Posted inଜାତୀୟ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୯।୧:ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଯାତ୍ରୀମାନଙ୍କୁ ଟିକେଟ ପାଇବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଅଫଲାଇନରେ ଟିକେଟ ବୁକ କରିବା ଆଉ ରେଳ ଷ୍ଟେନକୁ ଯିବାକୁ ମଧ୍ୟ ପଡିବ ନାହିଁ। ଏବେ ନିକଟତମ ଡାକଘର ପରିଦର୍ଶନ କରି ରେଳ ଟିକେଟ ବୁକ କରାଯାଇପାରିବ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ଡାକଘରୁ ଟ୍ରେନ ଟିକେଟ ବୁକ କରିବାର ସୁବିଧା ମଧ୍ୟ ଦେଇଛି। ରେଳ ଟିକେଟ ବୁକିଂ ପରିଚାଳନା କରୁଥିବା ଏକ କମ୍ପାନୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଦ୍ୱାରା ଏହି ବିଶେଷ ସୁବିଧା ପାଇଁ ପଦକ୍ଷେପ ନିଆଯାଇଛି। ଏହି ସୁବିଧା ରେଳବାଇର ଆଧୁନିକୀକରଣ ଯୋଜନାର ଏକ ଅଂଶ, ଯାହା ଅଧୀନରେ ଡାକ ବିଭାଗର ସହାୟତାରେ ଡାକଘରେ ଟ୍ରେନ ସଂରକ୍ଷଣ ସୁବିଧା ଆରମ୍ଭ ହେଉଛି ।
ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରୁ ବର୍ତ୍ତମାନ ଏହି ସୱତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି, ଯାହା ଅଧୀନରେ ପ୍ରାୟ ୯୧୪୭ ଡାକଘରେ ଟିକେଟ ବୁକିଂ ସୁବିଧା ଉପଲବ୍ଧ ହେବ। ଟିକେଟ ବୁକିଂରେ ଏହା ଲୋକଙ୍କୁ ଅନେକ ସୁବିଧା ଦେବ। ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ନୂତନ ପଦକ୍ଷେପ କିମ୍ବା ସୁବିଧା ଦ୍ୱାରା ଅଧିକ ଲାଭବାନ ହେବେ। ଦୁର୍ଗମ ସ୍ଥାନରେ ରହୁଥିବା ଲୋକମାନେ ମଧ୍ୟ ଟ୍ରେନରେ ସଂରକ୍ଷଣ କରିବାର ସୁବିଧା ପାଇବେ । ଯେକେହି ସେମାନଙ୍କ ନିକଟସ୍ଥ ଡାକଘରରୁ ସେମାନଙ୍କ ଟିକେଟ ସହଜରେ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ଆଇ-ବିଦେଶୀ ନାଗରିକଙ୍କ ପାଇଁ ତିରୁପତି ମନ୍ଦିରରେ ପ୍ରବେଶ କଟକଣା

ହାଇଦ୍ରାବାଦ୍‌,୧୧।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତିରୁମଲା ତିରୁପତି ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।...

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିମାନ

ଅମରାବତୀ,୩୦।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଯାଉଥିବା ଏକ ସ୍ବତନ୍ତ୍ର ବିମାନ ସୋମବାର ଗାନ୍ନାଭରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉଡାଣର କିଛି...

କୃଷକଙ୍କ ସପକ୍ଷରେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୫।୯: କୃଷି ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ମୁଜାଫାନଗରଠାରେ କୃଷକମାନେ ରବିବାର ପ୍ରତିବାଦ କରି ମହାପଞ୍ଚାୟତରେ ବସିଥିଲେ। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲା ସମ୍ୟୁକ୍ତ କିଷାନ...

ବିଧାନସଭା ଉପନିର୍ବାଚନ: ୩୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ନୂଆଦିଲ୍ଲୀ, ୨୯।୯:୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଜଳରେ ହେବାକୁ ଥିବା ବିଧାନସଭା ଉପର୍ନିବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା...

ଗାଜିପୁର ଲୋକ ସଭା ଉପନିର୍ବାଚନରେ ଓମ ପ୍ରକାଶ ରାଜଭରଙ୍କ ପୁଅଙ୍କୁ ଟିକେଟ ଦେଇପାରେ ଭାଜପା

ଗାଜିପୁର,୫।୭: ୨୦୨୪ ଲୋକ ସଭା ନିର୍ବାଚନରେ ଓମ ପ୍ରକାଶ ରାଜଭର ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ ଖବର ମଧ୍ୟରେ ଭାଜପା ରାଜଭରଙ୍କ ପୁଅ...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା ଘଟଣା: ମୋ ପିତାଙ୍କୁ କଂଗ୍ରେସ କାର୍ଯ୍ୟକର୍ତ୍ତା ମାରିଛନ୍ତି ବୋଲି ଅଭିଯୋଗ କଲେ ପୁଅ

ଲକ୍ଷ୍ନୌ, ୨୬।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ କଂଗ୍ରେସ ଗଡ କୁହାଯାଉଥିବା ଆମେଠି ଲୋକ ସଭା ଆସନ ଜିତିଥିବା ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କର...

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ...

Advertisement
Archives

Model This Week