‘ଉତ୍ତମ ମାନର ଉତ୍ପାଦନ ସବୁଠାରୁ ବଡ଼ ଆବଶ୍ୟକତା’

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରପ୍ତାନି ପାଇଁ ଉତ୍ତମ ମାନର ଉତ୍ପାଦନ ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ରାଜ୍ୟ ରପ୍ତାନି ପୁରସ୍କାର ଉତ୍ସବ(ଷ୍ଟେଟ୍‌ ଏକ୍ସପୋର୍ଟ ଆଓ୍ବାର୍ଡ ସେରିମନି)-୨୦୨୧କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱସ୍ତରୀୟ ଉତ୍ପାଦନ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ରାଜ୍ୟ ସରକାର ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ, ୫-ଟି ଅଭିନବ କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ସହଯୋଗ ଜରିଆରେ ରପ୍ତାନି କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ନୀତି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ୍ସପୋର୍ଟ ପ୍ରିପ୍ୟାର୍ଡନେସ ଇଣ୍ଡେକ୍ସ(ଇପିଆଇ)ରେ ଉତ୍ତମ ପ୍ରଦର୍ଶନ କରୁଥିବା ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ରପ୍ତାନି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲାଗି ଉଦ୍ୟମ ଜାରି ରହିଛି। ରାଜ୍ୟର ଆର୍ଥିକ ବିକାଶରେ ରପ୍ତାନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାର ସାତଦରିଆ ପାର ବ୍ୟାପାର ଓ ବାଣିଜ୍ୟର ଏକ ଗୌରବମୟ ଇତିହାସ ବହନ କରୁଛି। ଏହା ଆମର ବାଣିଜି୍ୟକ ରପ୍ତାନିକୁ ପ୍ରୋତ୍ସାହନ ଯୋଗାଇ ଆସୁଛି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ଗତବର୍ଷ ଏହି ସମୟ ତୁଳନାରେ ୫୫ ପ୍ରତିଶତ ରପ୍ତାନି ଅଭିବୃଦ୍ଧି ହୋଇଛି। କଡ଼ା ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟର ରପ୍ତାନିକାରୀମାନେ ରପ୍ତାନି କ୍ଷେତ୍ରରେ ବିରଳ କୃତିତ୍ୱ ହାସଲ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ରପ୍ତାନି କରିବା ପାଇଁ ପ୍ରତ୍ୟେକ ଜିଲାରେ ଜିଲାସ୍ତରୀୟ ରପ୍ତାନି କମିଟି ଗଠନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି ଜିଲାର ମହିଳା ସ୍ବୟଂସେବକ ସଂସ୍ଥା ଦ୍ୱାରା ଉତ୍ପାଦନ କରାଯାଉଥିବା ଉତ୍ପାଦଗୁଡ଼ିକ ୟୁରୋପ ଓ ଆମେରିକା ବଜାରରେ ଉପଲବ୍ଧ ହେବାକୁ ଆଉ ବେଶି ସମୟ ବାକି ନାହିଁ। ମୁଖ୍ୟମନ୍ତ୍ରୀ ଏକ୍ସପୋର୍ଟ ଆଓ୍ବ୍‌ାର୍ଡ ପାଇଥିବା ସଂସ୍ଥାଗୁଡ଼ିକୁ ନବୀନ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ରପ୍ତାନି କ୍ଷେତ୍ରକୁ ଆହୁରି ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଦେଶରେ ପ୍ରାକୃତିକ ସମ୍ପଦ ପାଇଁ ଓଡ଼ିଶା ଏକ ବୃହତ୍‌ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବାର ସମସ୍ତ ଦକ୍ଷତା ଓଡ଼ିଶାର ରହିଛି।
୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ୨୬ ରପ୍ତାନିକାରୀ ସଂସ୍ଥା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଖାଦ୍ୟ ଉତ୍ପାଦନ କମିଶନର ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନ କରିଥିଲେ।
୨୦୧୭-୧୮ ଏବଂ ୨୦୧୮-୧୯ ପାଇଁ ଝାରସୁଗୁଡ଼ାରେ ଥିବା ବେଦାନ୍ତ ଲିମିଟେଡ୍‌, ଭୁବନେଶ୍ୱରସ୍ଥିତ ଟାଟା କନ୍‌ସଲଟାନ୍ସି, ନାଲ୍‌କୋ, ହିଣ୍ଡାଲ୍‌କୋ, ଫାଲକନ ମେରାଇନ, ଏମ୍‌ଏମ୍‌ ଟିିସି, ଇମାମି ପେପର ମିଲ୍ସ, ବାଲେଶ୍ୱର ଆଲଏଜ, କୋରସାକି ରିଫ୍ରାକ୍ଟୋରିଜ, ଇଣ୍ଡିଆନ ରେଆର ଆର୍ଥ, ଇନ୍‌ଫୋସିସ ଲିମିଟେଡ୍‌, ଆଇଏଫ୍‌ଜିଏଲ ରିଫ୍ରାକ୍ଟୋରିଜ, ଫେରୋ ଆଲଏଜ୍‌ କର୍ପୋରେଶନ ଲିମିଟେଡ୍‌କୁ ବୃହତ୍‌ ଶିଳ୍ପ ପର୍ଯ୍ୟାୟରେ ପୁରସ୍କୃତ କରାଯାଇଛି। ସେହିପରି ବାଲେଶ୍ୱରର ହରି ମେରାଇନ, ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ମଧ୍ୟମ ଶିଳ୍ପ ଉଦ୍ୟୋଗ ଭାବେ ପୁରସ୍କୃତ କରାଯାଇଛି। ସେହିପରି ଟେରା ବ୍ଲକ ମେଶିନେରି, ଜେ.ପି. ହ୍ୟାଣ୍ଡଲୁମ, ତ୍ରିମୂର୍ତ୍ତି ଆର୍ଟ ଆଣ୍ଡ କ୍ରାଫ୍ଟ, ଶିବାଲୟ ମଲ୍ଟିଫ୍ଲେକ୍ସ, ମାଗମା ଫୁଡସ୍‌, ଆର.ବି. ଅଗ୍ରଓ୍ବାଲ ଆଣ୍ଡ କମ୍ପାନୀ, ମାଗମା ଫୁଡସ ଲିମିଟେଡ, ଓଡ଼ିଶା ସଲ୍ୟୁଶନ, ଆବସିସ ଇନ୍‌ଫର୍ମେଶନ, ଜୟ ଭାରତ ସ୍ପାଇସେସ, ସାବତ ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ୍‌କୁ ଲଘୁ ଉଦ୍ୟୋଗ ଭାବେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri