟାକୁ ଅଧିକ ଅସୁରକ୍ଷିତ କରି ଦାରିଦ୍ର୍ୟକୁ ସୂଚାଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସାମାଜିକ ସେବା କ୍ଷେତ୍ର ପାଇଁ ସରକାର ଅଧିକ ପ୍ରତିଶତ ଖର୍ଚ୍ଚ ଆବଣ୍ଟନ କରିବା ଉଚିତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ, ବଢୁୁଥିବା ଆୟ ଅସମାନତାକୁ ଦୂର କରିବା ପାଇଁ ୟୁବିଆଇ ଯୋଜନା ଉପରେ ପୁନର୍ବାର ବିତର୍କ ଆରମ୍ଭ ହୋଇପାରେ। ପୂର୍ବତନ ମୁଖ୍ୟ ଅର୍ଥନନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ୨୦୧୭ ପାଇଁ ଅର୍ଥନୈତିକ ସର୍ଭେରେ ସବସିଡି ସ୍ଥାନାନ୍ତର ସ୍ଥାନରେ ଏହି ପ୍ରସ୍ତାବକୁ ସମର୍ଥନ କରଥିଲେ। ସୁବ୍ରମଣ୍ୟମ ଜିଡିପିର ୪.୯ ପ୍ରତିଶତରେ ୟୁବିଆଇର ଆର୍ଥିକ ମୂଲ୍ୟ ହିସାବ କରିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ ରେ ବିଭିନ୍ନ ରୋଜଗାର ବର୍ଗରେ ସର୍ବାଧିକ ପ୍ରତିଶତ ସ୍ବ-ନିୟୋଜନ କରୁଥିବା ଶ୍ରମିକ ଅର୍ଥାତ୍‌ ସେଲଫ୍‌ ଏମ୍ପଲଏଡ୍‌ଙ୍କ ସଂଖ୍ୟା ୪୫.୭୮ ପ୍ରତିଶତ ରହିଛି। ସେହିପରି ନିୟମିତ ବେତନ ପ୍ରାପ୍ତ ଶ୍ରମିକଙ୍କ ସଂଖ୍ୟା ୩୩.୫ ପ୍ରତିଶତ ଏବଂ କାଜୁଆଲ ଶ୍ରମିକଙ୍କ ସଂଖ୍ୟା ୨୦.୭୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri