ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଅଭିମନ୍ୟୁ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ପରିଡ଼ା, ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ଭିକାରୀ ଚରଣ ମିଶ୍ର, ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶ ପ୍ରମୁଖ ଅତିଥି ଯୋଗ ଦେଇ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ଚେତନାର ଆବଶ୍ୟକ ରହିଛି ବୋଲି କହିଥିଲେ। ସାହିତ୍ୟ ଦ୍ଵାରା ହିଁ ବ୍ୟକ୍ତି ମନରେ ଉତ୍ତମ ଚେତନା ଜାଗ୍ରତ ହୋଇଥାଏ । ଏହି ଅବସରରେ ୨୫ ଜଣ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଶିକ୍ଷକ ରାଜେନ୍ଦ୍ର କୁମାର ବିଷୋୟୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଚିନ୍ମୟ ପରିଡ଼ା ଏବଂ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼ ଅନ୍ତିମ ସଙ୍ଗୀତ ଗାନ କରିଥିଲେ । ଉକ୍ତ ସଙ୍ଗୀତ ଘୁମୁସରର କଳା ସଂସ୍କୃତିକୁ ପ୍ରତିପାଦିତ କରିଥିଲା।

ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶିଶିର କୁମାର ସ୍ବାଇଁ ଅତିଥି ପରିଚୟ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ। ଚିନ୍ମୟ, ଅଂଶୁମାନ, ମୁନେନ୍ଦ୍ର କୁମାର ପରିଡା, ଜଗଦୀଶ, ପ୍ରତାପ ଚନ୍ଦ୍ର ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri