Posted inଜାତୀୟ

ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ସରକାର…

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଚାଷୀଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ସଂସଦୀୟ ଦଳ ବୈଠକରେ ସୋନିଆ ଏଭଳି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସମ୍ପତ୍ତି ବିକ୍ରୟ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସୋନିଆ ଗାନ୍ଧୀ ଅଭିଯୋଗ ଆଣିଛନ୍ତି।

ସୀମା ବିବାଦ ସମ୍ପର୍କରେ ସେ କହିଛନ୍ତି ଯେ ବିରୋଧୀ ଦଳ ସୀମାରେ ଥିବା ଅସୁରକ୍ଷିତତା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ସେ କେନ୍ଦ୍ର ସରକାରଙ୍କ ମୁଦ୍ରାସ୍ଫୀତି ଏବଂ ବିମୁଦ୍ରୀକରଣ ନୀତିରେ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ପରିବାରର ମାସିକ ବଜେଟକୁ ନଷ୍ଟ କରୁଛି ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ୧୨ ଜଣ ଏମ୍‌ପିଙ୍କ ନିଲମ୍ବନକୁ ଅନ୍ୟାୟ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଏହା ସହିତ, ସେ ବିରୋଧ କରୁଥିବା ଚାଷୀଙ୍କ ନେଇ କହିଛନ୍ତି ଯେ, ବଳିଦାନ ଦେଇଥିବା ୭୦୦ ଚାଷୀଙ୍କୁ ସରକାର ସମ୍ମାନିତ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିଜେ ରୋଲର ଚଲାଇ ଡ୍ରଗ୍ସ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ: ୧୦ ଦିନ ମଧ୍ୟରେ ୪୭୨ କୋଟିର…

ଗୁଆହାଟୀ,୧୩।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନାଲବାରୀ ଜିଲାର ଦୌଲାସାଲସ୍ଥିତ ୧୪ତମ ଆସାମ ପୋଲିସ ବାଟାଲିୟନରେ ଏକ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri