ଗୁଗଲରେ ଟ୍ରାନ୍ସଲେଟ କରୁଥିବା ଲୋକଙ୍କୁ ବଡ ଝଟ୍‌କା, ବନ୍ଦ ହେଲା ସର୍ଭିସ!

ବେଜିଂ,୪ ।୧୦: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର ଟ୍ରାନ୍ସଲେଶନ ସର୍ଭିସକୁ ବନ୍ଦ କରି ଦେଇଛି । ତେବେ ଏହା ମେନଲାଣ୍ଡ ଚାଇନାରେ କରାଯାଇଛି ବୋଲି ସୂଚନା ମିଳିଛି । ଫଳରେ ଚାଇନାକୁ ବଡ ଝଟ୍‌କା ଲାଗିଛି । ଏହା ପୂର୍ବରୁ ଗୁଗଲ ତା’ର ପ୍ରଡକ୍ଟସର ମ୍ୟାନୁଫ୍ରାକ୍‌ଚରିଂ ଚାଇନାରୁ ଅଲଗା ଦେଶକୁ ସିଫ୍ଟ କରିଥିଲା । ଏହାପରେ ଏବେ ଗୁଗଲ ଟ୍ରାନ୍ସଲେଟ ସର୍ଭିସକୁ ବନ୍ଦକରି ଦେଇଛି । ସୂଚନାଯୋଗ୍ୟ, ଚାଇନା ଅଧିକାଂଶ ଦେଶର ସୋସିଆଲ ମିଡିଆ କମ୍ପାନୀ ଦ୍ୱାରା ଉପଲବ୍ଧ କରାଯାଉଥିବା ଅଧିକାଂଶ ସେବା ଉପରେ ପ୍ରତିବନ୍ଧକ ଲଗାଇ ରଖିଛି । ଗୁଗଲ ଟ୍ରାନ୍ସଲେଟ ଚାଇନାରେ ଗୁଗଲ ଦ୍ୱାରା ଉପଲବ୍ଧ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ ଗୋଟିଏ ଥିଲା ଯାହାକୁ ଏବେ ବନ୍ଦ କରି ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଚାଇନା ଆମେରିକା ଟେକ କମ୍ପାନୀ ଟ୍ରାନ୍ସଲେଟ ସର୍ଭିସର କମ ବ୍ୟବହାର ଯୋଗୁ ବନ୍ଦ କରି ଦେଇଛି । ଚାଇନାରେ ଟ୍ରାନ୍ସଲେସନ ୱେବସାଇଟ ଖୋଲିବାକୁ ନେଇ ଏବେ ଏକ ସାମାନ୍ୟ ‘ସର୍ଚ ବାର’ ଓ ‘ଲିଙ୍କ’ ନଜର ଆସିଛି । ଏହାକୁ କ୍ଲିକ କରିବା ପରେ ଏହା ହଂଗକଂଗରେ ଉପଲବ୍ଧ କମ୍ପାନୀର ୱେବପେଜକୁ ନେଇ ଯାଉଛି ଏହି ୱେବ ପେଜ ଚାଇନା ସହ ପ୍ରତିବନ୍ଧିତ ରହିଛି ।
ଚାଇନାର ଅନେକ ଉପଭୋକ୍ତା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଶନିବାର ‘ଗୁଗଲ ଟ୍ରାନ୍ସଲେଟ’ ସେବା ବ୍ୟବହାର ନ କରିପାରିବାର ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଗୁଗଲର କ୍ରୋମ ବ୍ରାଉଜରରେ ଉପଲବ୍ଧ ଅନୁବାଦ ଫିଚର ବି ଏବେ ଚାଇନାରେ କାମ କରୁନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଭୀତ କରାଇବା-ନିଜର ଆନନ୍ଦ ପାଇଁ ପୁଟିନ କରୁଛନ୍ତି ଆକ୍ରମଣ: ଜେଲେନସ୍କି…

କିଭ୍‌,୨୫।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୦ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଶନିବାର...

କରୋନା ସଂକ୍ରମିତଙ୍କୁ ବଞ୍ଚାଇବାରେ ଅସଫଳ ହେଲା ରେମଡେସିଭିର!

ଜେନେଭା,୧୬ ।୧୦: ଆମେରିକା କମ୍ପାନୀ ଗିଲିଏଡର ରେମଡେସିଭିର ଔଷଧ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାରେ ଅସଫଳ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ନିକଟରେ ଏକ...

ବରଫରେ ପୋତିହେଲା ପଶ୍ଚିମ ନ୍ୟୁୟର୍କ

ନ୍ୟୁୟର୍କ,୨୦।୧୧: ଆମେରିକାର ପଶ୍ଚିମ ନ୍ୟୁୟର୍କରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ଅଞ୍ଚଳର କେତେକ ସ୍ଥାନରେ ୬ଫୁଟ୍‌ ବରଫ ପୋତି ହୋଇରହିଛି। ଏନେଇ ଅଞ୍ଚଳରେ ଯାନବାହାନ...

ତୁର୍କୀ ଆବଶ୍ୟକ କରୁଛି ନୂଆ ସମ୍ବିଧାନ: ରାଷ୍ଟ୍ରପତି…

ଆଙ୍କରା,୩୧।୧୦ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏକ ନୂତନ ସମ୍ବିଧାନର ପ୍ରତିଶ୍ରୁତି ଦେଇଛନ୍ତି। ଆଙ୍କରାରେ ନିଜ ଭାଷଣରେ ନାଗରିକଙ୍କ ଅଧିକାର ଏବଂ ସ୍ବାଧୀନତାକୁ...

ରାସ୍ତାରେ ବୋଟ୍‌, ସମୁଦ୍ରରେ କାର୍‌

ଫର୍ଟ ମ୍ୟେର୍ସ ବିଚ୍‌/ଚାର୍ଲେଷ୍ଟନ୍‌,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍‌ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍‌ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ...

କମାଣ୍ଡର ପରିବର୍ତ୍ତନ କଲେ ପୁଟିନ୍‌…

ମସ୍କୋ, ୧୦।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧର ନେତୃତ୍ୱ ନେବା ପାଇଁ ଜଣେ ନୂତନ ସେନା ଜେନେରାଲ ନିଯୁକ୍ତ କରିଛନ୍ତି। ରୁଷିଆର...

ଜୁମ୍‌ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ ଛୁଟିରେ ଗଲେ ସିଇଓ

ନ୍ୟୁୟର୍କ,୧୨।୧୨: ଆମେରିକାର ବେଟର୍‌ ଡଟ କମର ସିଇଓ ବିଶାଲ ଗର୍ଗ ଛୁଟିରେ ଯାଇଛନ୍ତି। ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ବିଶାଲ...

ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍‌ ପ୍ରଦାନକାରୀ କମ୍ପାନୀ…

ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ...

Advertisement
Archives

Model This Week