Posted inଖେଳ

ସେମିଫାଇନାଲରେ ଗଫ୍‌-ସ୍ବିଟେକ୍‌

ପ୍ୟାରିସ୍‌,୫ା୬(ପି.ଟି.): ଫ୍ରେଞ୍ଚ ଓପନ ଟେନିସ୍‌ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି କୋକୋ ଗଫ୍‌ ଓ ଇଗା ସ୍ବିଟେକ୍‌। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର ଜେଭ୍‌ରେଭ୍‌।
ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ତୃତୀୟ ସିଡ୍‌ ଆମେରିକାର କୋକୋ ଗଫ୍‌ ୪-୬, ୬-୨, ୬-୩ ସେଟ୍‌ରେ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରିଛନ୍ତି। ଏହା ସହିତ କ୍ରମାଗତ ତୃତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଗଫ୍‌। ୨୦୨୨ରେ ଗଫ୍‌ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ଇଗା ସ୍ବିଟେକ୍‌ଙ୍କ ନିକଟରୁ ପରାଜିତ ହୋଇଥିଲେ। ତେବେ ସ୍ବିଟେକ ଅନ୍ୟ କ୍ୱାର୍ଟର ଫାଇନାଲରେ ମାର୍କେଟା ଭୋନ୍ଦ୍ରୋସୌଭାଙ୍କୁ ହରାଇଥିବା ବେଳେ ୨୦୨୨ ଫାଇନାଲର ରି ମ୍ୟାଚ୍‌ ଦେଖିବାକୁ ମିଳିବ। ଜାବେରଙ୍କ ବିପକ୍ଷ ମ୍ୟାଚ୍‌ରେ ଗଫ୍‌ ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ ଗଫ୍‌। ଗଫ୍‌ ଅନ୍ତିମ ଶଟ୍‌ରେ ୧୮୪ କି.ମି. ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍‌ ଆଉ ଏକ ପ୍ରଭାବୀ ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ଫ୍ରେଞ୍ଚ ଓପନ ଚାମ୍ପିୟନ ସ୍ବିଟେକ୍‌ ୬-୦, ୬-୨ ସେଟରେ ମାର୍କେଟା ଭୋନ୍ଦ୍ରୋସୌଭାଙ୍କୁ ହରାଇଥିଲେ। ପ୍ରଥମ ସେଟ୍‌ରେ ଗୋଟିଏ ବି ପଏଣ୍ଟ ଅର୍ଜନର ସୁଯୋଗ ଦେଇ ନ ଥିଲେ ସ୍ବିଟେକ୍‌। ଦ୍ୱିତୀୟ ସେଟ୍‌ରେ ଭୋନ୍ଦ୍ରୋସୌଭା ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସ୍ବିଟେକ୍‌ ଏହାକୁ ଜିତି ନେଇଥିଲେ।
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର ଜେଭ୍‌ରେଭ୍‌। ୫ ସେଟ୍‌ର କଷ୍ଟସାଧ୍ୟ ମ୍ୟାଚ୍‌ରେ ୪-୬, ୬-୧, ୫-୭, ୭-୬(୭/୨) ଓ ୬-୨ସେଟରେ ଡେନମାର୍କର ହୋଲଗର ର୍ୟୁନଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ସେଟ୍‌କୁ ଟାଇବ୍ରେକରରେ ଜିତିବା ପରେ ଅନ୍ତିମ ସେଟକୁ ୬-୨ରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ଜେଭ୍‌ରେଭ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri