Posted inଜାତୀୟ

ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି

ନୂଆଦିଲ୍ଲୀ,୧।୧୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ୭୧୩.୨୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍‌ ଦିନକୁ ବିଜ୍ଞାପନ ବାବଦରେ ହାରାହାରି ୧.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଅଧିକ ଭାଗ ଇଲେକ୍ଟ୍ରୋନିକ୍‌ ମିଡିଆକୁ ମିଳିଛି। ଆର୍‌ଟିଆଇ ଆବେଦନର ଉତ୍ତରରୁ ଏହି ତଥ୍ୟ ଜଣାପଡ଼ିଛି। ମୁମ୍ବାଇର ଆର୍‌ଟିଆଇ କର୍ମୀ ଜତିନ ଦେଶାଇ ଏଥିପାଇଁ ଆବେଦନ କରିଥିଲେ। ଇଲେକ୍ଟ୍ରୋନିକ ଓ ଛାପା ଗଣମାଧ୍ୟମ ସମେତ ଆଉଟଡୋର ମିଡିଆ ପ୍ରଚାରରେ ମୋଟ ୭୧୩.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍‌ ଆଉଟରିଚ୍‌ ଆଣ୍ଡ କମ୍ୟୁନିକେଶନ (ବିଓଆର୍‌) ପକ୍ଷରୁ ଉତ୍ତର ଦିଆଯାଇଛି। ସେଥିରୁ ଇଲେକ୍ଟ୍ରୋନିକ ମିଡିଆକୁ ୩୧୭.୦୫ କୋଟି ଟଙ୍କା ଯାଇଥିବାବେଳେ ଛାପା ଗଣମାଧ୍ୟମକୁ ୨୯୫.୦୫ କୋଟି ଏବଂ ଆଉଟଡୋର ମିଡିଆକୁ ୧୦୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି...

ପ୍ରିୟଙ୍କାକୁ ଅଧ୍ୟକ୍ଷା କରାଯିବା ନେଇ ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍‌ ଆଲ୍‌ଭି କହିଛନ୍ତି...

ଭାଜପାକୁ ଶିବସେନାର କଟାକ୍ଷ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।...

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା...

ଆମେରିକା ସୈନ୍ୟ ଆଫଗାନିସ୍ତାନରୁ ହଟିଲେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବା ଆଶଙ୍କା…

ଶ୍ରୀନଗର,୨୬।୬: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ତେବେ ଏହା ଦ୍ୱାରା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏସମ୍ପର୍କରେ ଶ୍ରୀନଗର ୧୫...

ସରକାରଙ୍କୁ ସମର୍ଥନ କରିବାରୁ ନିଲମ୍ବିତ ହେବେ ୫ ବିଧାୟକ

ଗୁଆହାଟୀ,୧୫।୨: ମେଘାଳୟର ଭାଜପା ସମର୍ଥତ୍ତ ସରକାରରେ ଯୋଗଦେଇଥିବା ୫ କଂଗ୍ରେସ ବିଧାୟକ ଦଳରୁ ନିଲମ୍ବନ ହେବେ। ମେଘାଳୟ କଂଗ୍ରେସ ସଭାପତି ଭିନ୍‌ସେଣ୍ଟ ଏଚ୍‌. ପାଲା ସେମାନଙ୍କୁ...

ଦେଶରେ ୬୦ ପ୍ରତିଶତରୁ ଅଧିକଙ୍କୁ କରୋନା ଟିକାର ଉଭୟ ଡୋଜ୍‌…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ମହାମାରୀ ଲଢ଼େଇରେ ଜାରି ରହିଥିବା ଟିକାକରଣରେ ଭାରତକୁ ବଡ଼...

ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତିରେ ରାହୁଲ ଅଟଳ: ମନାଇବାରେ ୫ ମୁଖ୍ୟମନ୍ତ୍ରୀ ବିଫଳ

ନୂଆଦିଲ୍ଲୀ,୨ା୭(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଅଟଳ ରହିଛନ୍ତି। ସୋମବାର ତାଙ୍କୁ ମନାଇବାକୁ ଉଦ୍ୟମ...

Advertisement
Archives

Model This Week