Posted inଫୁରସତ

ଗୁଗ୍‌ଲ ମ୍ୟାପ୍‌ ଖୋଲିଦେଲା ସ୍ତ୍ରୀଙ୍କ ଅସଲ ମୁଖା, ଛାଡ଼ପତ୍ର ଦେଇଦେଲେ ସ୍ବାମୀ

ବର୍ତ୍ତମାନ ଟେକ୍ନୋଲୋଜିର ଯୁଗ। ଲୋକମାନେ ଏହିପରି ଅନେକ ଟେକ୍ନୋଲୋଜି ସୃଷ୍ଟି କରିଛନ୍ତି, ଯେଉଁଥିପାଇଁ ସେମାନଙ୍କ ଜୀବନ ସହଜ ହୋଇଯାଇଛି। ପୂର୍ବରୁ ଯଦି କାହାକୁ କୌଣସି ସ୍ଥାନକୁ ଯିବାକୁ ପଡୁଥିଲା ଠିକଣା ବୁଝିବାକୁ ଏବଂ ବୁଝାଇବାକୁ ନାକେଦମ୍‌ ହେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହା ବହୁତ ସହଜ ହୋଇଯାଇଛି। ଆପଣ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣିପାରିବେ। ପ୍ରଦତ୍ତ ମାର୍ଗ ଅନୁସରଣ କରି ଆପଣ ଯେଉଁ ଠିକଣାକୁ ଯିବାକୁ ଚାହୁଁଛନ୍ତି ସେହି ଠିକଣାରେ ଆପଣ ସହଜରେ ପହଞ୍ଚି ପାରିବେ। ଏହା କେବଳ ଗୁଗ୍‌ଲ ମ୍ୟାପ ଯୋଗୁ ସମ୍ଭବ ହୋଇପାରୁଛି।

ତେବେ ଏହି ଗୁଗ୍‌ଲ ମ୍ୟାପ୍‌ ମାନବ ଜୀବନ ଉପରେ ଏକ ବଡ଼ ପ୍ରଭାବ ପକାଇଛି। ଯଦି ତୁମର କୌଣସି ସୂଚନା ଦରକାର, ଗୁଗ୍‌ଲ ତୁରନ୍ତ ସମସ୍ତ ସୂଚନା ଦେବ। ସଠିକ୍‌ ସୂଚନା ପାଇଁ ଗୁଗ୍‌ଲ ଅନେକ ପ୍ରକାରର ଫିଲ୍ଟର୍‌ ସଂସ୍ଥାପନ କରିଛି, ଯାହା ମାଧ୍ୟମରେ ମିଥ୍ୟା ଖବର ଫିଲ୍ଟର୍‌ ହୋଇପାରିବ। ଗୁଗ୍‌ଲ ମ୍ୟାପ୍ସର କାମ ହେଉଛି ଦୁନିଆର ଯେକୌଣସି ସ୍ଥାନକୁ ଲୋକଙ୍କୁ ମାର୍ଗ ଜଣାଇବା।  କିନ୍ତୁ ଏହି ଗୁଗ୍‌ଲ ମ୍ୟାପ୍‌ ଯୋଗୁ ଏକ ଦମ୍ପତିଙ୍କ ସଂସାର ଭାଙ୍ଗିଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଗୁଗ୍‌ଲ ମ୍ୟାପ୍‌ ଯୋଗୁ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। କାରଣ ମହିଳା ଜଣଙ୍କର ଦୀର୍ଘଦିନ ଧରି ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ସ୍ବାମୀ ଏହା ଜାଣି ନ ଥିଲେ। ଦିନେ ମହିଳାଙ୍କ ସ୍ବାମୀ କୌଣସି ସ୍ଥାନକୁ ଯିବାକୁ ମ୍ୟାପ୍‌ରେ ରାସ୍ତା ଦେଖୁଥିଲେ। ତା’ପରେ ସେ ଦେଖିଲେ, ରାସ୍ତାରେ ଜଣେ ମହିଳା, ଯିଏକି ତାଙ୍କ ସ୍ତ୍ରୀଙ୍କ ପରି ସମାନ ଡ୍ରେସ୍‌ ପିନ୍ଧିଥିଲେ, ସେ ଜଣେ ପୁରୁଷଙ୍କୁ କୋଳରେ ଶୁଆଇଥିଲେ। ଯେତେବେଳେ ସେ ଏହାକୁ ଜୁମ କଲେ, ଜାଣିଲେ ଏହି ମହିଳା ଆଉ କେହି ନୁହନ୍ତି,ସେ ତାଙ୍କ ସ୍ତ୍ରୀ। ଏହି ଫଟୋଟି ଗୁଗ୍‌ଲ କ୍ୟାମେରା କାର୍‌ ଦ୍ୱାରା କଏଦ ହୋଇଛି।

ଏହି ଫଟୋ ଆଧାରରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିଲେ। ଯେତେବେଳେ ସ୍ବାମୀ ତାଙ୍କୁ ଫଟୋ ଦେଖାଇଲେ, ସ୍ତ୍ରୀ ସ୍ବୀକାର କରିଥିଲେ ଯେ, ଏହା ତାଙ୍କ ଫଟୋ। ସେ ତାଙ୍କ ସ୍ବାମୀଙ୍କୁ କହିଥିଲେ, ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ରହିଛି। ଏହା ଜାଣିବା ପରେ ପୁରୁଷ ଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ। ଏହି ଘଟଣାର ଫଟୋ ନିକଟରେ ସୋସିଆଲ ମିଡିଆ ସାଇଟ୍‌ ଫେସବୁକରେ ଶେୟାର କରାଯାଇଥିଲା। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ହଜାର ହଜାର ଲୋକ ଦେଖିସାରିଲେଣି। ଲୋକମାନେ କମେଣ୍ଟରେ ଲେଖିଛନ୍ତି, ଜଣଙ୍କୁ ଠକିବା ଏତେ ସହଜ ନୁହେଁ। ଯେତେ ଚେଷ୍ଟା କଲେ ମଧ୍ୟ ପ୍ରତାରଣାକୁ ଅଧିକ ସମୟ ଲୁଚାଇ ପାରିବେ ନାହିଁ। ଦିନେ ନା ଦିନେ ଧରାପଡ଼ିବ। ଯାହା ଆଜି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri