ଟିକା ନେବାକୁ କାହାକୁ ବାଧ୍ୟ କରିପାରିବେନି ସରକାର, ଏସ୍‌ସିଙ୍କ ରାୟ…

ନୂଆଦିଲ୍ଲୀ, ୨।୫ : କରୋନା ଟିକା ନେବାକୁ ସରକାର କାହାକୁ ବାଧ୍ୟ କରିପାରିବେନି। ଏନେଇ ସୁପ୍ରିମ୍‌କୋର୍ଟ(ଏସ୍‌ସି) ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ସରକାର ନୀତି ପ୍ରସ୍ତୁତ କରିପାରିବେ। ସେହିପରି ଲୋକଙ୍କ କଲ୍ୟାଣ ପାଇଁ କେତେକ ସର୍ତ୍ତ ମଧ୍ୟ ଲାଗୁ କରିପାରିବେ ତେବେ ଟି ନେବାକୁ ଚାହୁଁ ନଥିବା ଲୋକଙ୍କୁ ବାଧ୍ୟ କରି ପାରିବେ ନାହିଁ।

ଏହା ସହିତ ଶୀର୍ଷକୋର୍ଟ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସର୍ବସାଧାରଣ ସ୍ଥାନରେ ଟିକାକରଣ କରି ନଥିବା ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେତେକ ରାଜ୍ୟ ସରକାର ଏବଂ ସଂଗଠନ ଦ୍ୱାରା ଜାରି କରାଯାଇଥିବା ସର୍ତ୍ତ ଆନୁପାତିକ ନୁହେଁ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିଚାରପତି ନାଗେଶ୍ୱର ରାଓ ଏବଂ ବିଆର ଗଓ୍ବଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ବ୍ୟକ୍ତିର ସ୍ବାଧୀନତା ଅଧିକାର ରହିଛି। ଏହା ତାଙ୍କର ବ୍ୟକ୍ତିଗତ ସ୍ବାଧୀନତାକୁ ସୁନିଶ୍ଚିତ କରେ। ତଥାପି, କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଜାରି ରହିଥିବା ଟିକାକରଣ ନୀତିକୁ ଅଯୌକ୍ତିକ ଏବଂ ଏକପାଖିଆ ନିଷ୍ପତ୍ତି ବୋଲି କୁହାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ ଭାଗବଣ୍ଟାକୁ ନେଇ ରାହୁଲଙ୍କ ଆଲୋଚନା

କୋଲକାତା, ୨୯ା୧୧: ୨୦୨୧ ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଏବେଠାରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। ଟିଏମ୍‌ସି ଓ ଭାଜପାକୁ...

ବଢ଼ୁଛି ବାଘ ଆକ୍ରମଣ: ଉତ୍ତରାଖଣ୍ଡର ୨ ଜିଲାରେ କର୍ଫ୍ୟୁ

ଡେରାଡୁନ୍‌,୧୭ା୪: ଦେଶରେ ବାଘ ସଂଖ୍ୟା ବଢ଼ୁଥିବାବେଳେ ପର୍ଯ୍ୟାପ୍ତ ବାସସ୍ଥାନ ଅଭାବ କିମ୍ବା ଖାଦ୍ୱ ଅନ୍ବେଷଣରେ ସେମାନେ ଗାଁ ଓ ସହରମୁହାଁ ହେଉଛନ୍ତି। ଫଳରେ ବାଘ ଆକ୍ରମଣ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବାଇ,୩।୨: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନଆଇଏ ଏକ ଧମକପୂର୍ଣ୍ଣ ଇମେଲ ପାଇବା ପରେ ଦେଶର ବିଭିନ୍ନ ସହରକୁ ସତର୍କ କରାଯାଇଛି। ଏନଆଇଏ...

ଦ୍ୱିତୀୟ ବିବାହ ପାଇଁ ଜିଦ୍‌: ୬୦ ବର୍ଷ ବୟସ୍କ ବ୍ୟକ୍ତି ୧୧ କେଭି ଖୁଣ୍ଟରେ ଚଢ଼ିଲେ

ଜୟପୁର,୧୦।୩: ରାଜସ୍ଥାନର ଧୋଲପୁର ଜିଲାର ଗନିମତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସୋବରନ ସିଂ ନାମକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦ୍ୱିତୀୟ...

ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା

ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ...

ଶିକ୍ଷାର୍ଥୀଙ୍କୁ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ହାଇଦ୍ରାବାଦ୍‌,୨୯।୪: ତେଲେଙ୍ଗାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱାଦଶ ଶ୍ରେଣୀ ତେଲୁଗୁ ମାତୃଭାଷା ପରୀକ୍ଷାରେ ଶିିକ୍ଷାର୍ଥୀଙ୍କୁ ଜଣେ ଶିକ୍ଷୟତ୍ରୀ ୯୯ ନମ୍ବର ପରିବର୍ତ୍ତେ ଶୂନ...

କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରି କେନ୍ଦ୍ରକୁ ଟାର୍ଗେଟ କଲେ ସିଦ୍ଧୁ

ନୂଆଦିଲ୍ଲୀ,୪।୫: ଦିଲ୍ଲୀର ଯନ୍ତରମନ୍ତରରେ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେ ଧାରଣାରେ...

ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: ନିୟମ ଉଲ୍ଲଂଘନ କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଚେତାବନୀ ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର...

Advertisement
Archives

Model This Week