କ୍ରମାଗତ ହ୍ରାସ ପାଉଛି ସୁନା, ରୁପା ଦର

ଭୁବନେଶ୍ୱର,୩୧।୧: ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ ଦେଶରେ ସୁନା ଓ ରୁପା ଦର ହ୍ରାସ ପାଉଛି। ଏମ୍‌ସିଏକ୍ସରେ ସୁନା ଦର ଶନିବାର ୦.୩୩ % ହ୍ରାସ ଘଟି ୧୦ ଗ୍ରାମ ସୁନା ପିଛା ୪୮,୭୦୨ ଟଙ୍କା ଦେବାକୁ ପଡୁଛି। ସେହିଭଳି ରୁପା ଦର ମଧ୍ୟ ୧% ହ୍ରାସ ଘଟି କିଲୋ ପିଛା ୬୫,୮୬୬ ଟଙ୍କାରେ ରହିଛି। ଶୁକ୍ରବାର ସୁନା ଦରରେ ୦.୧୧% ଏବଂ ରୁପାରେ ୦.୬୪% ହ୍ରାସ ଘଟିଛି। ଗତ ଅଗଷ୍ଟରେ ସୁନା ଦର ରେକର୍ଡ ୫୬,୩୦୦ ଟଙ୍କା ରହିଥିଲା। ସେହି ମୂଲ୍ୟ ତୁଳନାରେ ସୁନା ଦର ବର୍ତ୍ତମାନ ପ୍ରାୟ ୭,୫୦୦ ଟଙ୍କା କମ୍‌ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶନିବାର ସୁନା ଦର ୦.୩ % ହ୍ରାସ ଘଟି ଆଉନ୍ସ ପିଛା ୧୮୩୯.୨୧ ଡଲାର ରହିଛି। ସେହିପରି ରୁପା ଦର ମଧ୍ୟ ୦.୨% ହ୍ରାସ ଘଟି ଆଉନ୍ସ ପିଛା ୨୫.୧୮ ଡଲାର ରହିଛି। ଅନ୍ୟପକ୍ଷେ ପ୍ଲାଟିନମ୍‌ ଦର ୦.୨% ହ୍ରାସ ପାଇ ୧୦୬୩.୭୬ ଡଲାର ରହିଛି। ୨୦୨୦ରେ ବିଶ୍ବରେ ସୁନା ଚାହିଦା ଗତ ୧୧ ବର୍ଷ ମଧ୍ୟରେ ସବୁଠୁ କମ୍‌ ରହିଛି ବୋଲି ୱାଲର୍‌ଡ ଗୋଲ୍ଡ କାଉନସିଲ୍‌ ରିପୋର୍ଟରୁ ଜଣାପଡିଛି। ଗତବର୍ଷ ବିଶ୍ବରେ ସୁନାର ଚାହିଦା ୨୦୧୯ ତୁଳନାରେ ୧୪% ହ୍ରାସ ଘଟି ୩୭୫୯.୬ ଟନ୍‌ ରହିଛି। ୨୦୦୯ ଠାରୁ ପ୍ରଥମ ଥର ପାଇଁ ସୁନାର ଚାହିଦା ୪ ହଜାର ଟନ୍‌ ତଳେ ରହିଛି। ଭୁବନେଶ୍ବରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି। ଗତ ସପ୍ତାହ ମଧ୍ୟରେ ୨୨ କ୍ୟାରେଟ୍‌ ସୁନା ଦର ପାଖାପାଖି ୧୩୦୦ ଟଙ୍କା ହ୍ରାସ ପାଇଛି। ଶନିବାର କେତେକ ପ୍ରମୁଖ ଶୋ’ରୁମର ସୁନା ଦର ୧୦ ଗ୍ରାମ ପିଛା ୪୯,୩୭୦ ଟଙ୍କା(୨୨କ୍ୟାରେଟ୍‌) ରହିଥିବାବେଳେ ରୁପା ଦର ୧୦ ଗ୍ରାମ ପିଛା ୭୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri