ସରକାରୀ ବସ୍‌-ହାଇୱା ମୁହାଁମୁହିଁ: ଆଉ ତା’ପରେ..

ଜି.ଉଦୟଗିରି,୧୮।୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ ଡୁଗୁଡ଼ିପାରି ମୁଣ୍ଡାମାଲା ନିକଟରେ କଟକରୁ ବାଲିଗୁଡ଼ା ଆସୁଥିବା ଓଡି୦୫ବିସି-୪୧୦୬ ନମ୍ବର ବିଶିଷ୍ଟ ସରକାରୀ ଯାତ୍ରୀବାହୀ ବସ୍‌ସହ ଓଡି୩୨ଜେ-୭୬୫୫ ନମ୍ବର ବଜରଙ୍ଗ କନଷ୍ଟ୍ରକସନ ହାଇୱା ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲା। ହେଲେ ବସ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଖଟାଇ ରାସ୍ତାର ବାମ ପଟକୁ ମୋଡ଼ି ଦେବା ଫଳରେ ବସଟି ରାସ୍ତା କଡ଼ରେ ଥିବା ଖାଲରେ ରହିଯାଇଥିଲା। ଫଳରେ ବସ୍‌ରେ ଯାତ୍ରା କରୁଥିବା ୩୦ରୁ ଊର୍ଦ୍ଧ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ହାଇୱା ଚାଳକ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏଏସ୍‌ଆଇ କାମରାଜ ରେଡି ଏବଂ ଏସ୍‌ଆଇ ବୁଲୁ ବେହେରା ସଦଳବଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ହାଇୱା ଗାଡ଼ିତ୍‌କୁ ଜବତ କରି ଥାନାକୁ ନେବା ସହ ଆହତ ଚାଳକ ଓ ଅନ୍ୟ ଆହତମାନଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ କଳିଙ୍ଗା ଠାରୁ ଜି.ଉଦୟଗିରି ଦେଇ ଯାତାୟାତ କରୁଥିବା ହାଇୱା ଗାଡ଼ି ଓ ଅନ୍ୟ ମାଲବାହୀ ଯାନ ଗୁଡ଼ିକ ବେପରୁଆ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଅତ୍ୟଧିକ ବେଗରେ ଗାଡ଼ି ଚଳାଉଥିବା ବେଳେ ଭବିଷ୍ୟତରେ ଦୁର୍ଘଟଣାରେ କାହାର କିଛି କ୍ଷତି ନ ହେବା ପାଇଁ ସମସ୍ତ ମାଲବାହୀ ଭାରୀଯାନ ତଥା ହାଇୱା ଗାଡ଼ିଗୁଡ଼ିକୁ ଦିନରେ ସହରକୁ ପ୍ରବେଶ ନିଷେଧ କରାଯିବା ସ୍ଥାନୀୟ ନେଇ ପ୍ରଶାସନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ବିଶ୍ୱ କମର୍ସ ଦିବସ, ବାଣିଜ୍ୟ ଶିକ୍ଷା ଯୁବପିଢ଼ିଙ୍କ ପାଇଁ ଖୋଲୁଛି ନୂଆ ସୁଯୋଗ

ଭଞ୍ଜନଗର,୩ା୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ୱ କମର୍ସ ଦିବସ ପାଳିତ ହେଉଛି । ତେଣୁ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri