କ୍ରମାଗତ ହ୍ରାସ ପାଉଛି ସୁନା, ରୁପା ଦର

ଭୁବନେଶ୍ୱର,୩୧।୧: ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ ଦେଶରେ ସୁନା ଓ ରୁପା ଦର ହ୍ରାସ ପାଉଛି। ଏମ୍‌ସିଏକ୍ସରେ ସୁନା ଦର ଶନିବାର ୦.୩୩ % ହ୍ରାସ ଘଟି ୧୦ ଗ୍ରାମ ସୁନା ପିଛା ୪୮,୭୦୨ ଟଙ୍କା ଦେବାକୁ ପଡୁଛି। ସେହିଭଳି ରୁପା ଦର ମଧ୍ୟ ୧% ହ୍ରାସ ଘଟି କିଲୋ ପିଛା ୬୫,୮୬୬ ଟଙ୍କାରେ ରହିଛି। ଶୁକ୍ରବାର ସୁନା ଦରରେ ୦.୧୧% ଏବଂ ରୁପାରେ ୦.୬୪% ହ୍ରାସ ଘଟିଛି। ଗତ ଅଗଷ୍ଟରେ ସୁନା ଦର ରେକର୍ଡ ୫୬,୩୦୦ ଟଙ୍କା ରହିଥିଲା। ସେହି ମୂଲ୍ୟ ତୁଳନାରେ ସୁନା ଦର ବର୍ତ୍ତମାନ ପ୍ରାୟ ୭,୫୦୦ ଟଙ୍କା କମ୍‌ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶନିବାର ସୁନା ଦର ୦.୩ % ହ୍ରାସ ଘଟି ଆଉନ୍ସ ପିଛା ୧୮୩୯.୨୧ ଡଲାର ରହିଛି। ସେହିପରି ରୁପା ଦର ମଧ୍ୟ ୦.୨% ହ୍ରାସ ଘଟି ଆଉନ୍ସ ପିଛା ୨୫.୧୮ ଡଲାର ରହିଛି। ଅନ୍ୟପକ୍ଷେ ପ୍ଲାଟିନମ୍‌ ଦର ୦.୨% ହ୍ରାସ ପାଇ ୧୦୬୩.୭୬ ଡଲାର ରହିଛି। ୨୦୨୦ରେ ବିଶ୍ବରେ ସୁନା ଚାହିଦା ଗତ ୧୧ ବର୍ଷ ମଧ୍ୟରେ ସବୁଠୁ କମ୍‌ ରହିଛି ବୋଲି ୱାଲର୍‌ଡ ଗୋଲ୍ଡ କାଉନସିଲ୍‌ ରିପୋର୍ଟରୁ ଜଣାପଡିଛି। ଗତବର୍ଷ ବିଶ୍ବରେ ସୁନାର ଚାହିଦା ୨୦୧୯ ତୁଳନାରେ ୧୪% ହ୍ରାସ ଘଟି ୩୭୫୯.୬ ଟନ୍‌ ରହିଛି। ୨୦୦୯ ଠାରୁ ପ୍ରଥମ ଥର ପାଇଁ ସୁନାର ଚାହିଦା ୪ ହଜାର ଟନ୍‌ ତଳେ ରହିଛି। ଭୁବନେଶ୍ବରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି। ଗତ ସପ୍ତାହ ମଧ୍ୟରେ ୨୨ କ୍ୟାରେଟ୍‌ ସୁନା ଦର ପାଖାପାଖି ୧୩୦୦ ଟଙ୍କା ହ୍ରାସ ପାଇଛି। ଶନିବାର କେତେକ ପ୍ରମୁଖ ଶୋ’ରୁମର ସୁନା ଦର ୧୦ ଗ୍ରାମ ପିଛା ୪୯,୩୭୦ ଟଙ୍କା(୨୨କ୍ୟାରେଟ୍‌) ରହିଥିବାବେଳେ ରୁପା ଦର ୧୦ ଗ୍ରାମ ପିଛା ୭୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?