ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର ସ୍ପଷ୍ଟ ହୋଇଥିଲେ ବି ଭାଜପା ଓ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡିନି। ତଥାପି ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ। ଗତ ୩ଟି ନିର୍ବାଚନରେ ଭାଜପା ଟିକେଟରେ ଲଢ଼ୁଥିବା ବିଭୂତି ଭୂଷଣ ଜେନା ଚଳିତଥର ବି ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତାଙ୍କୁ ଟିକେଟ ମିଳିବ ବୋଲି ଦଳ ପକ୍ଷରୁ ଶୁଣାଯାଉଛି। କଂଗ୍ରେସର ଟିକେଟ ଲବିରେ ଅନେକ ଆଶାୟୀ ଥିବାବେଳେ କିଏ ପ୍ରାର୍ଥୀ ହେବେ ସେ ସମ୍ପର୍କରେ କୌଣସି ସୁରାକ ମିଳୁନି। କଂଗ୍ରେସର ସାଂଗଠନିକ ସ୍ଥିତି ସେଭଳି ନ ଥିବା ବେଳେ ବିଜେଡି ଓ ଭାଜପାକୁ ନେଇ ଚର୍ଚ୍ଚା ଜୋର ଧରିଛି।
୨୦୦୯ରୁ ଲଗାତର ଏହି ଆସନରୁ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ବିଧାୟକ ନିର୍ବାଚିତ ହୋଇ ଆସୁଥିଲେ। ୨୦୦୯ ନିର୍ବାଚନରେ କଂଗ୍ରେସର ତ୍ରିନାଥ ବେହେରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଅନୁଜ କୁମାର ନାୟକ ତୃତୀୟ ଓ ଭାଜପାର ବିଭୂତି ଭୂଷଣ ଜେନା ଚତୁର୍ଥ ସ୍ଥାନରେ ଥିଲେ। ୨୦୧୪ ନିର୍ବାଚନରେ ବିଜେଡି ସହିତ ଲଢ଼ି ବିଭୂତି ଦ୍ୱିତୀୟ ସ୍ଥାନକୁ ଉଠିଥିଲେ। ୨୦୧୯ ନିର୍ବାଚନରେ ସେ କମ ଭୋଟରେ ବିଜେଡିଠାରୁ ହାରିଯାଇଥିଲେ। ଫଳରେ ତାଙ୍କର ପ୍ରଭାବ ପଦାକୁ ଆସିଥିଲା। ଉକ୍ତ ବିଧାନସଭା କ୍ଷେତ୍ରର ଗୋଳନ୍ଥରାରେ ଗତ ଗୁରୁବାର ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ସଭାରେ ବିଧାୟକ ପ୍ରାର୍ଥୀ ଭାବେ ବିଭୂତି ଆଶାୟୀ ଥିବା ଶୁଣାଯାଇଥିଲା। ପୂର୍ବରୁ ଉକ୍ତ ନିର୍ବାଚନ ମଣ୍ଡଳୀରୁ ଲଗାତର ଜିତୁଥିବା ପ୍ରଦୀପ ଏବେ ଭାଜପାର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ। ଗତ ନିର୍ବାଚନର ଏହି ଦୁଇ ବିରୋଧୀ ଏକାଠି ହୋଇଥିବାରୁ ଚଳିତ ନିର୍ବାଚନୀ ହାୱା ଭିନ୍ନ ଆଡକୁ ମୁହାଁଇବା ସୂଚନା ମିଳୁଛି। କେନ୍ଦ୍ରରେ ମୋଦୀ ସରକାର ଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ମୋଦୀ ହାୱା ବି ଉଣା ଅଧିକେ ଚାଲିଛି। ଭାଜପା ଏହାକୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ଏଥିରେ ସନ୍ଦେହ ନାହିଁ। ଏଭଳି ସ୍ଥିତିରେ ବିକ୍ରମଙ୍କୁ ପ୍ରଥମେ ଗୋପାଳପୁର ବିଜେଡି ସଂଗଠନ ସମ୍ଭାଳିବା ଦାୟିତ୍ୱ ମିଳିଥିଲା। ଭାଜପାକୁ ସେ ହିଁ ଟକ୍କର ଦେଇପାରିବେ ବୋଲି ଭରସା କରି ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ ଟିକେଟ ଦେଇଛି। ଗୋପାଳପୁରରେ ସେ ନୂଆ ମୁହଁ। ତାଙ୍କୁ ଲୋକେ କେତେ ସମର୍ଥନ କରିବେ ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରିପାରୁନାହାନ୍ତି। ବିକ୍ରମ ଜଣେ ଯୁବ ପ୍ରାର୍ଥୀ ହୋଇଥିବାବେଳେ ବ୍ରହ୍ମପୁରରେ ତାଙ୍କ ସମୟରେ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ସାଂଗଠନିକ ଦାୟିତ୍ୱ ମିଳିବା ଦିନଠାରୁ ବିକ୍ରମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକ ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି। ଲୋକ ସମର୍ଥନ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ଥିବାରୁ ତାକୁ ନେଇ ନିର୍ବାଚନୀ ବୈତରଣୀ ପାର କରିବାକୁ ସେ ଆଶା ରଖିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନ୍ୟପଟେ କଂଗ୍ରେସ ଏଥର ବି ନୂଆ ମୁହଁ ଦେବ ବୋଲି ଆଲୋଚନା ହେଉଛି। ତେବେ ଦଳ କିଭଳି ଭାଜପା ଓ ବିଜେଡିକୁ ସମ୍ମୁଖୀନ ହେବ ତାକୁ ନେଇ ଭୋଟରଙ୍କ ମଧ୍ୟରେ ଭିନ୍ନ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri