୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର ଗୋଷାଣି ବ୍ଲକରେ ଦେଖିବାକୁ ମିଳିଛି। ତାତିପେଟି ପଞ୍ଚାୟତ ଅନ୍ତର୍ଗତ ଗୋଲାଗାଁର ୯୭ ବର୍ଷୀୟା ତୋଡ଼ଙ୍ଗି ରାମଲକ୍ଷ୍ମୀ ଦୀର୍ଘଦିନ ଧରି ଆଧାରକାର୍ଡ ନଥିବାରୁ ଭତ୍ତାରୁ ବଞ୍ଚିତ ଥିଲେ। ଗୋଷାଣି ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏବେ ସେ ମାସିକ ୩,୫୦୦ ଟଙ୍କା ଭତ୍ତା ପାଇବାର ସୁଯୋଗ ପାଇଛନ୍ତି। ଏକ ପ୍ରଶାସନିକ କାର୍ଯ୍ୟରେ ଗ୍ରାମକୁ ଯାଇଥିବା ବେଳେ ବିଡିଓଙ୍କ ନଜର ଏକ ଜରାଜୀର୍ଣ୍ଣ ଘର ଉପରେ ପଡ଼ିଥିଲା। ସେଠାରେ ଏକାକୀ ରହୁଥିବା ବୃଦ୍ଧାଙ୍କ ସହ କଥାବାର୍ତ୍ତାରୁ ସେ ଭତ୍ତା ନ ପାଉଥିବା ଜାଣିଥିଲେ। ଏହାପରେ ତୁରନ୍ତ ତାଙ୍କ ପାଇଁ ଆଧାରକାର୍ଡ କରାଇବା, ବ୍ୟାଙ୍କ ଖାତା ଖୋଲିବା, ଭତ୍ତା ଆବେଦନ କରାଇବା ଓ ଅନୁମୋଦନ ପ୍ରକ୍ରିୟା ଶେଷ କରିଥିଲେ। ଉପଜିଲାପାଳଙ୍କ ଅନୁମୋଦନ ପରେ ବିଡିଓ ନିଜେ ବୃଦ୍ଧାଙ୍କ ଘରକୁ ଯାଇ ୩,୫୦୦ ଟଙ୍କାର ଭତ୍ତା ପ୍ରଦାନ କରିଥିଲେ। ଏହି ସମୟରେ ବୃଦ୍ଧାଙ୍କ ମୁହଁରେ ଫୁଟିଥିବା ହସ ହିଁ ତାଙ୍କ ପାଇଁ ସବୁଠୁ ବଡ଼ ସନ୍ତୋଷ ବୋଲି ବିଡିଓ ପ୍ରକାଶ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା CJP: ଯେଉଁ ଟ୍ରକ୍‌ରେ ଅଭିଜିତ, ଅଭିନେତା ପ୍ରକାଶ ରାଜ ଥିଲେ…

ନୂଆଦିଲ୍ଲୀ,୨୧।୭: ସଂସଦ ମାର୍ଚ୍ଚ ସମୟରେ ହୋଇଥିବା ଧସ୍ତିଧାସ୍ତିର ଗୋଟିଏ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ଼ ଘୋଷଣା କଲା CJP: ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସୋମବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମ୍ମୁଖରେ ନିଜର ଦାବିଗୁଡ଼ିକ ରଖିଛନ୍ତି। ବିଳମ୍ବିତ ସନ୍ଧ୍ୟା…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

ଏହି ଦଳରୁ ନିର୍ବାଚନ ଲଢିବେ CJP ମୁଖ୍ୟ ଅଭିଜିତ ଦୀପକେ? ଭାଜପା ନେତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୧।୭: ଭାଜପା ନେତା ନିଶିକାନ୍ତ ଦୁବେ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଦୁବେ ଉତ୍ତର ପ୍ରଦେଶ…

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri