Posted inଖେଳ

ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ଆଡିଲେଡ,୯।୧୧: ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି। ନଭେମ୍ବର ୨ ଆଡିଲେଡରେ ଅଭ୍ୟାସ ଅଧିବେଶନରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା। ସେ ସେମିଫାଇନାଲ ଖେଳିବା ସନ୍ଦେହ ଥିଲା। ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ବୁଧବାର ରୋହିତ କହିଛନ୍ତି, ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି। ସେ ଆହତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସେ ଭଲ ଅଛନ୍ତି। ନକଆଉଟ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିବା ଜରୁରୀ। ଆସନ୍ତାକାଲି ଫଳାଫଳ ପାଇବା ପାଇଁ ଆମକୁ ଭଲ ଖେଳିବାକୁ ପଡିବ। ଯଦି ଆପଣ ନକଆଉଟ ମ୍ୟାଚରେ ଭଲ କରନ୍ତି, ଏହା ଆତ୍ମବିଶ୍ୱାସ ଦେଇଥାଏ ବୋଲି ରୋହିତ କହିଛନ୍ତି।
ଏହି ସମୟରେ ରୋହିତ ସୂର୍ଯ୍ୟକୁମାର ଯାଦବଙ୍କୁ  ପ୍ରଶଂସା କରିଥିଲେ। ସୁର୍ଯ୍ୟକୁମାର ଯାଦବ ଦାୟିତ୍ୱକୁ ଭଲ ଭାବେ ଗ୍ରହଣ କରିଛନ୍ତି। ସେ ବହୁତ ପରିପକ୍ୱତା ଦେଖାଇଛନ୍ତି ଏବଂ ଏହା ତାଙ୍କ ସହିତ ବ୍ୟାଟିଂ କରୁଥିବା ଅନ୍ୟ ଖେଳାଳିଙ୍କୁ ପ୍ରଭାବିତ କରିଥାଏ। ସେ ଛୋଟ ପଡ଼ିଆରେ ନୁହେଁ ବଡ ପଡିଆରେ ଖେଳିବାକୁ ପସନ୍ଦ କରନ୍ତି। ସେହିପରି ଅକ୍ଷର ପଟେଲଙ୍କ ଫର୍ମ ଉପରେ ରୋହିତ କହିଛନ୍ତି, ମୁଁ ଅକ୍ଷର ବିଷୟରେ ଚିନ୍ତିତ ନୁହେଁ। ସେ ଅନେକ ଓଭର ବୋଲିଂ କରିନାହାଁନ୍ତି। ସିଡନୀକୁ ବାଦ ଦେଇ ଅନେକ ଗ୍ରାଉଣ୍ଡ ଦ୍ରୁତ ବୋଲରଙ୍କୁ ସାହାଯ୍ୟ କରିଛି। ଖେଳାଳିମାନଙ୍କର ଏକ ଖରାପ ଟୁର୍ନାମେଣ୍ଟ ହୋଇପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଭଲ ବୋଲିଂ କରୁନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri