ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିଲେ ସୁଦ୍ଧା ଆନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁ ଉଭୟ ଧାତୁର ମୂଲ୍ୟ ଅନେକ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସି ଆସିଛି।
ଏପ୍ରିଲ ଡେଲିଭରି ପାଇଁ ଗୋଲ୍ଡ ଫ୍ୟୁଚର୍ସ ୮,୮୧୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୪୪,୨୧୫ ଟଙ୍କାରେ ପହଞ୍ଚିଛି। ଫେବୃଆରୀ ଆରମ୍ଭ ପରଠାରୁ ଏହା ସବୁଠାରୁ ନିମ୍ନ ସ୍ତର। ଚଳିତ ମାର୍ଚ୍ଚ ମାସରେ ସୁନା ଦର ପ୍ରାୟ ୧୧% ହ୍ରାସ ପାଇଥିବା ବେଳେ ଏହି ବର୍ଷର ରିଟର୍ଣ୍ଣ ମାତ୍ର ୬.୬୦% କୁ ଖସି ଆସିଛି।
ରୁପା ଦରରେ ହ୍ରାସ ଆହୁରି ତୀବ୍ର ହୋଇଛି। ଏହାର ମୂଲ୍ୟ ୨୫,୫୦୦ ଟଙ୍କା କମି କିଲୋଗ୍ରାମ ପିଛା ୨,୨୨,୨୩୪ ଟଙ୍କାରେ ପହଞ୍ଚିଛି। ଗତ ଡିସେମ୍ବର ପରଠାରୁ ଏହା ରୁପାର ସର୍ବନିମ୍ନ ମୂଲ୍ୟ। କେବଳ ମାର୍ଚ୍ଚ ମାସରେ ରୁପା ଦର ୨୧% ହ୍ରାସ ପାଇ ସାରିଲାଣି।
ସାଧାରଣତଃ ଯୁଦ୍ଧ ବା ଉତ୍ତେଜନା ସମୟରେ ସୁନା-ରୁପା ନିରାପଦ ନିବେଶ ଭାବେ ଗଣାଯାଏ, କିନ୍ତୁ ଏଥର ପରିସ୍ଥିତି ଭିନ୍ନ ରହିଛି। ଆମେରିକାର ଫେଡେରାଲ ରିଜର୍ଭ (Fed) ସୁଧ ହାର କାଟ କରିବାକୁ ମନା କରିଦେଇଛନ୍ତି। ଜେରୋମ ପାୱେଲଙ୍କ ଅନୁସାରେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ସୁଧ ହାର କମିବ ନାହିଁ। ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ନିବେଶକମାନେ ଆମେରିକୀୟ ଡଲାର ପ୍ରତି ଆକର୍ଷିତ ହେଉଛନ୍ତି। ଡଲାର ମଜବୁତ ହେବା ଯୋଗୁ ସୁନା ଓ ରୁପା ଚାହିଦା କମିଛି। COMEX ବଜାରରେ ସୁନା ଆଉନ୍ସ ପିଛା $୩୦୪ ହ୍ରାସ ପାଇ $୪,୫୮୦ରେ ପହଞ୍ଚିଥିବା ବେଳେ ରୁପା ମଧ୍ୟ ଆଉନ୍ସ ପିଛା $୬୭.୨୩ କୁ ଖସି ଆସିଛି।
LKP Securitiesର ବିଶେଷଜ୍ଞଙ୍କ ଅନୁଯାୟୀ, ସୁନା ଦର ଏବେ ଦୁର୍ବଳ ସ୍ଥିତିରେ ରହିଛି। ବଜାରରେ ୧,୫୦,୦୦୦ ଟଙ୍କା ପାଖାପାଖି ପ୍ରତିରୋଧ (Resistance) ରହିଥିବା ବେଳେ ୧,୪୪,୦୦୦ ରୁ ୧,୪୨,୦୦୦ ଟଙ୍କା ମଧ୍ୟରେ ମଜବୁତ ସପୋର୍ଟ ଦେଖିବାକୁ ମିଳୁଛି। ଆଗାମୀ କିଛି ଦିନ ବଜାରରେ ଏଭଳି ଅସ୍ଥିରତା ଲାଗି ରହିପାରେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri