Advertisement

କଳିଙ୍ଗ ନୌବାଣିଜ୍ୟର ସ୍ମାରକୀ ଗୋପାଳପୁର ବନ୍ଦର

ବ୍ରହ୍ମପୁର ଅଫିସ,୮ା୧୧(ନରସିଂହ ସାହୁ): କଳିଙ୍ଗ ନୌବାଣିଜ୍ୟର ପ୍ରତୀକ ବା ସ୍ମାରକୀ ଗୋପାଳପୁର ବନ୍ଦର। ଶତାଧିକ ବର୍ଷର ଇତିହାସ ଅନୁସାରେ ଦକ୍ଷିଣ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ ପାଇଁ ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ରେଙ୍ଗୁନ ଆଦି ସ୍ଥାନକୁ ଜାହାଜରେ ଯାଇ ପ୍ରଚୁର ଧନସମ୍ପତ୍ତି ଅର୍ଜନ କରି ନିଜ ଗଁାକୁ ଆଣୁଥିଲେ। ସେତେବେଳେ ଗୋପାଳପୁର ବେଳାଭୂମିରେ ଲାଗୁଥିଲା ଜାହାଜ। କାର୍ତ୍ତିକ ପୂର୍ଣ୍ଣିମା ଭୋର୍‌ରେ ସାଧବାଣୀମାନେ ବୋଇତ ବନ୍ଦାଣ ସହ ସାଧବମାନଙ୍କୁ ବନ୍ଦାପନା କରି ବିଦେଶ ଯାତ୍ରାର ଶୁଭ କାମନା ଜଣାଉଥିଲେ। ଜଳ ଜାହାଜ ଯିବା ଆସିବା ବେଳେ ସମୁଦ୍ର ଭିତରକୁ ଆଲୋକ ଦେଖାଇବା ନିମନ୍ତେ ବେଳାଭୂମି ପାର୍ଶ୍ୱରେ ସ୍ଥାପନ ହୋଇଥିଲା ବିରାଟ ବତୀଘର। ତାହା ଏବେ ବି ମୂକସାକ୍ଷୀ ଭାବେ ଗୋପାଳପୁରରେ ବିଦ୍ୟମାନ। ତେବେ ପୁରାତନ ବନ୍ଦରର ସତ୍ତା ହଜିଯିବା ସହ ସାଧବାଣୀ ଓ ସାଧବଙ୍କ ପ୍ରାଚୀନ ପରମ୍ପରା ଲୋପ୍‌ ପାଇଛି।
ତଥ୍ୟାନୁସାରେ, ବହୁ ବର୍ଷ ତଳର ଗୋପାଳପୁର ବନ୍ଦର ଧ୍ୱଂସାଭିମୁଖୀ ହେବା ପରେ ଜଳପଥରେ ଜାହାଜ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହାର ପୁନରୁଦ୍ଧାର ଏବଂ ପ୍ରାଚୀନ ପରମ୍ପରା ବଜାୟ ରଖିବା ଲାଗି ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିଲା। ଦେଶ ସ୍ବାଧୀନ ପରେ ମଧ୍ୟ କଂଗ୍ରେସ ଅମଳରେ ଧ୍ୟାନ ଦିଆଯାଇ ନ ଥିଲା। ୧୯୭୭ ନିର୍ବାଚନରେ ତତ୍‌କାଳୀନ ଜନତା ପାର୍ଟି ସରକାର କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ହେଲା। ଗଞ୍ଜାମ ଜିଲା ଆସିକା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ସ୍ବର୍ଗତ ହରିହର ସ୍ବାଇଁ ନୀଳମଣି ରାଉତରାୟଙ୍କ ମନ୍ତ୍ରୀ ପରିଷଦରେ ରାଷ୍ଟ୍ରମନ୍ତ୍ରୀ ହୋଇ ବାଣିଜ୍ୟ ଓ ପରିବହନ ବିଭାଗ ପାଇଥିଲେ।
ପୁରୁଣା ଇତିହାସକୁ ମନେପକାଇ ହରି ସ୍ବାଇଁ ଗୋପାଳପୁର ବନ୍ଦରର ପୁନରୁଦ୍ଧାର ଲାଗି ଉଦ୍ୟମ ଆରମ୍ଭ କଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋରାର୍‌ଜୀ ଦେଶାଇଙ୍କ ମନ୍ତ୍ରୀ ପରିଷଦରେ ଚନ୍ଦାରାମ କ୍ୟାବିନେଟରେ ସର୍ଫେସ୍‌ ଟ୍ରାନ୍ସପୋର୍ଟ (ବର୍ତ୍ତମାନର ରୋଡ୍‌ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ମନ୍ତ୍ରଣାଳୟ)ର ମନ୍ତ୍ରୀ ହୋଇଥିଲେ। ହରି ସ୍ବାଇଁ ତାଙ୍କୁ ଐତିହାସିକ ତଥ୍ୟ ଦେଖାଇ ଗୋପାଳପୁର ବନ୍ଦରର ପୁନଃ ନିର୍ମାଣ ଲାଗି ପ୍ରବର୍ତ୍ତାଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପରିବାରକୁ ଗୋପାଳପୁର ଆଣିବାରେ ମଧ୍ୟ ସକ୍ଷମ ହୋଇଥିଲେ। ବନ୍ଦର ପୁନଃ ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁମତି ପାଇବାରେ ସଫଳ ହୋଇଥିଲେ। ତେବେ ଗୋପାଳପୁର ସହରର ବେଳାଭୂମିରେ ନୂଆ ବନ୍ଦର ନିର୍ମାଣ ପରିବର୍ତ୍ତେ ଅନ୍ୟ ସ୍ଥାନରେ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀକୁ ଚିହ୍ନଟ କରାଗଲା। ରାଜ୍ୟ ସରକାରଙ୍କ ବ୍ୟୟରେ ଆର୍ଯ୍ୟପଲ୍ଲୀଠାରେ କ୍ଷୁଦ୍ର ବନ୍ଦର ନିର୍ମାଣ କାର୍ଯ୍ୟ ଜନତା ପାର୍ଟି ସରକାର ସମୟରେ ଆରମ୍ଭ କରାଯାଇଥିଲା। ୮୦ ଦଶକରେ ରାଜ୍ୟରେ କଂଗ୍ରେସ ଶାସନ ହେଲା। ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାର ବେଳେ ସାମୟିକ କ୍ଷୁଦ୍ର ବନ୍ଦର ନିର୍ମାଣ ସରିଲା। ବନ୍ଦର ନିର୍ମାଣର ମୁଖ୍ୟ ଭାବେ ସେତେବେଳେ ଇଂ. ଦୁର୍ଗା ପ୍ରସାଦ ପତି ଥିଲେ। ଉଦ୍‌ଘାଟନ ବେଳକୁ ସୋରଡ଼ା ବିଧାୟକ ସ୍ବର୍ଗତ ଶରତ ପଣ୍ଡା ବାଣିଜ୍ୟ ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଦ୍ୱାରା ବନ୍ଦର ଉଦ୍‌ଘାଟିତ ହୋଇଥିଲା। ରାଜ୍ୟ ରାଜକୋଷରୁ ୧୪୦ କୋଟି ଟଙ୍କା ବ୍ୟୟ ହୋଇଥିଲା। ଦେଶ ବିଦେଶରୁ ମାଲ ପରିବହନ ଓ ରପ୍ତାନି ସହ ନୌବାଣିଜ୍ୟ କାରବାର ଚାଲିଥିଲା।
୧୯୯୯ ମହାବାତ୍ୟାରେ ବନ୍ଦର ଧ୍ୱଂସ ହୋଇଗଲା ଓ ମୂଲ୍ୟବାନ୍‌ ସାମଗ୍ରୀ ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ୨୦୦୬ ପର୍ଯ୍ୟନ୍ତ ବନ୍ଦର ଅଚଳ ହୋଇଯିବାରୁ ନୌବାଣିଜ୍ୟ କାରବାର ବନ୍ଦ ରହିଥିଲା। ବିଜେଡି ଶାସନରେ ୨୦୦୬ରେ ବନ୍ଦରକୁ ଘରୋଇକରଣ ସହ ସବୁଦିନିଆ କରାଯିବା ନେଇ ଘରୋଇ ମାଲିକଙ୍କ ସହ ସରକାରଙ୍କ ଚୁକ୍ତିନାମା ହେଲା। ଘରୋଇକରଣର ୧୬ ବର୍ଷ ବିତିଛି ଏବଂ ଇତିମଧ୍ୟରେ ସବୁଦିନିଆ ବନ୍ଦର ହୋଇଥିବା କୁହାଯାଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଅବସରରେ ମନେପଡୁଛିି ଗୋପାଳପୁର ବନ୍ଦରର ପ୍ରାଚୀନ ଇତିହାସ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅଙ୍ଗନଓ୍ବାଡି କର୍ମୀ ଗିରଫ

ସୋନପୁର/ତରଭା,୧୯।୨(ନି.ପ୍ର./ଡି.ଏନ.ଏ) – ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ ମଙ୍ଗଳବାର ତରଭା ବ୍ଲକର ୪ ପଞ୍ଚାୟତ ଗସ୍ତ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟାରେ ହଠାତ୍‌ ଜରାଜରିଙ୍ଗ ପଞ୍ଚାୟତର...

ଶିକ୍ଷା ଅଧିକାରୀଙ୍କ କାରକୁ ପିଟିଲା ଟ୍ରେଲର

ବୈଶିଙ୍ଗା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥର ଗଡ଼ଗଡ଼ିଆଠାରେ ସୋମବାର ଏକ ଟ୍ରେଲର ଧକ୍କାରେ ଶିକ୍ଷା ବିଭାଗର ୩ ଅଧିକାରୀ ଗୁରୁତର...

ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ): କେନ୍ଦୁଝର ପୌରପାଳିକା ଅଧୀନରେ କୋଭିଡ-୧୯ର ମୁକାବିଲା କରୁଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆରମ୍ଭ ହୋଇଛି। ପୌରପାଳିକାର ନିର୍ବାହୀ ଅଧିକାରୀ...

ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର

ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍‌ଶୀଘ୍ର ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ମାମଲା: ୫ ଅଭିଯୁକ୍ତ ଗିରଫ

ପାଟପୁର,୩୦।୫-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବତାଗଡ ଗ୍ରାମର ଜଣେ ମହିଳାଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେ ହେଲେ ଉକ୍ତ ଗ୍ରାମର ରାଧା ଗୌଡ଼ (୨୪)।...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବଇଣ୍ଡା, ୨୦ା୯(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ପାଗବନ୍ଧା ନିକଟରେ ଶୁକ୍ରବାର ସକାଳେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା କଡ଼ାକଡ଼ି

ଆନନ୍ଦପୁର,୩୧। ୧(ସ୍ବ.ପ୍ର.)- ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜିଲାଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।...

କ୍ୱାରାଣ୍ଟାଇନ କେନ୍ଦ୍ରରେ ରଜ ପାଳିଲେ ୪୮ ପ୍ରବାସୀ

ବଅଁରପାଳ,୧୪।୬(ଡି.ଏନ.ଏ.)-ବଅଁରପାଳସ୍ଥିତ ପିବିକେ ହାଇସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରବିବାର ୪୮ ଜଣ ପ୍ରବାସୀ ରଜ ଉତ୍ସବ ପାଳନ କରିଛନ୍ତି। ମୁଖ୍ୟଅତିଥି ଭାବେ ବଅଁରପାଳ ବିଡିଓ ଏଲିଜା...

Advertisement
Archives

Model This Week