ପାକିସ୍ତାନକୁ ଧମକ ଦେଲେ ଗୁଗୁଲ, ଫେସବୁକ୍‌, ଟୁଇଟର

ଇସ୍‌ଲାମାବାଦ,୨୨ ।୧୧: ପାକିସ୍ତାନରେ ଡିଜିଟାଲ ମିଡିଆକୁ ନେଇ ହୋଇଥିବା ନୂଆ ନିୟମ ଯୋଗୁ ଏବେ ଉଠିଛି ବିବାଦ । ଏହାକୁ ନେଇ ଗୁଗୁଲ ,ଫେସବୁକ୍‌, ଟୁଇଟର ଭଳି ବଡ ଟେକ୍ କମ୍ପାନୀ ଦେଶ ଛାଡିବାକୁ ଧମକ ଦେଇଛନ୍ତି । ନୂଆ ନିୟମ ଅନୁଯାୟୀ, ଇମ୍ରାନ ସରକାର ମିଡିଆ ରେଗୁଲେଟରକୁ କଣ୍ଟେଣ୍ଟକୁ ନେଇ ସେନସରଶିପକୁ ଅଧିକ ଅଧିକାର ଦେଇ ଦେଇଛନ୍ତି । ଏବେ କମ୍ପାନୀ ଏହି ଆଇନକୁ ବିରୋଧ କରୁଛନ୍ତି । ଗୁଗୁଲ ଫେସେବୁକ ଓ ଟୁଇଟରର ପ୍ରତିନିଧିତ୍ୱ କରୁଥିବା ସଙ୍ଗଠନ ଏସିଆ ଇଣ୍ଟରନେଟ୍ କୋଲିଜନ(ଏଆଇସି) ଗୁରୁବାର ଡନକୁ ଦେଇଥିବା ଏକ ବୟାନ ଅନୁଯାୟୀ, ଇଣ୍ଟରନେଟ କମ୍ପାନୀକୁ ସୂଚିତ କରୁଥିବା ନୂଆ ନିୟମ ଓ ସରକାରଙ୍କ ଅପାରଦର୍ଶୀ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିଛି ଯାହାକୁ ନେଇ ଏହି ନିୟମ ଲାଗୁ କରାଯାଇଛି । ସୂଚନାଯୋଗ୍ୟ, ଇଲୋକ୍ଟ୍ରନିକ ଅପରାଧ ନିବାରଣ ଆଇନ ୨୦୧୬ ଅନ୍ତର୍ଗତ ନୂଆ ନିୟମ ରିମୁଭାଲ ଆଣ୍ଡ ବ୍ଲକିଂ ଅଫ୍ ଅନଲଫୁଲ ଅନ୍ ଲାଇନ୍ କଣ୍ଟେଣ୍ଟ୨୦୨୦ ଜାରି କରିଛନ୍ତି । ନୂଆ ନିୟମ ଆଧାରରେ ସୋସିଆଲ ମିଡିଆ କମ୍ପାନୀକୁ ଡାଟା ବା ତଥ୍ୟ ଯାଞ୍ଚ ଏଜେନ୍ସିକୁ ଦେବାକୁ ପଡିପାରେ । ଏଥିରେ ସବ୍‌ସ୍କ୍ରାଇବରର ସୂଚନା, ଟ୍ରାଫିକ ଡେଟା ଓ ୟୁଜର ଡେଟା ଭଳି ସମ୍ବେଦନଶୀଳ ତଥ୍ୟ ବି ସାମିଲ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନରେ ଯାନ୍ତ୍ରିକ ତ୍ରୁଟି

ଲଣ୍ଡନ,୩୦ା୮: ବ୍ରିଟେନ୍‌ର ସର୍ବବୃହତ୍‌ ଯୁଦ୍ଧବିମାନ ‘ଏଚ୍‌ଏମ୍‌ଏସ୍‌ ପ୍ରିନ୍ସ ଅଫ୍‌ ଓ୍ବେଲ୍ସ’ ଆମେରିକା ଯିବା ପାଇଁ ପୋର୍ଟସ୍‌ମାଉଥ୍‌ ନୌସେନା ଘାଟିରୁ ବାହାରିବା ପରେ ଇଂଲଣ୍ଡର ଦକ୍ଷିଣ ଉପକୂଳରେ...

ପୃଥିବୀର ଜଳ ପରୀକ୍ଷା ପାଇଁ ଉପଗ୍ରହ ପଠାଇଲା ନାସା

ଓ୍ବାଶିଂଟନ,୧୭ା୧୨: ନାସା ପୃଥିବୀର ହ୍ରଦ, ନଦୀ, ଜଳଭଣ୍ଡାର ଏବଂ ମହାସାଗରର ଜଳ ପରୀକ୍ଷା  ପାଇଁ ଏକ ଉପଗ୍ରହ ଉତ୍‌କ୍ଷେପଣ କରିଛି। କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ ଫୋର୍ସ...

ଅପରେଶନ କାବେରୀ: ସୁଦାନରୁ ବାହାରିଲା ଭାରତୀୟଙ୍କ ୧୦ମ ବ୍ୟାଚ

ଖାର୍ତୁମ/ନୂଆଦିଲ୍ଲୀ,୨୮।୪: ଅପରେଶନ କାବେରୀ ଜରିଆରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରୁ ଭାରତୀୟଙ୍କ ୧୦ମ ବ୍ୟାଚ ବାହାରି ସୁଦାନରୁ ସୌଦି...

ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ...

କିମ୍‌ଙ୍କ କ୍ରୁରତା ମାନବିକତା ଲଂଘିଲା: ଜେନେରାଲଙ୍କୁ ପିରାନ୍ନା ମାଛ ଟ୍ୟାଙ୍କ୍‌ରେ ପିଙ୍ଗିଲେ

ପୋୟଙ୍ଗ୍‌ୟାଙ୍ଗ୍‌,୧୨।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ କ୍ରୁରତା ମାନବିକତା ଲଂଘିଛି। ସେ ତାଙ୍କ ଜେନେରାଲଙ୍କୁ ମଣିଷକୁ ମାରି ଖାଉଥିବା ପିରାନ୍ନା ମାଛ...

ତାଇଓ୍ବାନକୁ ନେଇ ଚାଇନା-ଆମେରିକା ମୁହାଁମୁହିଁ, ଚାଇନା ଜାହାଜ ବୁଡ଼ାଇବାକୁ ଯୋଜନା…

ବେଜିଂ/ଓ୍ବାଶିଂଟନ,୧୨।୩ : ଆମେରିକାର ଜଣେ ବରିଷ୍ଠ ଜେନେରାଲ ପରାମର୍ଶ ଦେଇଛନ୍ତି ଯେ ଚାଇନା ତାଇୱାନକୁ ଘେରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଆମକୁ ଚାଇନାର ଜାହାଜକୁ...

ନିଜର ବିଜ୍ଞାପନ ପାଇଁ ଫଶିଗଲା ପାକିସ୍ତାନୀ ଏୟାରଲାଇନ୍ସ: ଟୁଇଟରରେ ୟୁଜର୍ସଙ୍କ ବିରୋଧ

ଇସଲମାବାଦ,୨।୫: କିଛି ଦିନରୁ ପାକିସ୍ତାନ ଚାରିଆଡୁ ସମସ୍ୟାରେ ପଡ଼ିଥିବା ବେଳେ ଏବେ ତାର ଏୟାରଲାଇନ୍ସ ବିବାଦ ଘେରକୁ ଚାଲିଆସିଛି। ସୂଚନାଯୋଗ୍ୟ, ପାକିସ୍ତାନୀ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ...

ପ୍ରୀତି ସୁଦନ ଡବ୍ଲୁଏଚ୍‌ଓର ସ୍ବତନ୍ତ୍ର ଦଳରେ ସାମିଲ

ଜେନେଭା/ନୂଆଦିଲ୍ଲୀ, ୬।୯: ପୂର୍ବତନ ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ସ୍ବତନ୍ତ୍ର ଦଳରେ ସାମିଲ ହୋଇଛନ୍ତି। କରୋନା ମହାମାରୀର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା...

Advertisement
Archives

Model This Week